ସିଆଇଟିୟୁ ର କୃଷି ଓ ଶ୍ରମ ଆଇନ ନକଲ ପୋଡି : ଜଗତସିଂହପୁର

ଜଗତସିଂହପୁର ଜିଲ୍ଲା କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ସିଆଇଟିୟୁ ପକ୍ଷରୁ ସ୍ଥାନୀୟ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ତିନୋଟି କୃଷି ଓ ଚାରୀଟି ଶ୍ରମ ଆଇନ ନକଲ କୁ ପୋଡା ଯାଇଥିଲା। ସିଆଇଟିୟୁ ର ରାଜ୍ୟ ସମ୍ପାଦକ ଲୋଭାକାନ୍ତ ସ୍ୱାଇଁ ତାଙ୍କ ବକ୍ତବ୍ୟରେ କହିଥିଲେ କରୋନା ମହାମାରୀ ସାରା ପୃଥିବୀରେ ଭୟାବହ ଥିଲାବେଳେ କେନ୍ଦ୍ର ମୋଦି ସରକାର ଅଗଣତାନ୍ତ୍ରୀଙ୍କ ଭାବରେ କୃଷକ ,ଶ୍ରମିକ ମାନଙ୍କ ଉପରେ ଏହି ଆଇନ ଦ୍ୱାରା ନଗ୍ନ ଅତ୍ୟାଚାର ଆରମ୍ଭ କରିଛି।ତେବେ ଆଜି ଭାରତର ଟ୍ରେଡ଼ ୟୁନିୟନ କେନ୍ଦ୍ର ସର୍ବଭାରତୀୟ ଡ଼ାକରାରେତିନୋଟି କୃଷିଆଇନ ଓ ଚାରୋଟି ଶ୍ରମ ଆଇନ ର ନକଲ ଚାଷୀ ଓ ଶ୍ରମିକ ମାନେ ପଡୁଛନ୍ତି। ।ଏହି ବିଖୋଭ ରେ ସିଆଇଟିୟୁ ର ନିର୍ମାଣ ଶ୍ରମିକ ସଂଗଠନ ର,ଜିଲ୍ଲା କାର୍ଯ୍ୟକାରୀ କମିଟି ସଭ୍ୟ କୃଷ୍ଣ ଚନ୍ଦ୍ର ବସ୍ତିଆ,ସହ ସଂପାଦକ ଶରତ ବେହେରା, ପ୍ରଫୁଲ୍ଲ ନାୟକ,ନଟବର ପଲେଇ, ରମେଶ ବେହେରା, ତପନ ଦାସ,ସଞ୍ଜୟ ପରିଡା, ପ୍ରତାପ ଚନ୍ଦ୍ର ସୁତାର,ସୁକଦେଵ ଦାସ,ରବୀନ୍ଦ୍ର ସ୍ଵାଇଁ, ସୁକଦେଵ ଦାସ, କୃଷ୍ଣ ଚନ୍ଦ୍ର ସାମଲ, ସୁବାସ ମହାରଣା,ତପନକୁମାର ଦାସ, ମାନସ ମହାନ୍ତିପ୍ରମୂଖ ସିଆଇଟିୟୁର କର୍ମକର୍ତା ଯୋଗଦେଇଥିଲେ।

ଜଗତସିଂହପୁର ରୁ ଜିଲା ପ୍ରତିନିଧି ପ୍ରଫୁଲ କୁମାର ସାହୁ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here