ଅଙ୍ଗୀ ନଦୀ ଉପରେ ନିର୍ମାଣ ହୋଇଥିବା ଉଚ୍ଚତା ସମ୍ପନ୍ନ ପୋଲ ର ଶୁଭ ଉଦଘାଟନ । ନବରଙ୍ଗପୁର

ଡ଼ାବୁଗାଁ,୩/୧ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ପୂର୍ବରୁ ଅଙ୍ଗୀନଦୀ ଉପରେ ନିମ୍ନ ସ୍ତରରେ ରହିଥିବା ବ୍ରିଜ ବର୍ଷା ଦିନରେ ବ୍ରିଜ ବୁଡି ଯାଉ ଥିବାରୁ ଉକ୍ତ ବ୍ରିଜ ନିକଟକୁ ଲାଗି ଉଚ୍ଚତା ସମ୍ପନ୍ନ ବ୍ରିଜ ନିର୍ମାଣ ର ଆବଶ୍ୟକତା ଥିବା ବେଳେ ବହୁବାର ଦାବିପରେ ୨୦୧୬ ମସିହା ଡିସେମ୍ବର ମାସରେ ଉକ୍ତ କାର୍ଯ୍ୟ ଆରମ୍ଭ ହୋଇଥିଲା।ଯାହାକି ଉକ୍ତ ବ୍ରିଜ ନିର୍ମାଣ ନିମନ୍ତେ ୫କୋଟି ୩୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି।୨୦୨୦ ମସିହା ଅକ୍ ଟୋବର ମାସରେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ ହୋଇ ଉଦ୍ଘାଟନ ଅପେକ୍ଷାରେ ରହିଥିଲା।ନବରଙ୍ଗପୁର ଜିଲ୍ଲାର ଲାଇଫ୍ ଲାଇନ୍ କୁହାଯାଉଥିବା ଡାବୁଗାଁର ଅଙ୍ଗୀ ନଦୀରେ ଗତକାଲି ରାତ୍ର ୭ଘଣ୍ଟା ସମୟରେ ଉକ୍ତ ବ୍ରିଜ୍ ଉଦ୍-ଘାଟିତ ହୋଇଯାଇଛି।

ଏହି ଅବସରରେ ମୁଖ୍ୟ ଅତିଥି ଭାଵେ ରାଜ୍ଯ ଯୋଜନା ଵୋଡ ଉପାାଧ୍ୟକ୍ଷ ସଞ୍ଜୟ ଦାସ ବର୍ମା,ସମ୍ମାନ୍ନିତ ଅତିଥି ଭାବେ ରାଜ୍ୟ ବିଜୁ ଜନତା ଦଳ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ, ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ,ଡାବୁଗାଁ ବିଧାୟକ ମନୋହର ରନ୍ଧାରି,ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ ପ୍ରମୁଖ ଯୋଗଦେଇ ଉଦ୍ଘାଟନ କରିଥିଲେ।ଉଦ୍ ଘାଟନୀ ପୂର୍ବରୁ  ଡାବୁଗାଁ ବ୍ଲକ କାର୍ଜ୍ୟାଳୟ ସମ୍ମୁଖରେ ବିଜେଡି ଦଳ ତରଫରୁ ଭବ୍ୟ ସ୍ୱାଗତ ଜଣାଇ ସହର ପରିକ୍ରମା କରି ବ୍ରିଜ ନିକଟକୁ ଯାଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧକ୍ଷା ଭଗବତୀ ଭତ୍ରା,ଉପାଧଖ୍ୟା ନିବେଦିତା ମହାନ୍ତି,ବରିଷ୍ଠ ନେତା ଅର୍ଜୁନ ତ୍ରିପାଠୀ, ଜିଲ୍ଲା  ଯୁବ ବିଜେଡି ସଭାପତି ଶିବାନନ୍ଦ ବିଶୋଇ,ଡାବୁଗାଁ ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର,ସାଂସଦ ପ୍ରତିନିଧି ଏମ.ଆପ୍ପା ରାଓ,ବିଧାୟକ ପ୍ରତିନିଧି ଏମ.ବୁଲୁ ରାଓ,ଆର.ପ୍ରକାଶ ରାଓ,ପୁର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରି ପ୍ରଫୁଲ୍ଲ କୁମାର ମିଶ୍ର,ଏସ ଡ଼ି ଓ ବିଭୁତି ଭୂଷଣ ପାତ୍ର ଓ ବହୁ ଜନସାଧାରଣ ଉପସ୍ଥିତ ରହି ଉଦ୍ ଘାଟନୀ ଉତ ଛବ ରେ ଉପସ୍ଥିତ ଥିଲେ।ଉକ୍ତ ବ୍ରିଜ୍ ହେବାଯୋଗୁଁ ଡାବୁଗାଁ    ବ୍ଲକରୁ     ଉମରକୋଟ,ରାଇଘର,ଝରିଗାଁ, ଚନ୍ଦାହାଣ୍ଡି,ଛତିଶଗଡକୁ  ବର୍ଷା ଦିନେ ଅନାୟସରେ ଯାତାୟତ କରି ପାରିବେ।ବର୍ଷା ଦିନେ ଆଉ ବ୍ରିଜ ଏପଟ ସେପଟ ରେ ଜଗି ରହିବାକୁ ପଡିବ ନାହିଁ ବୋଲି ଜନସାଧାରଣରେ ମତ ପ୍ରକାଶ ପାଇଛି।ବ୍ରିଜ ଟି ନିମ୍ମ ସ୍ତରରେ ଥିବାରୁ ବର୍ଷା ଦିନେ ବ୍ରିଜ ଉପରେ ପାଣି ବଢ଼ି ଜାଉଥିବାରୁ ଏପରି ହଇରାଣ ଭୋଗିବାକୁ ପଡ଼ୁ ଥିଲା।ଏବେ ସମ୍ପୂର୍ଣ ରୂପେ ଜାତାୟତ ନିରାପଦ ପୁର୍ଣ ହୋଇ ପାରୁଥିବାରୁ ରାଜ୍ୟ ସରକାରଙ୍କୁ ଜନସାଧାରଣ ରେ ପ୍ରଶଂସା କରାଯାଇଛି।

ନବରଙ୍ଗପୁର ଜିଲ୍ଲା ଡ଼ାବୁ ଗାଁ ରୁ ପ୍ରଜ୍ଞା ରଞ୍ଜନ ପରିଡ଼ା, Odisha1.TV

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here