ଅବାଧରେ ଚାଲିଛି କୁକୁଡା ଲଢ଼େଇ ସହ ଘୁଡୁଘୁଡି ପଟି ଜୁଆ ଖେଳ , ପୋଲିଶ ନୀରବଦ୍ରଷ୍ଟା : ସୁନ୍ଦରଗଡ଼

ବଣାଇଁ ଉପଖଣ୍ଡର କୋଇଡ଼ା, ଲହୁଣୀପଡା ସମେତ ବଣାଇଁର ବିଭିନ୍ନ ସ୍ଥାନରେ ଅବାଧରେ ଚାଲିଛି କୁକୁଡା ଲଢ଼େଇ ଓ ଖୁଡୁଖୁଡି ପଟି ଜୁଆ ଖେଳ ବୋଲି ଜଣାପଡିଛି। ବଣାଇଁ ଥାନା ଅନ୍ତର୍ଗତ ତଲିତା ଗ୍ରାମର ଜଙ୍ଗଲ ସ୍ଥିତ ଭାଲିଆବଣି ଠାରେ ସୋମବାର ଓ ଗୁରୁବାର ଦିନ ହେଉଥିବା ବେଳେ ମଙ୍ଗଲବାର ସାତକୁଟା ହାଟରେ, ବୁଧବାର ଦିନ କେଲୋ ଓ ଜଙ୍ଗଲ ସ୍ଥିତ ବ୍ରିଜ୍ ନିକଟରେ, ଶୁକ୍ରବାର ଦିନ ଗିଲି ବନୈକଳା, ରବିବାର ଦିନ ଗୋବିନ୍ଦପୁର ପତ୍ରାପାଲି ଠାରେ କୁକୁଡା ଲଢ଼େଇ ସହ ଖୁଡୁଖୁଡି ପଟି ଜୁଆ ଖେଳ ହେଉଥିବା ଜଣାପଡିଛି ।ତେବେ ଏହି କୁକୁଡା ଲଢ଼େଇ ସାଂଗକୁ ଖୁଡୁଖୁଡି ପଟି ଜୁଆ ଖେଳକୁ ପୋଲିଶ ଜାଣି ନ ଜଣାବା ପରି ନିରବଦ୍ରଷ୍ଟା ସାଜିଛନ୍ତି। ଏହି ଜୁଆ ଖେଳ ଯୋଗୁଁ ଜନସାଧାରଣ ପରସ୍ପରର ମଧ୍ଯରେ ବାଜି ଲଗାଇ ଜୁଆ ଖେଳିବା ସହିତ ସର୍ବସ୍ବାନ୍ତ ହୋଇ ପଡୁଛନ୍ତି। ଏହି ଖେଳରେ ବହୁ ଦୂର ଦୂରାନ୍ତରୁ ଆସି ହଜାର ହଜାର ଲୋକଙ୍କ ସମାଗମ ହେଉଥିବା ଦେଖିବାକୁ ମିଳିଥିବାବେଳେ ଗୋଟାଏ ଦିନରେ ଲକ୍ଷାଧିକ ଟଙ୍କାର ଜୁଆ କାରବାର ହେବାକୁ ଥିବା ବେଳେ ଶତାଧିକ କୁକୁଡା ମୂତାହତ ହୋଇଥାନ୍ତି। ତେବେ ପୋଲିଶ ଏହି ଖେଳକୁ ବନ୍ଦ କରିବା ବଦଳରେ ଆହୁରି ପ୍ରୋସାହନ ଦେଉଥିବା ଜଣାପଡ଼ିଛି।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here