ଜିଲାସ୍ତରୀୟ ନୋଡାଲ ବୈଠକ : ନବରଙ୍ଗପୁର

ଡ଼ାବୁଗାଁ : ନବରଙ୍ଗପୁର ସ୍ଥିତ ମିଶନ ଶକ୍ତି ସମ୍ମିଳନୀ କକ୍ଷ ଠାରେ ଆଜି ଜିଲ୍ଲା ସ୍ତରୀୟ ନୋଡାଲ ଅଧିକାରୀ ମାନଙ୍କ ସହିତ ଏକ ସମୀକ୍ଷା ବୈଠକ ଜିଲ୍ଲାପାଳ ଡକ୍ତର ଅଜିତ କୁମାର ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ନୋଡାଲ ଅଧିକାରୀ ପିଡି ଡିଆରଡିଏ ରମାକାନ୍ତ ନାୟକ, ଉପ ଜିଲ୍ଲାପାଳ ଭାସ୍କର ରୋଇତ, ଏପିଡ଼ି ଡିଆରଡିଏ (ଏଡିଏମଏନ ) ଶ୍ରୀ ରତ୍ନାକର ସାହୁ, ନିର୍ବାହୀ ଯନ୍ତ୍ରୀ ଜିଲ୍ଲା ଜଳ ଓ ପରିମଳ ବିଭାଗ ଅମରେନ୍ଦ୍ର ପାଢ଼ୀ, ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ, ଜିଲ୍ଲା ଶ୍ରମ ଅଧିକାରୀ ନରେନ୍ଦ୍ର କୁମାର ଗାଇପାଇ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଶିଶିର କୁମାର ପାଣି ଙ୍କ ବ୍ୟତୀତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଚୌଧୁରୀ ଶୋଭାରାଣୀ ମିଶ୍ର, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ମେହେରୁ ମିଶା ବେଗମ, ଜିଲ୍ଲା ଯୋଗାଣ ଅଧିକାରୀ ସଞ୍ଜୀବ କୁମାର ସାହୁ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଥିଲେ । ବୈଠକରେ ନବରଙ୍ଗପୁର ଜିଲ୍ଲାରେ ସରକାର ଙ୍କ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ ଓ ବିକାଶ ମୁଖୀ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରାଯାଇଥିଲା।
ବୈଠକରେ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ସଦର ମହକୁମା ଠାରେ ଆଗାମୀ ଛଅ ତାରିଖରେ ଏବଂ ସାତ ତାରିଖରେ ବ୍ଲକ ସ୍ତରରେ ଆଗ ଧାଡି କରୋନା ଯୋଦ୍ଧା ଙ୍କୁ ଟୀକା ପ୍ରଦାନ କରାଯିବା ପାଇଁ ନିଷ୍ପତ୍ତି ନିଆଗଲା । ଗୋଟିଏ ଗୋଟିଏ ଟୀକା କରଣ କେନ୍ଦ୍ରରେ ଦିନକୁ ୧୫୦ ରୁ ୨୦୦ ଲୋକଙ୍କୁ ଟୀକା ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି । ସେହିପରି ଆଗାମୀ ଗ୍ରୀଷ୍ମ ଋତୁ କୁ ଦୃଷ୍ଟିରେ ରଖି, ପାନୀୟ ଜଳଯୋଗାଣ ର ସୁବ୍ୟବସ୍ଥା କରିବା ସହ ପ୍ରତ୍ୟେକ ନଳକୂପକୁ ସବୁଜ ରଙ୍ଗ ଦେବା ପାଇଁ ବିଭାଗୀୟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସମସ୍ତ ନୋଡାଲ ଅଧିକାରୀ ନିଜ ନିଜ ଅଞ୍ଚଳ ଗ୍ରସ୍ତ କରି ଜିଲ୍ଲାରେ ଥିବା ସମସ୍ତ ଧାନ ମଣ୍ଡିକୁ ଯାଇ ପ୍ରକୃତ ଚାଷୀଙ୍କୁ ଚିହ୍ନଟ କରି ସେମାନଙ୍କ ଧାନ ବିକ୍ରି କରିବା ପାଇଁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ। ଗୃହରେ କରୋନା ର ପ୍ରଭାବ କୁ ତର୍ଜମା କରି ଜିଲ୍ଲାର ସମସ୍ତ ସାପ୍ତାହିକ ହାଟ ସତର୍କତା ଅବଲମ୍ବନ କରି ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ସ୍କୁଲ ଏବଂ ଅଙ୍ଗନବାଡ଼ି କେନ୍ଦ୍ର ମାନଙ୍କରେ ରେ କିଭଳି କରୋନା -୧୯ ମାର୍ଗଦର୍ଶିକା ପାଳନ କରିବା ସହିତ ସାମାଜିକ ଦୂରତା, ମାସ୍କ ପିନ୍ଧିବା ଇତ୍ୟାଦିକୁ ତଦାରଖ କରିବା ପାଇଁ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦେଶ ଦେଇଥିଲେ ।

ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ରୁ ପ୍ରଜ୍ଞା ରଞ୍ଜନ ପରିଡ଼ା, Odisha1. TV

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here