ନବରଙ୍ଗପୁର ଜିଲ୍ଲାରେ ଟୀକା ନେଲେ ଜିଲ୍ଲାପାଳ ଓ ଏସପି

ଡାବୁଗାଁ, ୬/୨: ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ସାରା ରାଜ୍ୟରେ ଆଜି ସମୁଖଃ ଯୋଦ୍ଧା ମାନଙ୍କୁ କରୋନା ଟୀକାକରଣ କରାଯାଉଛି। ଏହି ପରିପେକ୍ଷିରେ ଆଜି ନବରଙ୍ଗପୁର ଜିଲ୍ଲାରେ ଜିଲ୍ଲାପାଳ କାର୍ଯ୍ୟାଳୟରେ ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ର ଜିଲ୍ଲା ସ୍ତରୀୟ ଟୀକା କରଣ କାର୍ଯ୍ୟକ୍ରମ ସୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାଇ ମିନା, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ା. ଚୌଧୁରୀ ଶୋଭା ରାଣୀ ମିଶ୍ର, ଡା. ମନମୋହନ ବିଶୋଇ, ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ରମାକାନ୍ତ ନାୟକ, ଅତିରିକ୍ତ ଜିଲ୍ଲାପାଳ ନିମାଇ ଚରଣ ସୁତାର, ଉପଜିଲ୍ଲାପାଳ ଭାସ୍କର ରୋଇତ, ଜିଲ୍ଲା ମଙ୍ଗଳ ଅଧିକାରୀ ପବିତ୍ର ମୋହନ ପ୍ରଧାନ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଶିଶିର କୁମାର ପାଣି, କ୍ରୀଡା ଅଧିକାରୀ ମହେନ୍ଦ୍ର ସାହୁ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ମୌସୁମୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ଜିଲ୍ଲା କାର୍ଯ୍ୟାଳୟ ଶ୍ରୀ କେ ଅଶୋକ ଚକ୍ରବର୍ତ୍ତୀ, ସତ୍ୟ ନାରାୟଣ ସାହୁ, ନିଳକଣ୍ଠ ରାଜୁ, ୟସର ଅଲ୍ଲୀ, ଅଭିନାଶ ପାତ୍ର, ଧନପତି ନାୟକ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଆଜି ପ୍ରଥମ ଦିନରେ ୧୮୦ ରୁ ୨୦୦ ଯୋଦ୍ଧା ଙ୍କୁ ଟୀକାକରଣ କରିବା ପାଇଁ ଲକ୍ଷ ଧାର୍ଯ୍ୟ କରାଯାଇଛି । ସେହିପରି ଆଜି ଅନ୍ୟ କାର୍ଯ୍ୟକ୍ରମ ରେ ପୋଲିସ ରିଜର୍ଭ କାର୍ଯ୍ୟାଳୟରେ ରେ ମଧ୍ୟ 200 ପୋଲିସ ସମ୍ମୁଖ ଯୋଦ୍ଧା ମାନଙ୍କୁ ଟୀକାକରଣ କରାଯିବା ପାଇଁ ଲକ୍ଷ ଧାର୍ଯ୍ୟ କରାଯାଇଛି ।

ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁରୁ ପ୍ରଜ୍ଞା ରଞ୍ଜନ ପରିଡ଼ା,Odisha1.TV

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here