କୋଟିଆରେ ଆନ୍ଧ୍ରର ଦାଦଗିରିକୁ ନିନ୍ଦା


ଓଡ଼ିଶା ପ୍ରଦେଶ ଗଠନର କର୍ଣ୍ଣଧାର, ଉତ୍କଳ ସମ୍ମିଳନୀର ସ୍ରଷ୍ଟା ତଥା ପୂର୍ବତନ ସଭାପତି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଶ୍ରାଦ୍ଧ ଦିବସ ଅବସର ରେ ବରପୁତ୍ରଙ୍କ ପ୍ରତି ମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଛି । ଏହି ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ଉତ୍କଳ ସମ୍ମିଳନୀ ମଞ୍ଚେଶ୍ୱର୍ ଶିଳ୍ପାଅଞ୍ଚଳ ଶାଖା ସଭାପତି ଅଧିବକ୍ତା ଦିଲ୍ଲୀପ ଦାସ ସର୍ମା ସଭାପତିତ୍ବ କରିଥିବାବେଳେ ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭିୟୁର ସମ୍ପାଦକ ଲେଲିନ ମହାନ୍ତି, ବରିଷ୍ଟ ସଦସ୍ୟ ପ୍ରଦୁମ୍ନ ଶତପଥୀ, ଉପଦେଷ୍ଟା ନିରଞ୍ଜନ ଦାସ ଓ ନିମାଇ ଚରଣ ଦାସ ପ୍ରମୁଖ ଉପସ୍ଥିତ ରହି ବାରପୁତ୍ରଙ୍କ ଗୁଣଗାନ କରିଥିଲେ। ଓଡ଼ିଶାର କୋଟିଆ ପଞ୍ଚାୟତରେ ତିନୋଟି ଗ୍ରାମର ନାମ ବଦଳାଇ ସେଠାରେ ଅନ୍ଦ୍ରପ୍ରେଦେଶ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କରିଥିବାରୁ ବଲ୍ୟାର୍ପଣ ପରେ ପରେ ଉତ୍କଳ ଗୌରବଙ୍କ ପ୍ରତି ମୂର୍ତ୍ତି ପାଖରେ ସମ୍ମିଳନୀ ପକ୍ଷରୁ ପ୍ଲାକାର୍ଡ ଦେଖାଇ ଦୃଢ଼ ବିରୋଧ କର ଯାଇଥିଲା। ସଂସଦ ଚାଲୁଥିବାରୁ ଓଡ଼ିଶାର ସଂସଦ ମାନେ ଏହାର ପ୍ରତିବାଦ କରି ସଂସଦରେ କେନ୍ଦ୍ରସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାପାଇଁ ସମ୍ମିଳନୀ ଦାବି କରିଥିଲା । ଏହି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ମହେଶ୍ୱର ବିଶ୍ଵାଳ, ବାସନ୍ତୀ ତ୍ରିପାଠୀ,ଅକ୍ଷୟ କୁମାର ଜେଠୀ,ଗୋପୀ ପଟ୍ଟନାୟକ,ସମ ରଞ୍ଜନ ମହାନ୍ତି,ପ୍ରକାଶ କୁମାର ସାମଲ ଓ ପତିତପାବନ ତ୍ରିପାଠୀ ପ୍ରମୁଖ କାର୍ଯ୍ୟକ୍ରମରେ ଭାଗ ନେଇ ବରପୂତ୍ରଙ୍କ ଶ୍ରଦ୍ଧାଞ୍ଜଳି ଜଣେଇବା ସହିତ ଆନ୍ଧ୍ର ବିରୋଧରେ ସ୍ଲୋଗାନ ମାନ ଦେଇଥିଲି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here