ବିଜେଡି ଓ ଭାଜପାର ମିଳିତ ଉଦ୍ୟମରେ ଚାଲିଲା ଦୁଇଟି ପାସେଞ୍ଜର ରେଳ : ରାଉରକେଲା

ରାଉରକେଲା : କରୋନା କଟକଣା ପରେ ଉତ୍ତର ଓ ଦକ୍ଷିଣ ପଟେ ଦୁଇଟି ପାସେଞ୍ଜର ରେଳ ଚଳାଇବାର ବ୍ୟବସ୍ତା କରାଯିବା ସହ ସଫଳତାର ସହିତ ରେଳ ଚାଲିଛି । ଆଜି ଅନଲାଇନ ମୁଖ୍ୟ ଅତିଥି ଭାବେ ସୁନ୍ଦରଗଡ ସାଂସଦ ଓ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାଏକ ସବୁଜ ପତାକା ଦେଖାଇ ଦୁଇଟି ପାସେଞ୍ଜର ରେଳ ଚଳାଚଳକୁ ଅନୁମତି ଦେଇଥିଲେ ।

ଗୋଟିଏ ରେଳ ରାଉରକେଲା ରୁ ବାହାରି ଝାରସୁଗୁଡାକୁ ଯାଇଥିବା ବେଳେ ଅନ୍ୟ ଏକ ରେଳ ଜାମସେଦପୁର ଅଞ୍ଚଳକୁ ଯାଇଥିଲା । ପାସେଞ୍ଜର ରେଳ ଚଳାଚଳର ଘୋଷଣା ଯେମିତି ଲୋକଙ୍କୁ ଉତ୍ସାହିତ କରିଥିଲା ତହିଁରୁ ଦୁଇଗୁଣ ଆନନ୍ଦ ମଧ୍ୟ ଦେଇଥିଲା । କରୋନା କଟକଣା ଯୋଗୁଁ ୮ ମାସରୁ ଉର୍ଦ୍ଧ୍ବ ରେଳ ଚଳାଚଳ ବନ୍ଦ ଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ ଜନସାଧାରଣ । ଏବେ ସମସ୍ତିଙ୍କ ମୁହଁରେ ଆନନ୍ଦର ଲହରୀ ଖେଳିଯାଇଛି । ରେଳ ମନ୍ତ୍ରାଳୟ ସହ ବିଶେଷ ବାର୍ତ୍ତାଳାପ କରି ଲୋକଙ୍କର ବିଶେଷ ଅସୁବିଧାକୁ ଦୃଷ୍ଟି ଦେଇ ବିଜେଡି ଓ ଭାଜପାର ପ୍ରୟାସରେ ଆଜିଠାରୁ ରାଉରକେଲାରୁ ଉତ୍ତର ଓ ଦକ୍ଷିଣ ଉଭୟ ପଟେ ଗୋଟିଏ ଲେଖାଏଁ ପାସେଞ୍ଜର ରେଳ ଚାଲିବାରେ ସଫଳ ହୋଇଛି । ଉଭୟ ଦଳର ପ୍ରଚେଷ୍ଟାରେ ରେଳ ଚାଲିଥିବାରୁ ବୁଦ୍ଧିଜିବୀ ମହଲ ସାଧୁବାଦ ଜଣାଇଛି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here