ଛାତ୍ର ଛାତ୍ରୀ ମାନଙ୍କର ଜିଲ୍ଲାପାଳ ଅଫିସ ସମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ : କେନ୍ଦ୍ରାପଡା

ଆଜି ସରକାରଙ୍କ ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ ନାରା ଯେମିତି ଫିକା ପଡି ଯାଇଥିବା ଦେଖିବାକୁ ମିଳିଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଖୋଦ୍ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ । ଧାରଣାଦେଇଥିବା ସାନମାଣତିଆ ପ୍ରାଥମିକ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଏବଂ କେରୋନା ମହାମାରୀରେ ମିଳୁଥିବା ମଧ୍ୟାନ ଭୋଜର ଅର୍ଥରାଶି ହଡପ୍ ଓ ଶିକ୍ଷକ ନିଯୁକ୍ତି ଦାବି ସହିତ ସ୍କୁଲ କାମ ଅଧା ପଡ଼ି ରହିଥିବା ଏବଂ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷକଙ୍କର ବିନା ଦସ୍ତଖତରେ ବିଦ୍ୟାଳୟ ଉର୍ଣ୍ନତି ମୂଳକ କାର୍ଯ୍ୟ ପାଇଁ ରହିଥିବା ବା ଆସିଥିବା ଟଙ୍କା ଗୁଡିକୁ ଲୁଚାଇକି ଉଠାଇ ନେବା ଭଳି ସଂଗୀନ ସଂଗୀନ ମୂଳକ ବିଭିନ୍ନ ଅଭିଯୋଗର ତଦନ୍ତ ଗୁଡିକ ଦାବିନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ରହିଥିବା ଶତାଧିକ ଛାତ୍ରଛାତ୍ରୀ ଓ ଅଭିଭାବକ କଣ ଗଣମାଧ୍ୟମ ଆଗରେ କହୁଛନ୍ତି ବା ପ୍ରତିକ୍ରିୟା ରଖୁଛନ୍ତି ଆସନ୍ତୁ ସିଧା ସଳଖ ଶୁଣିବା ସେମାନଙ୍କ ମୁହଁରୁ ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here