କେନ୍ଦ୍ରାପଡା ନିୟୋଜନ କାର୍ଯ୍ୟାଳୟକୁ ଯିବାପାଇଁ ସର୍କିଟ୍ ହାଉସ୍ ସମ୍ମୁଖ ବାଟରେ ଦଲାଲୀ

ଦେଖନ୍ତୁ ଏ ହେଉଛି କେନ୍ଦ୍ରାପଡା ଜିଲ୍ଲା ଜଜାଂଗସ୍ଥିତ ନିୟୋଜନ କାର୍ଯ୍ୟାଳୟ ବା ଏପ୍ଲିମେଣ୍ଟ୍ ଏକ୍ସଚେଞ୍ ଅଫିସକୁ ଯିବାପାଇଁ ଥିବା ରାସ୍ତାର ସର୍କିଟ୍ ହାଉସ୍ ମୂଖ୍ୟ ଫାଟକ ସମ୍ମୁଖ ବାଟ । ପ୍ରତିଦିନ ଏହି ଏପ୍ଲିମେଣ୍ଟ୍ ଅଫିସ୍ ବା ନିୟୋଜନ କାର୍ଯ୍ୟାଳୟକୁ ପ୍ରାୟ ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରୁ ବା ପ୍ରାୟ ୯ଟି ବ୍ଲକ ଓ ୫ଟି ନିର୍ବାଚନ ମଣ୍ଡଳୀରୁ ଶତାଧିକ ଛାତ୍ରଛାତ୍ରୀ ଓ ଯୁବକ ଯୁବତୀ ନିଯୁକ୍ତି ନିମନ୍ତେ ନିଜର ନାମ ପଞିକରଣ କରିବା ପାଇଁ ଆସିଥାନ୍ତି । ହେଲେ ପୌରସଂସ୍ଥା ଠାରୁ ପ୍ରାୟ ଏହି କାର୍ଯ୍ୟାଳୟଟି ୪ କଲୋମିଟର ଦୂରରେ ରହିଥିବାରୁ ସାଧାରଣତଃ ଲୋକମାନକୁ ସେଠାରେ ପହଞ୍ଚିବା ପାଇଁ ଟେମ୍ପୁ ରିକ୍ସା ଓ ବସ୍ ଉପରେ ସେହି ସ୍ଥାନକୁ ଯାତାୟତ୍ ନିମନ୍ତେ ନିର୍ଭର କରିବାକୁ ପଡିଥାଏ । ସରକାରୀ ନୀୟମାବଳୀ ଅନୁଯାୟୀ ଆଗ ଅନ୍ ଲାଇନ୍ ରେ ପଞିକରଣ ନିମନ୍ତେ ଆପ୍ଲାଏ କରିବା ପରେ ଡକୁମେଣ୍ଟ୍ ଭେରିଫିକେସନ ନିମନ୍ତେ ନିୟୋଜନ କାର୍ଯ୍ୟାଳୟକୁ ଯିବାପାଇଁ ପଡିଥାଏ । ହେଲେ ଏହାରି ସୁଯୋଗ ନେଇ ଜିଲ୍ଲାର ଦୂର ଦୂରାନ୍ତରୁ ଆସୁଥିବା ଛାତ୍ର ଛାତ୍ରୀ ଓ ଯୁବକ ଯୁବତୀ ମାନଙ୍କୁ ଉକ୍ତ ଯିବାବାଟରେ ସର୍କିଟ୍ ହାଉସ ସମ୍ମୁଖ ବାଟ ନିକଟରେ ତରାଣ୍ଡ ଗ୍ରାମର ଏକ ଜୈନିକ ବୃଦ୍ଧ ଦଲାଲ ଯେକେହିବି ହୁଅନ୍ତୁନା କାହିଁକି ନିୟୋଜନ ଅଫିସକୁ ଗଲାବେଳେ ସିଧାସଳଖ ରାସ୍ତା ଉପରେ ଲୋକମାନଙ୍କୁ ଅଟକାଇ କହିଥାଏ ଆଗ ଚାଲ ଅନ୍ ଲାଇନ୍ ରେ ଆପ୍ଲାଏ କରିକି ଆସିବା ପରେ ତୁମେ ମାନେ ଭିତରକୁ ଯିବ ପଞିକରଣ ପାଇଁ । ଏହିପରି ଉକ୍ତ ବୁଦ୍ଧ ଦଲାଲ ପ୍ରତିଦିନ ଯୋର ଯବରଦସ୍ତ ଟାଣି ଘୋସାଡି ନେଇ ଅନ୍ ଲାଇନ୍ ବାହାନାରେ ପିଲାମାନଙ୍କ ଠାରୁ ଅଜଥାରେ ୟାଡୁସିଆଡୁ କହି ଅଧିକ ଟଙ୍କା ଠକି ନେଉଥିବା ବାରମ୍ବାର ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ କାହିଁକି ନୀରବ ଦ୍ରଷ୍ଟା ପାଲଟିଛି ଏବଂ କାହିଁକି ଉକ୍ତ ଦଲାଲକୁ ପୋଲିସ ଆଜି ପର୍ଯ୍ୟନ୍ତ ଗିରଫ୍ କରୁନାହିଁ । ଏସବୁକୁ ନେଇ ବୁଦ୍ଧିଜୀବୀ ମହଲରେ ମୂଖ୍ୟ ଆଲୋଚ୍ୟ ବା ଚର୍ଚ୍ଚାର ବିଷୟ ପାଲଟିଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି । ତେବେ ଏଥର ଚାଲନ୍ତୁ ନା ସିଧା ସଳଖ ଶୁଣିବା ସେହିପରି ନିୟୋଜନ କାର୍ଯ୍ୟାଳୟକୁ ଆସିଥିବା ରାଜନଗର ଅଞ୍ଚଳର ଜୈନିକ ଯୁବକ କେମିତି ଉକ୍ତ ବୃଦ୍ଧା ଦଲାଲଙ୍କର ଶିକାର ହୋଇଛନ୍ତି ଏବଂ ତାଙ୍କୁ କେମିତି ଅଜଥାରେ ଅଧିକ ଟଙ୍କା ଲୁଟା ଯାଇଛି ଶୁଣନ୍ତୁ ତାଙ୍କ ମୁହଁରୁ ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here