ଜନ ଅଧିକାର ମଞ୍ଚ ପକାଇଲା ତାଲା , ପ୍ରଶାସନ ସଂପୂର୍ଣ୍ଣ ଢିଲା : ସୁନ୍ଦରଗଡ଼

ବହୁ ଅଙ୍କ କଷିବା ପରେ ଶେଷରେ ଅନ୍ୟ ଉପାୟ ନ ପାଇ ବାଧ୍ୟ ହୋଇ ଜନ ଅଧିକାର ମଞ୍ଚ ପକାଇଲା ତାଲା । କେନ୍ଦ୍ର ଓ ରାଜ୍ୟ ପ୍ରଶାସନ ସଂପୂର୍ଣ୍ଣ ଢିଲା । ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି ରାଉରକେଲା ସ୍ଥିତ ସେକ୍ଟର ୫ ଅଞ୍ଚଳରେ ଥିବା ଜାତୀୟ ମେଲେରିଆ ଗବେଷଣା କେନ୍ଦ୍ରରେ । ଉକ୍ତ ଅଞ୍ଚଳରେ ଅବସ୍ଥାପିତ ହୋଇଥିବା କେନ୍ଦ୍ରକୁ ଅନ୍ୟତ୍ର ସ୍ଥନାନ୍ତରିତ ପ୍ରତିବାଦରେ ତଥା ବରିଷ୍ଠ କର୍ମଚାରୀଙ୍କ ବଦଳି ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା ଅଧିକାର ମଞ୍ଚ ଏବଂ ଏ ବିଷୟରେ ପୂନର୍ବାର ବିଚାର କରି ଉଚିତ ପଦକ୍ଷେପ ନେବାକୁ ଚେତାଇ ଦେଇଥିଲା । ତେବେ ରାଜ୍ୟ ଓ କେନ୍ଦ୍ର ସରକାର ଏଥିପ୍ରତି ଆଡ ଆଖିରେ ବି ନ ଚାହିଁବାରୁ ୨ ଘଣ୍ଟାରୁ ଅଧିକ କାଳ ଧାରଣାରେ ବସିବା ପରେ ଏକ ଶୋଭାଯାତ୍ରାରେ ବିଭିନ୍ନ ଶ୍ଳୋଗାନ ଦେଇ କାର୍ଯ୍ୟାଳୟ ନିକଟକୁ ଆସିଥିଲେ ଜନ ଅଧିକାର ମଞ୍ଚର ବରିଷ୍ଠ ଅଧିକାରୀ ଓ ସହକର୍ମୀ ଗଣ । କାର୍ଯ୍ୟାଳୟରୁ ସମସ୍ତିଙ୍କୁ ବାହାରକୁ ଡାକି ସମସ୍ତିଙ୍କର ଉପସ୍ଥିତିରେ ମେଲେରିଆ ଗବେଷଣା ପ୍ରତିଷ୍ଠାନ କେନ୍ଦ୍ରରେ ତାଲା ପକାଇ ଥିଲା ଜନ ଅଧିକାର ମଞ୍ଚ । ଆଗାମୀ ଦିନରେ ସମାଧାନର ଅବ୍ୟବସ୍ତା ହେଲେ ବଡ ଧରଣର ଆନ୍ଦୋଳନର ଚେତାବନୀ ମଧ୍ୟ ଦେଇଥିଲା ମଞ୍ଚ । ସରକାର ସମେତ ସରକାରୀ କଳ ସଂପୂର୍ଣ୍ଣ ଢିଲା ଢାଲା ତ କ୍ୟା କରେଗା ଉପର ବାଲା ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here