ହାତୀ ଆକ୍ରମଣରେ ଯୁବକର ମୃତ୍ୟୁ : ସୁନ୍ଦରଗଡ଼

ରାଜଗାଙ୍ଗପୁର ବ୍ଲକର ବୁଚୁକୁପଡା ପଞ୍ଚାୟତର ବିଜା ଖମଣ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଯୁବକର ମୃତ୍ୟୁ ହେବା ଜଣା ଯାଇଛି।ଗତ ରାତିରେ ଚାରି ଜଣିଆ ହାତୀ ବିଗତ ୧୫ଦିନ ହେବ ସମ୍ବଲପୁର ଜିଲ୍ଲାର ବାମଡା ଅଞ୍ଚଳରୁ ଆସି ଏହି ଅଂଚଳର ବିଭିନ୍ନ ସ୍ଥାନରେ ତାଣ୍ଡବଲୀଳା କରିବାପରେ ବନ ବିଭାଗ ଅଧିକାରୀଙ୍କ ଉଦ୍ୟମରେ  ହାତୀ ମାନଙ୍କୁ ଘୋଡାଇ ଦେବାପରେ ଗୋଟିଏ ଦନ୍ତା ହାତୀ କେଉଁଠାରେ ରହି ଯାଇଥିଲା । ଗତକାଲି ରାତିରେ ଦନ୍ତା ହାତୀକୁ ବନ ବିଭାଗ ପକ୍ଷରୁ ଘୋଡାଇବା ଚେଷ୍ଟା କରିବା ସମୟରେ ହାତୀଟି ବୁଚୁକୁପଡା ପଞ୍ଚାୟତର ବିଜା ଖମଣ ଗ୍ରାମରେ ପଶିଯାଇ ବନ୍ଧୁ ଏକ୍କା (୩୮) ଙ୍କ ଘରର କାନ୍ଥ ଭାଙ୍ଗିବା ପରେ ବନ୍ଧୁ ଏକ୍କା ଶୋଇ ଥିବା ଅବସ୍ଥାରେ ତାଙ୍କ ଉପରେ କାନ୍ଥ ପଡି ଯିବା ପରେ ସେ ଗୁରୁତର ହେବାଦେଖି ରାଜଗାଙ୍ଗପୁର ବନ ବିଭାଗ ଅଧିକାରୀ ମନୋଜ କୁମାର ତିଗା , ଫରେଷ୍ଟର ପରମାନନ୍ଦ ପଟେଲ ଓ ପାଉଲୁସ ଓରାମ ଘଟଣାସ୍ଥଳରେ ପହଞ୍ଚି ଆହତ ବନ୍ଧୁ ଏକ୍କାଙ୍କୁ ତୁରନ୍ତ ଉଠାଇ ଚିକିତ୍ସା ନିମନ୍ତେ ରାଜଗାଙ୍ଗପୁର ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ରାଉରକେଲା ଆରଜିଏଚକୁ ସ୍ଥାନାନ୍ତରିତ କରିଥିଲେ। ସେଠାରେ ଚିକିତ୍ସା ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଯାଇଥିଲା।ସେଠାରେ ତାଙ୍କ ଶବ ବ୍ୟବଚ୍ଛେଦ କରାଯାଇ ତାଙ୍କ ପରିବାରଙ୍କୁ ଶବ ହସ୍ତାନ୍ତର କରାଯିବାପରେ ବନ ବିଭାଗ ପକ୍ଷରୁ ଶବ ଶସ୍କାର ପାଇଁ ୨୦ହଜାର ଟଙ୍କା ପ୍ରଦାନ କରିଛନ୍ତି। ସମସ୍ତ ତଥ୍ୟ ମିଳିବା ପରେ ସରକାରଙ୍କ ନୀୟମ ଅନୁଯାଇ ବାକି ଅର୍ଥ ପ୍ରଦାନ କରାଯିବ ବୋଲି ବନ ବିଭାଗ ଅଧିକାରୀ ମନୋଜ କୁମାର ତିଗା ମତ ବ୍ୟକ୍ତ କରିଛନ୍ତି।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here