ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଉତ୍କଳ ସମ୍ମିଳନୀର ପତ୍ର :

ଆନ୍ଧ୍ରପ୍ରଦେଶ ସରକାର କୋରାପୁଟ ଜିଲ୍ଲା ପଟ୍ଟ।ଙ୍ଗି ବ୍ଲକର କୋଟିଆ ଗ୍ରାମ ପଞ୍ଚାୟତରେ ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କରିବା ସହିତ ପର୍ଥିପତ୍ର ଦାଖଲ କାମ ଭଳି ବେଆଇନ୍ କାମ କରୁଥିବାରୁ ଉତ୍କଳ ସମ୍ମିଳନୀ ଏହାକୁ ବନ୍ଦ କରିବା ପାଇଁ ରାଜ୍ୟ ନିର୍ବାଚନ ଆୟୋଗକୁ ଚିଠି ଲେଖି ଅନୁରୋଧ କରିଛନ୍ତି । ଉତ୍କଳ ସମ୍ମିଳନୀ ମଞ୍ଚଶ୍ବର ଶିଳ୍ପାଞ୍ଚଳ ଶାଖା ସଭାପତି ଅଧିବକ୍ତା ଦିଲ୍ଲୀପ ଦାସ ଶର୍ମାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ରବୀନ୍ଦ୍ର ନାଥ ସାହୁ, ଭା’ପ୍ର’ସେ, ସଚିବ, ରାଜ୍ୟ ନିର୍ବାଚନ ଆୟୋଗ, ଓଡ଼ିସାଙ୍କୁ ସାକ୍ଷାତ କରି ବେଆଇନ୍ ନିର୍ବାଚନ ବନ୍ଦ କରିବା ପାଇଁ ପଦକ୍ଷପ ଗ୍ରହଣ କରିବାକୁ ଆଲୋଚନା କରିଥିଲେ । ସଚିବ ଶ୍ରୀଯୁକ୍ତ ସାହୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ଉତ୍କଳ ସମ୍ମିଳନୀର ଏହି ପ୍ରତିନିଧି ମଣ୍ଡଳୀ ରେ ଶ୍ରୀ ଦାସ ଶର୍ମାଙ୍କ ସହିତ ବରିଷ୍ଟ ସଦସ୍ୟ ମହେଶ୍ୱର ବିଶ୍ଵାଳ ଓ ଅଧିବକ୍ତା ଅକ୍ଷୟ କୁମାର ଜେଠୀ ସାମିଲ ହୋଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here