ଜନ ସଚେତନତା ରିଲେ ଅନଶନ କଲେ ଆୟୁଶ ଡାକ୍ତର : ସୁନ୍ଦରଗଡ଼

ଇଣ୍ଡିଆନ ମେଡିକାଲ ଆସୋସିଏସନ ହଲ ପରିସରରେ ଭାରତୀୟ ଆୟୁଷ ଚିକିତ୍ସକ ସଂଘ ରାଉରକେଲା ସିଟି ସାଖା ପକ୍ଷରୁ ସଭାପତି ଡାକ୍ତର ସମୀର ପାତ୍ରଙ୍କ ଅଧ୍ୟକ୍ଷତାରେ ସମସ୍ତ ଡାକ୍ତର ଏକତ୍ରୀତ ହୋଇ ଦୁଇ ସପ୍ତାହ ବ୍ୟାପୀ ରିଲେ ଅନଶନରେ ବସିଛନ୍ତି । ଜନ ସଚେତନତା ଏହାର ମୂଳ ଲକ୍ଷ୍ୟ । ଜାତୀୟ ମେଡିକାଲ କାଉନସିଲ ଅଫ ଇଣ୍ଡିଆନ ମେଡିସିନ ସଂସ୍ଥା ଆୟୁସ ଓ ହୋମିଓ ଡାକ୍ତରଙ୍କୁ ବାଧ୍ୟ କରିଛି ଆଧୁନିକ ପଦ୍ଧତି ଓ ସର୍ଜରୀ ଚିକିତ୍ସା ସହ ଅସ୍ତ୍ରୋପଚାର ପାଇଁ ଯାହା ସଂପୂର୍ଣ୍ଣ ନୀୟମ ବିରୁଦ୍ଧ ଅଟେ । ସଂଘ ତରଫରୁ କୁହାଯାଇଛି ଯେ ଯେଉଁ କାର୍ଯ୍ୟକୁ ସର୍ଜନ ମାନେ କରୁଛନ୍ତି ତାହା ଆମ ପକ୍ଷେ ସମ୍ଭବ ନୂହେଁ । ଆୟୁଷ ଓ ହୋମିଓ ଡାକ୍ତର ଆଜିଯାଏଁ କୌଣସି ରୋଗୀକୁ ଚିକିତ୍ସା କରି ଅସ୍ତ୍ରୋପଚାର କରିବା ନଜିର ନାହିଁ । ଏହା ଦ୍ବାରା ରୋଗୀ ମୃତ୍ୟୁ ମୁଖରେ ପଡିବା ସହ ରୋଗର ସ୍ଥିତି ବଢିଯିବ । ତେଣୁ ଏଭଳି ବେଆଇନ କାର୍ଯ୍ୟକରି ରୋଗୀ ଶୋଷଣ କରିବାକୁ ସେମାନେ କେବେବି ପ୍ରସ୍ତୁତି କରିବେ ନାହିଁ । ତେଣୁ ସିସିଆଇଏମର ନିର୍ଦ୍ଦେଶ ଗ୍ରହଣ ଯୋଗ୍ୟ ନୁହେଁ । ତେବେ ସଂଘ ଦାବୀ କରିଛି ଯେ ଏହାର ତୁରନ୍ତ ପୁନର୍ବିଚାର କରି ପଦକ୍ଷେପ ନ ନେଲେ ଆଗକୁ ବଡ ଧରଣର ଆନ୍ଦୋଳନ ସହ ବାଧ୍ୟ ହୋଇ ସମସ୍ତ ଡାକ୍ତର ରାଜରାସ୍ତାକୁ ଓହ୍ଲାଇବେ । ଏବେ ୨ ସପ୍ତାହ କେବଳ ଜନ ସଚେତନତା ପାଇଁ ଆମେ ରିଲେ ଅନଶନରେ ବସିଛୁ । ଏହାର ଉଚିତ ସମାଧାନ ନ ହେଲେ ପରିସ୍ଥିତି ଭୟଙ୍କର ହେବ ବୋଲି ଚେତାବନୀ ଦେଇଛନ୍ତି ଆୟୁଷ ଓ ହୋମିଓ ଡାକ୍ତର ସଂଘ ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here