ଜଗତସିଂହପୁର ଜିଲ୍ଲା କିନର ସଙ୍ଘ ପକ୍ଷରୁ ବିଭିନ୍ନ ସମସ୍ୟା ନେଇ ଭେଟିଲେ ଜିଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ

ଜଗତସିଂହପୁର ଜିଲାର କିନର ସଙ୍ଘ ପକ୍ଷରୁ କିନର ମାନଙ୍କ ବିଭିନ୍ନ ସମସ୍ୟା ନେଇ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଙ୍କୁ ଭେଟି ଆଲୋଚନା କରିଛନ୍ତି।ଏହି ଆଲୋଚନା କାର୍ଯ୍ୟକ୍ରମ ରେ ସଖା ପ୍ରତିଷ୍ଠାନର ପ୍ରତିଷ୍ଠାତା ମୀରା ପରିଡା,ରାଜ୍ୟ ସଂଯୋଜକ ଶୁଭ ପ୍ରସାଦ ସାହୂ,ଜଗତସିଂହପୁର ଜିଲ୍ଲା କିନର ସଙ୍ଘ ର ସଭାପତି ବେଲ କିନର, ମାନସୀ କିନର, ପ୍ରିୟଙ୍କା ପ୍ରିୟଦର୍ଶିନୀ କିନର ଯୋଗଦେଇ ଜିଲାରେ କିନର ମାନକୁ ମୁଖ୍ୟ ସ୍ରୋତରେ ସାମିଲ କରିବା,ସେମାନଙ୍କୁ ରାସନ, ପେନସନ,ଲୋନ,ଗ୍ରୁପ ମାଧ୍ୟମରେ ସ୍ୱାବଲମ୍ବୀ କରିବା ନେଇ ଆଲୋଚନା କରିଥିଲେ।ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଡ଼ଃ. ଶମ୍ଭୁନାଥ ରାଉତ ମଧ୍ୟ କିନର ମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରି ସେମାନଙ୍କୁ ସରକାରଙ୍କ ଯାହା ସବୁ ସୁବିଧା ସୁଯୋଗ ଅଛି ତାହା ଯୋଗାଇ ଦେବାର ପ୍ରତିଶୃତି ଦେଇଥିଲେ।

ଜଗତସିଂହପୁର ରୁ ଜିଲା ପ୍ରତିନିଧି ପ୍ରଫୁଲ କୁମାର ସାହୁ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here