ସୁନ୍ଦରଗଡ଼ ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟ କୋଭିଡ୍ ଟିକାକରଣ, ଟିକା ନେଲେ ଜିଲ୍ଲାପାଳଙ୍କ ସହିତ ବରିଷ୍ଠ ଅଧିକାରୀ

• ଜିଲ୍ଲାରେ ଦ୍ଵିତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ୧୪ଟି କେନ୍ଦ୍ର
• ପ୍ରଥମ ଦିନ ଟିକା ନେଲେ ୧୩୩୭ ଜଣ ସମ୍ମୁଖ କୋଭିଡ୍ ଯୋଦ୍ଧା
• ୧୨ ହଜାର କର୍ମୀଙ୍କୁ ଟିକା ପ୍ରଦାନ ଲକ୍ଷ୍ୟ

ଦେଶବ୍ୟାପୀ ଚାଲିଥିବା କୋଭିଡ୍ ଟିକାକରଣ କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟ ଶନିବାର ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ସୁନ୍ଦରଗଡ଼ ଜିଲ୍ଲା ସାମିଲ ହୋଇଛି। ସୁନ୍ଦରଗଡ଼ସ୍ଥିତ ଏନଟିପିସି କୋଭିଡ୍ ସେଣ୍ଟରଠାରେ ଏହି କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଶୁଭାରମ୍ଭ କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ଦିନରେ ଜିଲ୍ଲାପାଳଙ୍କ ସହିତ ୧୩୩୭ ଜଣ ସମ୍ମୁଖ ଯୋଦ୍ଧା ଭାବେ ପରିଚିତ ପ୍ରଶାସନିକ ଅଧିକାରୀ, ପୋଲିସ ଅଧିକାରୀ ଓ କର୍ମଚାରୀମାନଙ୍କୁ ଟିକା ଦିଆଯାଇଥିଲା। ‘‘ଦ୍ୱିତୀୟ ପର୍ଯ୍ୟାୟରେ ମୁଁ କୋଭିଡ୍ ଟିକା ନେଇଛି। ମୋ’ ସହିତ ଜିଲ୍ଲାର ଅନ୍ୟ ଅଧିକାରୀମାନେ ମଧ୍ୟ ଟିକା ନେଇଛନ୍ତି। ଏଥିରେ କୌଣସି ସମସ୍ୟା ନାହିଁ। ତେଣୁ ଯେତେବେଳେ ଟିକା ନେବା ଲାଗି ଆପଣଙ୍କ ପାଳି ଆସିବ ସେତେବେଳେ ଆପଣ ଏହା ନିଶ୍ଚୟ ନିଅନ୍ତୁ’’, ଏହା କହିଛନ୍ତି ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ।ଶନିବାର ଦିନ ଏନଟିପିସି କେନ୍ଦ୍ରରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭୈରବ ସିଂ ପଟେଲ, ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରା, ଟାଉନ ଥାନା ଆଇଆଇସି ବିବତ୍ସ କୁମାର ପ୍ରଧାନଙ୍କ ସମେତ ଜିଲ୍ଲାର ଅନ୍ୟ ପ୍ରଶାସନିକ ଓ ପୋଲିସ ଅଧିକାରୀଙ୍କୁ କୋଭିଡ୍ ଟିକା ଦିଆଯାଇଥିଲା। ସେହିପରି ରାଉରକେଲାରେ ଅତିରିକ୍ତ ଜିଲ୍ଲାପାଳ ଆବେଲି ସୁନିଲ ନରୱଣେ, ପଶ୍ଚିମାଞ୍ଚଳ ଡିଆଇଜି କବିତା ଜଲାନ, ରାଉରକେଲା ଏସପି ମୁକେଶ କୁମାର ଭାମୁ, ରାଉରକେଲା ମହାନଗର ନିଗମ ଡେପୁଟି କମିଶନର ସୁଧାଂଶୁ ଭୋଇ ପ୍ରମୁଖ ଟିକାକରଣ କେନ୍ଦ୍ରକୁ ଆସି ଟିକା ନେଇଥିଲେ।

ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ କାର୍ଯ୍ୟକ୍ରମ ଲାଗି ସୁନ୍ଦରଗଡ଼ ଜିଲ୍ଲାରେ ୧୩ଟି କେନ୍ଦ୍ର କରାଯାଇଛି। ସେଥିମଧ୍ୟରେ ରାଉରକେଲାରେ ୨ଟି କେନ୍ଦ୍ର ରହିଥିବା ବେଳେ ଜିଲ୍ଲାର ବିଭିନ୍ନ ସ୍ଥାନରେ ୧୧ଟି କେନ୍ଦ୍ର କରାଯାଇଛି। ଜିଲ୍ଲାର ୧୨ ହଜାର ଆଗଧାଡ଼ିର ସମ୍ମୁଖ ଯୋଦ୍ଧା କୋଭିଡ୍ ଟିକା ନେବାର ବ୍ୟବସ୍ଥା କରାଯାଇଛି। “କୋଭିଡ୍ ଟିକାକୁ କେହି ଡରନ୍ତୁ ନାହିଁ। ଏଥିରେ କୌଣସି ଅସୁବିଧା ନାହିଁ। ଦ୍ୱିତୀୟ ପର୍ଯ୍ୟାୟରେ ଆମେ ଆଜି ଯେମିତି ଟିକା ନେଲୁ, ସେମିତି ଅନ୍ୟମାନେ ଟିକା ନେଇ ଟିକାକରଣ ପ୍ରକ୍ରିୟାରେ ସହଯୋଗ କରନ୍ତୁ”, କହିଛନ୍ତି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭୈରବ ସିଂ ପଟେଲ। ଏନଟିପିସି କୋଭିଡ୍ ସେଣ୍ଟରଠାରେ ଟିକାକରଣ କାର୍ଯ୍ୟକ୍ରମର ଉଦ୍‌ଘାଟନ ବେଳେ ଜିଲ୍ଲାପାଳ ଓ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର, ଜିଲ୍ଲା ଜରୁରିକାଳୀନ ଅଧିକାରୀ କୁନ୍ତିରାଣୀ ନାୟକ, ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ (ମେଡିକାଲ) ଡାକ୍ତର ପୂର୍ଣ୍ଣଚନ୍ଦ୍ର ସାହୁ, ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ (ପରିବାର କଲ୍ୟାଣ) ଡାକ୍ତର ପ୍ରଫୁଲ୍ଲ କୁମାର ନାୟକ ଏବଂ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କୃଷ୍ଣଚନ୍ଦ୍ର ନାୟକଙ୍କ ସହିତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ପ୍ରତ୍ୟେକ ବ୍ୟକ୍ତି ଟିକା ନେବା ପରେ ନିରୀକ୍ଷଣ କେନ୍ଦ୍ରରେ ସେମାନଙ୍କୁ କିଛି ସମୟ ପାଇଁ ରଖାଯାଉଛି। କାହା ପାଖରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଲେ ତା’ର ତୁରନ୍ତ ପ୍ରତିକାର କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ଟିମ୍ ପ୍ରସ୍ତୁତ ରହିଛି। ପ୍ରଥମ ପର୍ଯ୍ୟାୟରେ ସୁନ୍ଦରଗଡ଼ ଜିଲ୍ଲାରେ ୯୯ ପ୍ରତିଶତ ଟିକାକରଣ କରାଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଶତ ପ୍ରତିଶତ ଟିକା ପ୍ରଦାନ ପାଇଁ ଲକ୍ଷ୍ୟ ରଖିଛି ପ୍ରଶାସନ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here