ଏକ ପରିତିକ୍ତ ବୁଦାମୂଳୁ ନବଜାତ ଶିଶୁକନ୍ୟା ଉଦ୍ଧାର : କେନ୍ଦ୍ରାପଡା

ଆଜି କେନ୍ଦ୍ରାପଡା ଜିଲ୍ଲା ଶିଶୁ ମଂଗଳ କମିଟି ଓ ଜିଲ୍ଲା ଶିଶୁ ସୁରକ୍ଷା ଶାଖା ଏବଂ ଚାଇଲଡ୍ ଲାଇନ କୋର୍ଡିନେଟରର ମିଳିତ ପ୍ରଚେଷ୍ଟା ଓ ଉଦ୍ୟମକ୍ରମେ ଜିଲ୍ଲା ଶିଶୁ ମଂଗଳ କମିଟିର ଅଧ୍ୟକ୍ଷ ଭଗବତୀ ପ୍ରସାଦ ଦାଶଙ୍କ ନିର୍ଦ୍ଦେଶ କ୍ରମେ ମହାକାଳପଡା ବ୍ଲକ୍ ଅନ୍ତର୍ଗତ ଗଣ୍ଡାକିଆ ଅଳାଇଲୋ ଗ୍ରାମ ପୋଲ ନିକଟସ୍ଥ ଏକ ଜଂଗଲିଆ ବୁଦାମୂଳରୁ ଅପରାହ୍ନ ୧୨ଘଟିକା ସମୟରେ କେହିଜଣେ ଅଜଣା ମହିଳା ଏକ ନବଜାତକ ଶିଶୁକନ୍ୟାକୁ ଜନ୍ମକରି ଫୋପାଡି ଦେଇ ଚାଲିଯାଇଥିବା ବେଳେ ସେହି ଅଳାଇଲୋ ଗ୍ରାମର ନାରାୟଣ ସେଠୀ ନାମକ ଜୈନିକ ଭିନ୍ନକ୍ଷମ ବ୍ୟକ୍ତି ଝାଡା ଯାଇଥିବା ବେଳେ ଉକ୍ତ ଶିଶୁକନ୍ୟାର କୁଆଁ କୁଆଁ କାନ୍ଦ ଶବ୍ଦଶୁଣି ସେଠାକୁ ଧାଇଁ ଯାଇ ଦେଖେତଃ ଏକ ନବଜାତକ ଶିଶୁଟି ଏକ ପରିତିକ୍ତ ଅବସ୍ଥାରେ ବୁଦାମୂଳରେ ପଡିରହି କାନ୍ଦୁଛି । ତତକ୍ଷଣାତ ଉକ୍ତ ଭିନ୍ନକ୍ଷମ ବ୍ୟକ୍ତି ଉକ୍ତ ପିଲାଟିକୁ ତାର ନିଜ ଘରକୁ ନେଇ ରଖିଥିବା ବେଳେ ସ୍ଥାନୀୟ ସରପଞ୍ଚ ଓ ଗ୍ରାମବାସୀଙ୍କ ଠାରୁ ଖବର ପାଇ ଶିଶୁ ମଂଗଳ କମିଟିର ପୂର୍ବତନ ଅଧ୍ୟକ୍ଷା ଓ ବର୍ତ୍ତମାନର ସଦସ୍ୟା ଶ୍ରୀମତୀ ଶ୍ମିତାଞଳୀ ମହାପାତ୍ରଙ୍କ ନେତୃତ୍ବରେ ଜିଲ୍ଲା ଶିଶୁ ସୁରକ୍ଷା କମିଟିର ପରାମର୍ଶ ଦାର୍ତ୍ରି ଶ୍ରୀମତୀ କନକଲତା ବେହେରା ଓ ଚାଇଲଡ୍ ଲାଇନର ସଦସ୍ୟ ରାକେଶ କୁମାର ବାରିକ୍ ଏବଂ ଲୁଥେରାନ ପଲ୍ଲୀଶ୍ରୀର ଆୟା ଉଷାରାଣୀ ଦାସ ପ୍ରମୁଖ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିବା ସହିତ ମହାକାଳପଡା ପୋଲିସ୍ ଟିମର ସହାୟତାରେ ଉକ୍ତ ନାରାୟଣ ସେଠୀଙ୍କ ଅଳାଇଲୋସ୍ଥିତ ଘରକୁ ଯାଇ ଶିଶୁକନ୍ୟା ଟିକୁ ଉଦ୍ଧାର କରି ଆଣିବା ସହିତ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟର ଶିଶୁ ବିଭାଗର ଡାକ୍ତରଙ୍କ ପରାମର୍ଶ କ୍ରମେ ଏସେନସିଆଲ୍ ୱାର୍ଡ଼ରେ ଭର୍ତ୍ତିକରାଯାଇ ଶିଶୁଟିର ଚିକିତ୍ସା ଚାଲିଥିବା ବେଳେ ଶିଶୁଟିର ଅବସ୍ଥା ଅତ୍ୟନ୍ତ ଗୁରୁତ୍ୱର ଥିବା ବିଭାଗୀୟ ଡାକ୍ତର ସୂଚନା ପ୍ରଦାନ କରି କହିଛନ୍ତି ଯେ-ଦରକାର ପଡିଲେ ଶିଶୁ କନ୍ୟାଟିକୁ ଅଧିକ ଉର୍ଣ୍ନତଧରଣର ଚିକିତ୍ସା ନିମନ୍ତେ କଟକ ଶିଶୁଭବନକୁ ମଧ୍ୟ ସ୍ଥାନାନ୍ତରିତ କରାଯାଇ ପାରେ । ଏପଟେ ଉଦ୍ଧାର କରିଥିବା ଅଧିକାରୀ ମାନେ ଗଣମାଧ୍ୟମକୁ କଣ ସୂଚନା ପ୍ରଦାନ କରିଛନ୍ତି ଆସନ୍ତୁ ସିଧା ସଳଖ ସେମାନଙ୍କ ମୁହଁରୁ ଶୁଣିନେବା ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1 ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here