ମହିଳାଙ୍କୁ ଅସଦାଚରଣ ,ଥାନାରେ ମମଲା : କେନ୍ଦ୍ରାପଡା

4-2-2021
ପ୍ରିୟବ୍ରତ ଓଝା
ପଟ୍ଟାମୁଣ୍ଡାଇ


କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ତରଡିପାଳ ପଞ୍ଚାୟତ ଘାଘରାଡିଆ ଗ୍ରାମର ଜନୈକା ମହିଳା ଗାୟତ୍ରୀ ସାମଲଙ୍କୁ ଅସଦାଚରଣ କରିବା ଅଭିଯୋଗରେ ପଟ୍ଟାମୁଣ୍ଡାଇ ପୋଲିସ ଥାନା କେସ ନଂ – ୭୫/୨୦୨୧ ରେ ଏକ ମାମଲା ରୁଜ୍ଜୁ କରିଛି।ଅନ୍ୟପକ୍ଷରେ ତରଡିପାଳ ସରପଞ୍ଚ ପ୍ରୀୟଦର୍ଶୀନି ତରାଇ ଓ ତାଙ୍କ ସ୍ବାମୀ ପୁରୁଷୋତ୍ତମ ତରାଇଙ୍କ ଏତଲା କ୍ରମେ ପୋଲିସ ଅନ୍ୟ ଏକ ମାମଲା ୭୬/୨୦୨୧ ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।ଅଭିଯୋଗରୁ ପ୍ରକାଶ ଯେ ମଙ୍ଗଳବାର ଦିନ ୩ ଟା ସମୟରେ ସେହି ଗ୍ରାମର କନକଲତା ତରାଇଙ୍କ ସହିତ ଜାଗାବାଡି ସୀମା ନିର୍ଦ୍ଧାରଣ କୁ ନେଇ ଝଗଡା ହୋଇଥିଲା।ଅଭିଯୁକ୍ତ ମାନଙ୍କ ସହିତ ଅନ୍ୟ ୮ ଜଣ ମିଶି ଗାୟତ୍ରୀ ଙ୍କୁ ଗାଳିଗୁଲଜ ସହିତ ମାଡ ମାରିବାକୁ ଧମକ ଦେଇଥିଲେ।ମହିଳା ସରପଞ୍ଚ ପ୍ରୀୟଦର୍ଶୀନି ଗାୟତ୍ରୀଙ୍କ ଲୁଗାଟାଣି ଅପମାନିତ କରିବା ସହିତ ଏକ ସୁନାଚେନ ଛିଡାଇ ନେଇଥିଲେ।ଏବଂ ସରପଞ୍ଚଙ୍କ ସ୍ବାମୀ ପୁରୁଷୋତ୍ତମ ଧକା ମାରି ଗାୟତ୍ରୀଙ୍କୁ ତଳେ ପକାଇ ଦେଇଥିଲେ।ଏବଂ ଅସଦାଚରଣ କରିଥିବା ନେଇ ମଙ୍ଗଳବାର ରାତିରେ ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ କରିଛନ୍ତି।ପୋଲିସ ବୁଧବାର ଗାୟତ୍ରୀଙ୍କୁ ଡକାଇ ମେଡିକାଲରେ ଡାକ୍ତରୀ ମାଇନା କରିବା ସହିତ ତାଙ୍କ ବୟାନ ରେକଡ କରିଥିଲେ।ଅପରପକ୍ଷେ ସରପଂଚ ଓ ତାଙ୍କ ସ୍ବାମୀଙ୍କ ଏତଲାକୁ ଆଧାର କରି ପୋଲିସ ଏକ ମାମଲା ୭୬/୨୦୨୧ ରୁଜ୍ଜୁ କରି ଅଧିକ ତଦନ୍ତ ଚଳାଇଛି। ଏଭଳି ସମ୍ବୋଧନଶୀଳ ଘଟଣା ଉପରେ ପୋଲିସ ଦୃଢ଼ ନଜର ରଖିଛି।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here