ଡାବୁଗାଁ କୌଶଳ ବିକାଶ କେନ୍ଦ୍ର ଉଦଘାଟନ : ନବରଙ୍ଗପୁର

ଡାବୁଗାଁ : ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦର ମହାକୁମା ସ୍ଥିତ କୌଶଳ ବିକାଶ କେନ୍ଦ୍ରକୁ ବୁଧବାର ନବରଙ୍ଗପୁର ଜିଲାପାଳ ଡା. ଅଜିତ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ ଜିଲା ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସାହି ମିନା ଯୋଗ ଦେଇଥିଲେ । ଜିଲା ନିୟୋଜନ ଅଧିକାରୀ ଏହି କୌଶଳ ବିକାଶ କେନ୍ଦ୍ରରେ ଉଭୟ ପୁଅ ଝିଅ ୩୦ ଜଣ ସିଲେଇ ଶିଖିବା ପାଇଁ ସୁବିଧା ଥିବାବେଳେ ପୁଅ ୧୫ ଜଣ ଓଲଡିଂ ପ୍ରଶିକ୍ଷଣ ନେବା ପାଇଁ ରେଜିଷ୍ଟେସନ କରିଛନ୍ତି । ଉକ୍ତ କାର୍ଯ୍ୟ କ୍ରମରେ ଡାବୁଗାଁ ଭୈରବ କନିଷ୍ଠ ମହାବିଦ୍ୟାଳୟ ର ଅଧ୍ୟାପକ ଓ ଅଧ୍ୟାପିକା ମାନେ ଉପସ୍ଥିତ ଥିଲେ । ଏଥିରେ କୌଶଳ ବିକାଶ କେନ୍ଦ୍ର ର ରାଜ୍ୟ ପ୍ରଭାରୀ ପରାକ୍ରମ ଚମ୍ପତି , ଉକ୍ତ କେନ୍ଦ୍ର ନିରୀକ୍ଷକ କାର୍ତିକ ନାୟକ , ଡାବୁଗାଁ ଗୋଷ୍ଟି ଉନ୍ନୟନ ଅଧିକାରୀ ରଂଜିତା ମେରୀ ନାୟକ , ଡାବୁଗାଁ ତହସିଲଦାର ସନ୍ଧ୍ୟା ସମରଥ ଯୋଗ ଦେଇ ପିଲାଙ୍କୁ ଶିଖିବାର ପ୍ରଣାଳୀ ଓ ପିଲାଙ୍କୁ ରୋଜଗାର କ୍ଷମ କରିବା ପାଇଁ ପ୍ରୋତ୍ସାହନ ଦେଇଥିଲେ । ପରେ ଜିଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ମିନା ମହୋଦୟ ସଡକ ସୁରକ୍ଷା ଜୀବନ ରକ୍ଷା କରିବା ପାଇଁ କହିଥିବା ବେଳେ ଉକ୍ତ କାର୍ଯ୍ୟ କ୍ରମକୁ ପରିଚାଳନା କରିଥିଲେ ।

ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ରୁ ପ୍ରଜ୍ଞା ରଞ୍ଜନ ପରିଡ଼ା, Odisha1. TV

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here