ସମ୍ପର୍କୀୟ ଭାଉଜଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ : ସୁନ୍ଦରଗଡ଼

ସୁନ୍ଦରଗଡ଼ ଜ଼ିଲ୍ଲା ରାଜଗାଙ୍ଗପୁର ଥାନା ଅନ୍ତର୍ଗତ କୁଟଣିଆ ପଞ୍ଚାୟେତ ରାନ୍ତୁ ପଡାରେ ଏକ ଅଭାବନୀୟ ଲଜ୍ୟା ହୀନ ଘଟଣା ଘଟିଯାଇଛି । ରାଜଗାଙ୍ଗପୁର ପୋଲିଶ ଆଜି ଦୁଷ୍କର୍ମ ଅଭିଯୋଗରେ ଗିରଫ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି l
କୁଟଣିଆ ରନ୍ଥୁ ପଡାର ଇସ୍ତାର କୁଜୁର ନିଜ ସମ୍ପର୍କୀୟ ଭାଉଜ ସହିତ ଦୁଷ୍କର୍ମ କରିଥିବା ନେଇ ପୀଡିତାଙ୍କ ସ୍ୱାମୀ ଏକ ଲିଖିତ ଅଭିଯୋଗ ଦେଇଥିଲେ ରାଜଗାଙ୍ଗପୁର ଥାନାରେ । ଥାନା ଅଧିକାରୀ ଶ୍ରୀ ଗୋକୁଳା ନନ୍ଦ ସାହୁ ଲିଖିତ ଅଭିଯୋଗକୁ ଭିତ୍ତିକରି ଉଭୟଙ୍କ ଡାକ୍ତରୀ ମାଇନା ପରେ ପ୍ରମାଣ ପାଇ ରାଜଗାଙ୍ଗପୁର ପୋଲିଶ ଏସ୍ଥାର କୁଜୁରକୁ ୩୭୬(୧),୪୫୦, ୫୦୬ ଆଇପିସି ଧାରାରେ କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here