ଜଗତସିଂହପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଟୀକାକରଣ ର ଶୁଭାରମ୍ଭ

ଜଗତସିଂହପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଟୀକାକରଣ ର ଶୁଭ ଉଦ୍ଘାଟନ ହୋଇଯାଇଛି। ଜିଲାପାଳଙ୍କ କାର୍ଯ୍ୟାଳୟ ଓ ଜଗତସିଂହପୁର ଥାନା ଠାରେ ଟୀକାକରଣ କାର୍ଯ୍ୟକ୍ରମଉଦଘାଟିତ ହୋଇଥିଲା।ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୂ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ପ୍ରଥମେ ଟୀକା ନେଇଥିଲେ।ସେହିଭଳି ପୋଲିସ ପ୍ରଶାସନ ପକ୍ଷରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରକାଶ ଆର ଟୀକାକରଣ କେନ୍ଦ୍ରକୁ ଉଦ୍ଘାଟନ କରି ପ୍ରଥମେ ଟୀକା ନେଇଥିଲେ। ଦ୍ୱିତୀୟ ପର୍ଯ୍ୟାୟଟୀକା କାରଣ ରେ ଜିଲା ପ୍ରକଳ୍ପ ନିର୍ଦେଶକ ସରୋଜକାନ୍ତ ମହାନ୍ତି, ଜିଲାସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନିରଂଜନ ପଟନାୟକଓ ପ୍ରଶାସନିକ ଅଧିକାରୀମାନେ ଟୀକା ନେଇଥିଲେ ।ସେହି ଜଗତସିଂହପୁର ଏସ୍ଡିପିଓ ପ୍ରିୟ ରଂଜନ ଶତପଥି, ଥାନା ଅଧିକାରୀ ରଜନୀକାନ୍ତ ମିଶ୍ର ପ୍ରମୁଖ ପୋଲିସ କର୍ମଚାରୀ ମାନେ ଟୀକା ନେଇଥିଲେ।ଏହି କାର୍ଯ୍ୟକ୍ରମ ରେ ଜିଲାମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ. ବିଜୟା ପଣ୍ଡା, ଅତିରିକ୍ତ ଚିକିତ୍ସା ଅଧିକାରୀ ଡ଼ଃ. ପ୍ରମୋଦ କୁମାର ବାରିକ,ଡିପିଏମ ଚକ୍ରଧର ଜେନା,ଡେ଼ପୁଟି ମ୍ୟାନେଜର ସୁକାନ୍ତ କୁମାର ପ୍ରଧାନ ପ୍ରମୁଖ ଜିଲାସ୍ୱାସ୍ଥ୍ୟ ସମିତିର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।

ଜଗତସିଂହପୁର ରୁ ଜିଲା ପ୍ରତିନିଧି ପ୍ରଫୁଲ କୁମାର ସାହୁ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here