ମାଲବାହୀ ରେଳ ନେଲା ଦୁଇଟି ହାତୀର ଜୀବନ :ସୁନ୍ଦରଗଡ଼

ବିଳମ୍ବିତ ଅନ୍ଧାର ରାତିରେ ରାସ୍ତା ପାରି ହେଉଥିବା ବେଳେ ରେଳରେ କଟି ଦୁଇଟି ହାତୀଙ୍କର ମୃତ୍ୟୁ ହୋଇଯାଇଥିଲା । ଏଭଳି ଏକ ମର୍ମନ୍ତୁଦ ହୃଦୟ ବିଦାରକ ଘଟଣା ଘଟିଯାଇଛି ବିଶ୍ରା ବନବିଭାଗ ଅନ୍ତର୍ଗତ ମହିପାଣି ଅଞ୍ଚଳରେ । ଗତ ବିଳମ୍ବିତ ରାତିରେ କ୍ଷୀପ୍ର ଗତିରେ ଏକ ମାଲବାହୀ ରେଳ ନିଜର ଗନ୍ତବ୍ୟ ପଥକୁ ଯାଉଥିବା ବେଳେ ମହିପାଣି ଅଞ୍ଚଳରେ ଦୁଇଟି ମଧ୍ୟମ ହାତୀ ଅନ୍ଧାର ରାତିରେ ରେଳ ଲାଇନ ପାରି ହେଉଥିବା ସମୟରେ ରେଳରେ ଧକ୍କା ହୋଇ ଘଟଣାସ୍ଥଳରେ ଇହଲୀଳା ସମ୍ବରଣ କରିଥିଲେ । ମୃତ୍ୟୁ କେତେ ବେଳେ କେମିତି ଓ କେଉଁ ହିସାବରେ ଆସିବ ତାହା ମଣିଷ ଓ ପଶୁଙ୍କୁ ଅଗୋଚର । ହାତୀ ଦ୍ବୟଙ୍କର ମୃତ ଖଣ୍ଡ ବିଖଣ୍ଡିତ ଶରୀର ରେଳ ଲାଇନ ଉପରେ ପଡି ରହିଥିବା ପରିଲକ୍ଷିତ ହୋଇଛି । ଖବର ପାଇ ବନ ବିଭାଗର କନିଷ୍ଠ ଓ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ମୃତ ହାତୀ ଦ୍ବୟର ଖଣ୍ଡ ବିଖଣ୍ଡିତ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଛି । ଏହି ଘଟଣା ବିଷୟରେ ଜାଣିବା ପରେ ମୃତ ହାତୀ ଦ୍ବୟଙ୍କୁ ଦେଖିବା ସକାସେ ଶହ ଗ୍ରାମବାସୀଙ୍କର ଭିଡ ଜମିଥିବା ଦେଖିବାକୁ ମିଳିଥିଲା ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।
BIG BRAKING NEWS

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here