ପଟ୍ଟାମୁଣ୍ଡାଇ ଉତିକଣ ବନ୍ୟା ନିୟନ୍ତ୍ରଣ ଘେରିବନ୍ଧ ପ୍ରତି ବିପଦ : କେନ୍ଦ୍ରାପଡା

ପ୍ରିୟବ୍ରତ ଓଝା,
ପଟ୍ଟାମୁଣ୍ଡାଇ,


ପଟ୍ଟାମୁଣ୍ଡାଇ ଉତିକଣ ବନ୍ୟା ନିୟନ୍ତ୍ରଣ ଘେରିବନ୍ଧ ପ୍ରତି ବିପଦ ସୃଷ୍ଟି କରିଛି ।ପଟ୍ଟାମୁଣ୍ଡାଇ ଠାରୁ ମଦନପୁର ପର୍ଯ୍ୟନ୍ତ ୧୫ କିମି ଉତିକଣ ବନ୍ୟା ଘେରିବନ୍ଧ ପ୍ରଶସ୍ତୀକରଣ ,ନବୀକରଣ ଓ ପଥର ପ୍ୟାକିଂ ପାଇଁ ୧୩ କୋଟି ୧୫ ଲକ୍ଷ ନାବାଡ଼ ଅନୁଦାନ ଅର୍ଥ ଯୋଗାଇ ଦେଇଛି। ମାତ୍ର ବନ୍ୟା ବନ୍ଧର ବ୍ରାହ୍ମଣୀ ନଦୀ ପାର୍ଶ୍ଵ କାର୍ଯ୍ୟ ଏ ପର୍ଯ୍ୟନ୍ତ ଶେଷ ହୋଇନାହିଁ । ୨୦୧୮ ଅକ୍ଟୋବର ୧୫ ତାରିଖରେ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏବଂ ୨୦୨୦ ଅପ୍ରେଲ ୧୪ ତାରିଖରେ କାମ ଶେଷ ହେବାକୁ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା। କିନ୍ତୁ ଏ ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତୀକରଣ କାର୍ଯ୍ୟ ଚାଲିଥିବା ବେଳେ ପଥର ପ୍ୟାକିଂ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ବୋଲି ଲୋକେ ଅଭିଯୋଗ କରିଛନ୍ତି। ବନ୍ଧ ପାର୍ଶ୍ଵ ପଥର ପ୍ୟାକିଂରେ ୪୦ ରୁ ୫୦ କେଜିଆ ପଥର ବ୍ୟବହାର କରିବାକୁ ଚୁକ୍ତି ହୋଇଥିବା ବେଳେ ପ୍ୟାକିଂରେ ୫ ରୁ ୧୦ କେଜିଆ ପଥର ବ୍ୟବହାର କରାଯାଇଛି।ଫଳରେ ବନ୍ୟାର ପ୍ରଖର ସ୍ରୋତରେ ପ୍ୟାକିଂ ଖସି ଭାଙ୍ଗି ଯିବାର ସମ୍ଭାବନା ରହିଛି। ଅପରପକ୍ଷରେ ବନ୍ୟା ବନ୍ଧ ଉପରେ ସମଗ୍ର ରାଜନଗର ବ୍ଲକ ଓ ପଟ୍ଟାମୁଣ୍ଡାଇ ବ୍ଲକର ୧୮ ଟା ପଞ୍ଚାୟତ ନିର୍ଭର କରୁଥିବା ବେଳେ ଗତ ଅଢେ଼ଇ ବର୍ଷ ହେଲା ବସ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଫଳରେ ହଜାର ହଜାର ଲୋକ ନାହିଁ ନଥିବା ଦୁଦଶାରେ ସମ୍ମୁଖୀନ ହେଉଛନ୍ତି। ଲୋକ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଏଥିପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ନାନା ଆଳ ଦେଖାଇ ଲୋକଙ୍କ ସମସ୍ୟାକୁ ଏଡାଇ ଯାଉଛନ୍ତି। ସବୁଠୁ ଗୁରୁତ୍ୱ ପୂର୍ଣ୍ଣ କଥାଟି ହେଲା ୧୮୬୦ ମସିହାରେ ଉତିକଣ ଏକ ହଜାରି ବନ୍ୟା ବନ୍ଧ ନିର୍ମିତ ହୋଇଥିବା ବେଳେ ଏହାର ରକ୍ଷଣାବେକ୍ଷଣ ପାଇଁ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେଉନଥିବା ସଧାରଣରେ ଅଭିଯୋଗ ହୋଇଛି। ଏ ସମ୍ପର୍କରେ କେନ୍ଦ୍ରାପଡା ନିର୍ବାହୀ ଯନ୍ତ୍ରୀ ପ୍ରଭୋଦ ରାଉତଙ୍କୁ ଯୋଗାଯୋଗ କରିବାରେ ମାଟି ମିଳୁ ନଥିବା ହେତୁ କାମ ବିଳମ୍ବ ହେଉଛି। ଏବଂ ରାସ୍ତା କଡ ପଥର ପ୍ୟାକିଂ କାମ ଖୁବ ଶିଘ୍ର ମୁଁ ନିଜେ ଦେଖି ପଦକ୍ଷେପ ନେବି ବୋଲି ସେ କହିଛନ୍ତି।ସେହିପରି ପଟ୍ଟାମୁଣ୍ଡାଇ ସବ ଡିଭିଜନ ଅଳଭା ୨ କନିଷ୍ଠ ଯନ୍ତ୍ରୀ ମନୋରଞ୍ଜନ ସାହୁଙ୍କୁ ଯୋଗାଯୋଗ କରିବାରେ ୨୦୨୧ ଜୁନ ୬ ତାରିଖ ପର୍ଯ୍ୟନ୍ତ ଉକ୍ତ କାର୍ଯ୍ୟର ସମୟ ସମାପ୍ତି ର ସମୟ ବୃଦ୍ଧି କରିବା କୁ ଅଧିକ୍ଷଣ ଯନ୍ତ୍ରୀ କଟକଙ୍କୁ ଚଠି ଦିଆ ଯାଇଛି କିନ୍ତୁ ଏ ପର୍ଯ୍ୟନ୍ତ ଚିଠିର ଉତ୍ତର ଆସି ନାହିଁ ବୋଲି କନିଷ୍ଠ ଯନ୍ତ୍ରୀ ସାହୁ କହିଛନ୍ତି।୨ ଜଣ ବିଭାଗୀୟ କର୍ତ୍ତୃପକ୍ଷଙ୍କ କଥାରେ ସାମଜସ୍ୟ ରହୁ ନଥିବା ବେଳେ ଠିକାଦାର ଏବେବି କାମ ଜାରି ରଖିଛନ୍ତି। ରାସ୍ତା କାର୍ଯ୍ୟ ଶେଷ ହେବା ବିଳମ୍ବ ନେଇ ଲୋକଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଥିବା ବେଳେ ବନ୍ୟା ବନ୍ଧରାସ୍ତାର ସ୍ଥାୟୀତ୍ବ ନେଇ ସାଧାରଣରେ ଆଶଙ୍କା ସୃଷ୍ଟି ହୋଇଛି।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here