ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ପୈ।ରାଞ୍ଚଳରେ ବୈଠକ ଓ ରକ୍ତ ଦାନ ଶିବିର : ସୁନ୍ଦରଗଡ଼

ମାନ୍ୟବର ସୁକିନ୍ଦା ବିଧାୟକ ତଥା ସୁନ୍ଦରଗଡ ଜିଲ୍ଲା ବିଜୁ ଜନତା ଦଳର ପର୍ଯ୍ୟବେକ୍ଷକ ଇଂ.ପ୍ରୀତିରଞ୍ଜନ ଘଡେଇଙ୍କ ଆହ୍ୱାନରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଗସ୍ତ କୁ ସଫଳ କରାଇବା ପାଇଁ ଆଜି ରାଜଗାଙ୍ଗପୁରର ପୂର୍ବତନ ବିଧାୟକ ତଥା ବିଜୁ ଜନତା ଦଳ ରାଜ୍ୟ ଉପସଭାପତି ଶ୍ରୀଯୁକ୍ତ ମଙ୍ଗଳା କିଷାନଙ୍କର ନେତୃତ୍ୱରେ ରାଜଗାଙ୍ଗପୁର ଠାରେ ଏକ ବୈଠକ ବସିଥିଲା । ନିର୍ବାଚନ ମଣ୍ଡଳୀର ସମସ୍ତ ଛାମୁଆଁ ସଙ୍ଗଠକ ଛାତ୍ର, ଯୁବ, ମହିଳା, ମାନେ ଯୋଗ ଦେଇଥିଲେ । କିଭଳି ଭାବରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ସଫଳ କରାଯିବ ତାହା ଉପରେ ସମସ୍ତେ ନିଜ ନିଜର ମତ ପ୍ରକାଶ କରିଥିଲେ । ଦଳ ତରଫରୁ ପର୍ଯ୍ୟବେକ୍ଷକ ଯାହା ନିଷ୍ପତ୍ତି ନେବେ ତାକୁ ସମସ୍ତେ ମାନି କାର୍ଯ୍ୟ କରିବା ପାଇଁ ଶ୍ରୀ କିଷାନ କର୍ମୀ ମାନଙ୍କୁ କହିଥିଲେ, ସଂଯୋଜକ ଶ୍ରୀ କୁନ ବିହାରୀ ଦାସ ସମସ୍ତଙ୍କ ସହ ଆଲୋଚନା କରି ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ସଫଳ କରାଇବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରୁଥିବାରୁ ଶ୍ରୀ କିଷାନ କୁନ ଭାଇ ଙ୍କୁ ଅନେକ ଅନେକ ଧନ୍ୟବାଦ ଜଣାଇଛନ୍ତି । ତାହା ସହିତ ବିଜୁ ଜନତା ଦଳର ସକ୍ରିୟ ସଭ୍ୟ ଶ୍ରୀ ଜୟନ୍ତ ମହାନ୍ତିଙ୍କ ସାନ ପୁଅ ନୀତିଶ ମହାନ୍ତିଙ୍କ ଜନ୍ମ ଦିନ ଅବସରରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଏଥିରେ ପ୍ରାୟ ୨୨ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here