ହାଇଓ୍ବେ ପେଟ୍ରୋଲିଂ ଗାଡିର ଶୁଭାରମ୍ଭ ହେଲା ରାଉରକେଲା ପୋଲିଶ ଜିଲ୍ଲାରେ : ସୁନ୍ଦରଗଡ଼

ରାଉରକେଲା ସହର ସ୍ଥିତ ପାନପୋଷ ଅଞ୍ଚଳରେ ହାଇୱେ ପାଟ୍ରୋଲିଙ୍ଗ ବ୍ୟବସ୍ଥାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ୧୪୩ ନଂ ଜାତୀୟ ରାଜପଥରେ ପ୍ରଥମ ପର୍ଯ୍ୟାୟରେ ୧ ଟି ଭ୍ୟାନକୁ ପେଟ୍ରୋଲିଂ ପାଇଁ ଶୁଭାରମ୍ଭ କରିଥିବା ବେଳେ ପରବର୍ତ୍ତୀ ସମୟରେ ୨ ଭ୍ୟାନକୁ ନିୟୋଜିତ କରାଯିବା । ଏହି ଭ୍ୟାନ ବର୍ତ୍ତମାନ ରାଉରକେଲା ଠାରୁ କାନ୍ସବାହାଲ ପର୍ଯ୍ୟନ୍ତ ୬ ଟି ବ୍ଲାକ ସ୍ପଟକୁ ସଂଯୋଗ କରିବ । ଜାତୀୟ ରାଜପଥରେ ଏହି ଗାଡିଟି ୨୪ ଘଣ୍ଟା ପେଟ୍ରୋଲିଂ କରିବ। ପ୍ରତି ଗାଡ଼ିରେ ଜଣେ ସ୍ପେଶାଲ ଅଫିସରଙ୍କ ସମେତ ଜଣେ ହୋମଗାର୍ଡ ରହିବେ। ରାସ୍ତାର ଯେଉଁଠି କୌଣସି ଦୁର୍ଘଟଣା ଘଟିବ ସେମାନେ ତୁରନ୍ତ ରୋଗୀଙ୍କୁ ମେଡିକାଲ ପହଞ୍ଚାଇବା ସହ ରାସ୍ତା ଜାମ ନିୟନ୍ତ୍ରଣ କରିବେ। ଏହି ଗାଡି ଜରିଆରେ ଦୁର୍ଘଟଣା ଗ୍ରସ୍ତ ଲୋକଙ୍କ ଜୀବନ ବଞ୍ଚାଯାଇ ପାରିବ । ଏହି ବ୍ୟବସ୍ଥା ର ଉଦଘାଟନ ବେଳେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ , ଏସପି ମୁକେଶ କୁମାର ଭାମୋ , ରାଉରକେଲା ବିଧାୟକ ସାରଦା ପ୍ରସାଦ ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here