ଜିଲ୍ଲାରେ ସମ୍ମୁଖ ଯୋଦ୍ଧାଙ୍କ କୋଭିଡ ଟୀକାକରଣ ଆରମ୍ଭ : ପୁରୀ

ପୁରୀ- ଜିଲ୍ଲାରେ ସମ୍ମୁଖ ଯୋଦ୍ଧାଙ୍କ କୋଭିଡ ଟୀକାକରଣ ଅଭିଯାନ ଆରମ୍ଭ ହୋଇଛି । ସ୍ଥାନୀୟ ସଦଭାବନା ସଭାଗୃହରେ ଆୟୋଜିତ ଟିକାକରଣ ଗୃହରେ ସମ୍ମୁଖ ଯୋଦ୍ଧା ଭାବେ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା, ଆରକ୍ଷୀ ଅଧିକ୍ଷକ ଡଃ କନୱାର ବିଶାଲ ସିଂ ପ୍ରଥମେ ଟୀକା ନେଇଛନ୍ତି । ଏହାପରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ଶ୍ରୀ ବିନୟ କୁମାର ଦାଶ, ଶ୍ରୀ ସୁଭାସ ଚନ୍ଦ୍ର ନାଥଶର୍ମା, ଉପ ଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ ପ୍ରମୁଖ କୋଭିଡ ଟୀକା ନେଇଛନ୍ତି । ଏହି ଟୀକାକରଣ ଦ୍ବାରା ଜିଲ୍ଲାବାସୀଙ୍କ ମଧ୍ୟରେ ଆତ୍ମ ବିଶ୍ବାସ ବୃଦ୍ଧି ହେବ ଏବଂ ଟୀକାକୁ ନେଇ ଥିବା ଭ୍ରାନ୍ତ ଧାରଣା ଦୂର ହେବ । ଏହାପରେ ବ୍ଲକ ସ୍ତରରେ ଟୀକାକରଣ ଆରମ୍ଭ ହେବ ବୋଲି ଜିଲ୍ଲାପାଳ କହିଛନ୍ତି । ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମଚାରୀ ମାନଙ୍କ ନିମନ୍ତେ ସଦଭାବନା ସଭାଗୃହ, ପୌରସଂସ୍ଥା କଲ୍ୟାଣ ମଣ୍ତପରେ ପୌରସଂସ୍ଥା କର୍ମଚାରୀ ଏବଂ ପୋଲିସ ହସପିଟାଲରେ ପୋଲିସ ପ୍ରଶାସନ ନିମନ୍ତେ ଟୀକାକରଣ ଆୟୋଜନ କରାଯାଇଛି । ଏହି ଅଭିଯାନ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ସକାଳ ୧୦ ରୁ ୫ ଘଟିକା ପର୍ଯ୍ୟନ୍ତ ପାଞ୍ଚ ଦିନ ଧରି ଚାଲିବ । ଆସନ୍ତାକାଲି ରବିବାର ଦିନ ଏହା ବନ୍ଦ ରହିବ । ପ୍ରତ୍ୟୋକ ସ୍ଥାନରେ ଆଜି ୨୦୦ ଜଣଙ୍କୁ ଟୀକା ଦେବା ପାଇଁ ଲକ୍ଷ ଧାର୍ଯ୍ୟ କରାଯାଇଥିବା ବେଳେ ସଦଭାବନାରେ ୧୪୨ ଜଣ, କଲ୍ୟାଣ ମଣ୍ତପରେ ୧୮୧ ଏବଂ ପୋଲିସ ହସପିଟାଲରେ ୧୫୩ ଜଣ ଆଜି ଟିକା ନେଇଛନ୍ତି । ଏହି ତିନି ସ୍ଥାନରେ ୬ ହଜାର ୩୭୨ ଜଣଙ୍କୁ ଟୀକା ଦିଆଯିବା ନିମନ୍ତେ ଲକ୍ଷ ଧାର୍ଯ୍ୟ କରାଯାଇଛି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here