ଶହରୁ ଉର୍ଦ୍ଧ୍ବ ବର୍ଷ ବାସିନ୍ଦା ଜମିଦାରଙ୍କୁ ମିଲିପାରୁନାହିଁ ନ୍ୟାୟ ହେଲେ ଉତ୍ତେଜନାରେ ଏସ୍ ଦଣ୍ତାବାଡ ଗ୍ରାମବାସୀ : କୋରାପୁଟ

ତପନ ହିଆଲ,
୦୪\୦୨\୨୧
,


କୋରାପୁଟ ଜିଲ୍ଲା ଦଶମନ୍ତପୁର ଥାନା ଅନ୍ତର୍ଗତରେ ଯାଉଥିବା ଚନାବାଡ ପଞ୍ଚାୟତରେ ରହିଥିବା ଏସ୍ ଡଣ୍ତାବାଡ ଏବଂ ଝୋଡିପାଇ ଏହି ଦୁହେଁ ଗ୍ରାମ ,ସନ୍ଧି ବଡଝୋଲାକୁ ନେଇ ବଡ ଉତ୍ତେଜନା ସହ ଝଗଡା ହୋଇ ଆସୁଥିବାର ଦେଖାଯାଉଛି। ହେଲେ ଝୋଡିପାଇ ଗ୍ରାମର ଲୋକମାନେ ଏସ୍ ଦଣ୍ତାବାଡ ଗ୍ରାମର ଜମିକୁ ଜବରଦଖଲ କରିଛନ୍ତି ବୋଲି ଏସ୍ ଡଣ୍ତାବାଡ ଗ୍ରାମବାସୀମାନେ ଉପସ୍ଥାପନ କରିଛନ୍ତି। ହେଲେ ସନ୍ଧି ବଡଝୋଲା ଏସ୍ ଦଣ୍ତାବାଡ ଖାତା କୁ ଆସୁଥିବା ବେଳେ ଗ୍ରାମବାସୀମାନଙ୍କ ଜମି କଦମଝଲା ମୈଜା ରେ ଶହେ ବର୍ଷରୁ ଅଧିକ ଭୋଗ କରି ଏସ୍ ଦଣ୍ତାବାଡ ଗ୍ରାମବାସୀ ମାନଙ୍କ ପଟ୍ଟା ଜମି ରହିଥିବା ବେଳେ ,ଏହାକୁ ଝୋଡିପାଇ ଲୋକମାନେ ଜବର ଦଖଲ କରି ଗଣ୍ଡଗୋଳ, ଝଗଡା କରୁଥିବା ରୁ ନ୍ୟାୟ ପାଇବା ନିମନ୍ତେ ତହସିଲଦାର ଲିଖିତ ଆକାରେ ଜଣ ସାଧାରଣ ଏକତା ସୁରକ୍ଷା ମଞ୍ଚ ପକ୍ଷରୁ ଏବଂ ଗ୍ରାମବାସୀ ଙ୍କ ମିଳିତ ଭାବେ ଦେଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳିନଥିବା ରୁ ବାଧ୍ୟତାମୂଳକ ଭାବେ ଆଗାମୀ ଦିନମାନଙ୍କରେ ଉଭୟେ ଗ୍ରାମରେ ବଡଧରଣର ହଣାକଟା, ଗୋଣ୍ତଗଳ, ଚାଲିବ ବୋଲି ଗ୍ରାମବାସୀ ଗୁରୁତ୍ୱପୂର୍ଣ୍ଣ ଭାବେ ଚେତାବନୀ ଦେଇଛନ୍ତି। ବାରମ୍ବାର ଅଭିଯୋଗ ହେବା ପରେ ମଧ୍ୟ ପ୍ରଶାସନ ଅଣଦେଖା କରୁଛନ୍ତି। ଯଦି ଆଗାମୀ ଦିନମାନଙ୍କରେ ଉଭୟେ ଗ୍ରାମରେ କୌଣସି ସମସ୍ୟା ଉତ୍ପନ୍ନ ହୁଏ ତେବେ ପ୍ରଶାସନ ଦାୟୀ ରହିବେ ବୋଲି ଏସ୍ ଦଣ୍ତାବାଡ ଗ୍ରାମବାସୀ ମାନେ ତୀବ୍ରତା ସହ ଉତେଜନମୁଳକ ଭାବେ ଉପସ୍ଥାପନ କରିଛନ୍ତି।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here