ଚାକିରୀଦେବା ଆଳରେ ଠକେଇର ଶିକାର ହୋଇଛନ୍ତି ଛାତ୍ର : ସୁନ୍ଦରଗଡ଼

ଚାକିରୀ କରାଇ ଦେବା ପ୍ରଲୋଭନ ଦେଖାଇ ଅନଲାଇନ ମାଧ୍ୟମରେ ଠକାମୀର ଶିକାର ହୋଇଛନ୍ତି ଛାତ୍ର । ରାଉରକେଲା ସହରର ଛେଣ୍ଡ ଥାନାରେ ଏଭଳି ଅଭିଯୋଗ ଆଣିଛନ୍ତି ଛାତ୍ର । ଛାତ୍ର ଜଣକ ବାଲେଶ୍ବର ଜିଲ୍ଲାର ବାସିନ୍ଦା । ରାଉରକେଲା ସହରରେ ଏକ ଠକ କମ୍ପାନୀ ଚାକିରୀ ଦେବା ଆଳ ଦେଖାଇ ଛେଣ୍ଡ ଥାନା ଅନ୍ତର୍ଗତ ତୁଳସୀ ଟୋଲା ଏମ ଆଇ ଜି ୨/୧୭୧ ଫେଛ- ୩ ବାସ ଗୃହରେ ନେଇ ରଖିଥିଲେ । ସେଠାରେ ତାଙ୍କୁ କୌଣସି ଚାକିରୀ ନ ଦେଇ ତାଙ୍କ ସହ ଉକ୍ତ କମ୍ପାନୀ ଅତ୍ୟାଚାର କରିବା ସହିତ ନିର୍ଯ୍ୟାତନା ଦେଇ ତାଙ୍କ ଠାରୁ ଚାରିକି ଦେବା ଆଳରେ କିଛି ଟଙ୍କା ନେଇଥିଲେ । ଏହା ବ୍ୟତୀତ ଉକ୍ତ ବାସ ଗୃହରେ ଅନେକ ବାହାରୁ ଛାତ୍ର ଛାତ୍ରୀ ମାନଙ୍କୁ ଆଣି ସେଠାରେ ରଖା ଯାଇଛି । ଏହା ସହ ସେମାନଙ୍କୁ ବାହାରକୁ ଛଡା ଯାଉ ନ ଥିଲା ଏବଂ ମୋବାଇଲରେ କାହା ସହ କଥା ବାର୍ତା ବି କରିବାକୁ ଦିଆଯାଉ ନଥିଲା ବୋଲି ଅଭିଯୋଗ କରିଛନ୍ତି ଛାତ୍ର। ଆଜି ଛାତ୍ର ଜଣକ ବାସଗୃହ ରୁ ଲୁଚି ଆସି ସ୍ଥାନୀୟ ଲୋକମାନଙ୍କୁ କହିବାରୁ ସ୍ଥାନୀୟ ଲୋକେ ଉକ୍ତ ଛାତ୍ରକୁ ଛେଣ୍ଡ ଥାନା ଆଣି ଜିମା ଦେଇଥିଲେ । ଏହି ଠକ ସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଆଗକୁ ବଡ ଧରଣର ଆନ୍ଦୋଳନ ହେବ ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।
BIG BRAKING NEWS

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here