ଲୋକକବି ନାଟ୍ୟାଚାର୍ଯ୍ୟ ବାଳକୃଷ୍ଣ ମହାନ୍ତିଙ୍କ ୧୨୦ତମ ଜୟନ୍ତୀ ଉତ୍ସବ ପାଳିତ : ଜଗତସିଂହପୁର

ଜଗତସିଂହପୁର ଜିଲାପାଳ ଙ୍କ କାର୍ଯ୍ୟାଳୟ ପଡିଆ ଠାରେ ଲୋକକବି ନାଟ୍ୟା ଚାର୍ଯ୍ୟ ବାଳକୃଷ୍ଣ ସ୍ମୃତି ପରିଷଦ ଆନୁକୂଲ୍ୟରେ ନାଟ୍ୟା ଚାର୍ଯ୍ୟ ବାଳକୃଷ୍ଣ ମହାନ୍ତି ଙ୍କ ୧୨୦ତମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। ପରିଷଦର ଅଧ୍ୟକ୍ଷ ମହେନ୍ଦ୍ର କୁମାର ଆଚାର୍ଯ୍ୟ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଉଦ୍ଘାଟକ ଭାବେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ।ମୁଖ୍ୟଅତିଥି ଭାବେ ସ୍ୱତନ୍ତ୍ର ଅଧିକାରୀ ଓଡ଼ିଆ ବିଶ୍ୱବିଦ୍ୟାଳୟ ଓ ବିଶିଷ୍ଟ ସାହିତ୍ୟିକ ଵିଜୟ କୁମାର ନାୟକ,ମୁଖ୍ୟବକ୍ତା ଭାବେ ପ୍ରଭାକର ସ୍ବାଇଁ ଯୋଗଦେଇ ଲୋକକବି ନାଟ୍ୟାଚାର୍ଯ୍ୟ ବାଳକୃଷ୍ଣ ମହାନ୍ତିଙ୍କ ବହୁମୁଖୀ ପ୍ରତିଭା ତଥା ତାଙ୍କର କାଳଜୟୀ ଗୀତିନାଟ୍ୟ ଏବେବି ଜନ ମାନସରେ ବେଶ ଆଦୃତ ହୋଇ ରହିଛି।ଅତିଥିମାନଙ୍କ ଦ୍ୱାରା ପରିଷଦର ସ୍ମରଣୀକା ନାଟ୍ୟ ପ୍ରଜ୍ଞା ଉନ୍ମୋଚିତ ହୋଇଥିଲା।ଏହି ଅବସରରେ ଡା.ନାରାୟଣ ସାହୁ ଓ ଅଦ୍ୱୈତ ଚରଣ ପାତ୍ର ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଅତିଥି ପରିଚୟ ଓ ସ୍ଵାଗତ ଭାଷଣ ପରିଷଦର ସମ୍ପାଦକ ଦେଇଥିଲା ବେଳେ ଉପାଧ୍ୟକ୍ଷ ପ୍ରଦୀପ୍ତ କିଶୋର ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ।ପରେ ନାଟ୍ୟାଚାର୍ଯ୍ୟ ବାଳକୃଷ୍ଣ ମହାନ୍ତି ଙ୍କ ରଚିତ ଗୀତିନାଟ୍ୟ ସୁଶିଳମାଳତୀ ପରିବେଷଣ ହୋଇଥିଲା।କାର୍ଯ୍ୟକ୍ରମ କୁ ପରିଷଦର କର୍ମକର୍ତ୍ତା ପରିଚାଳନା କରିଥିଲେ।

ଜଗତସିଂହପୁର ରୁ ଜିଲା ପ୍ରତିନିଧି ପ୍ରଫୁଲ କୁମାର ସାହୁ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here