ସମିତି ସଭ୍ୟ ପ୍ରାର୍ଥୀ ନିମନ୍ତେ ଗାଂଗପଡା ଗ୍ରାମ ପଞ୍ଚାୟତ ପାଇଁ ପ୍ରାର୍ଥୀପତ୍ର ଦାଖଲ : କେନ୍ଦ୍ରାପଡା

ଗତ ତା-୧୫-୦୯-୨୦୨୦ ରିଖରେ ପୂର୍ବତନ ବ୍ଲକ୍ ଚେୟାରମ୍ୟାନ ସ୍ୱର୍ଗତ ଅନାମ ବନ୍ଧୁ ଧଳଙ୍କ ହୃଦଘାତରେ ଅଚାନକ ଅକାଳ ବିୟୋଗ ହୋଇଯିବା ପରେ ବିଭିନ୍ନ ବାଦ, ବିବାଦ ହିଂସା, ପ୍ରତିହିଂସା, ଆଲୋଚନା ଓ ପର୍ଯ୍ୟାଲୋଚନାର ଅନ୍ତଘଟାଇ ଉକ୍ତ ଚ୍ୟାରମାନ୍ ପଦବି ପାଇଁ ବାଇ ଇଲେକ୍ସନ ବା ଉପ ନିର୍ବାଚନ ପରେ ନବ ନିଯୁକ୍ତ ବ୍ଲକ୍ ଅଧ୍ୟକ୍ଷ ଶ୍ରୀଯୁକ୍ତ ଶିବ ପ୍ରସାଦ ଭଳଙ୍କ ମୁଣ୍ଡରେ ହାତୀ ଢାଳିଥିଲା ସୁନା କଳସ ଏବଂ ସେ ହୋଇଥିଲେ ଚ୍ୟାରମାନ ଏବଂ ଚେୟାରମ୍ୟାନ ଭାବେ ମଧ୍ୟ ଆସନ ଅଳଂକୃର୍ତ କରି କାର୍ଯ୍ୟାରମ୍ଭ କରି ସାରିଛନ୍ତି । ହେଲେ ପରେ ଗାଂଗପଡା ସମିତି ସଭ୍ୟ ଉପ ନିର୍ବାଚନ ପାଇଁ ବିଭିନ୍ନ ଦଳୀୟ ପ୍ରାର୍ଥୀ ମାନଙ୍କ ମଧ୍ୟରେ ଦିନକୁ ଦିନ ରାଜନୈତିକ ଉଷମତା ଓ ରଣ କୌଶଳ ବେସ୍ ସରଗରମ୍ ହୋଇ ଉଠିଥିବା ବେଳେ, ରାଜ୍ୟ ସରକାର କିନ୍ତି ପୂନ୍ନରାୟ ଉକ୍ତ ପନ୍ଚାୟତରେ ବାଇ ଇଲେକ୍ସନ ଇଲେକସନ୍ କମିସନରଙ୍କ ନିର୍ଦ୍ଦେଶ କ୍ରମେ ଘୋଷଣା କରିଥିଲେ । ଉକ୍ତ ଘୋଷଣା ନାମାକୁ ଭିତ୍ତିକରି ଗାଂଗପଡା ଗ୍ରାମ ପଞ୍ଚାୟତ ପାଇଁ ପ୍ରାର୍ଥୀପତ୍ର ତାରିଖ ମଧ୍ୟ ସରକାରୀ ସ୍ତରରେ ଘୋଷଣା ବା ନିର୍ଦ୍ଧାର୍ଯ୍ୟ କରାଯାଇଥିଲା । ଉକ୍ତ ଘୋଷିଣାନାମା ତାରିଖ ଅନୁଯାୟୀ ଗାଂଗପଡା ଗ୍ରାମ ପଞ୍ଚାୟତର ବିଭିନ୍ନ ପାର୍ଥୀମାନେ ଯଥା-ରାମ ଚନ୍ଦ୍ର ବେହେରା, ମମତା ରାଣୀ ଧଳ, କ୍ଷୀରୋଦ ଚନ୍ଦ୍ର ରାଉତ, ଚନ୍ଦ୍ରଭାନୁ ପାତ୍ର ପ୍ରମୁଖ ନିର୍ଦ୍ଧାରିତ ତାରିଖ ଓ ଠିକ୍ ସମୟ ସୀମା ମଧ୍ୟରେ ନିଜ ନିଜର ସମର୍ଥକ ମାନଙ୍କ ଗ୍ରହଣରେ ଆସି ପ୍ରାର୍ଥୀପତ୍ର ଦାଖଲ ବିଡିଓ ଶ୍ରୀଯୁକ୍ତ ଅଶ୍ୱନୀ କୁମାର ଦାସଙ୍କ ନିକଟରେ ସେମାନଙ୍କର ଉପଯୁକ୍ତ ପ୍ରମାଣପତ୍ର ସହିତ ଫରମ୍ ଗୁଡିକ ମଧ୍ଯ ଦାଖଲ କରିଥିଲେ । କିନ୍ତୁ ଆଜ୍ଞା ଏଠି ଏକ ବଡ ପ୍ରଶ୍ନ ମନକୁ ଆସୁଛି ଯେ- ଆଗାମୀ ଗାଂଗପଡା ସମିତି ସଭ୍ୟ ପ୍ରାର୍ଥୀ ବା ପଦବୀପାଇଁ ଉପ – ନିର୍ବାଚନ ତାରିଖ ବା ସମୟସୀମା ଧାର୍ଯ୍ୟ ହେବାପରେ , ଏବେଠାରୁ ଉପରୋକ୍ତ ୪ଜଣ ପ୍ରାର୍ଥୀମାନେ ନିର୍ବାଚନ ମଇଦାନକୁ ଓହ୍ଲାଇବା ସହିତ ଗାଁ ଗାଁ ଓ ୱାର୍ଡ଼ ୱାର୍ଡ଼ ଏବଂ ସାହି ସାହି ଓ ବସ୍ତି ବସ୍ତି ବୁଲି ବୁଲି ନିଜ ନିଜର ଫିଲଡ୍ ସଜାଇବା ନିମନ୍ତେ, ଖୁବ୍ ଯୋର ସରରେ ପ୍ରଚାର ପ୍ରସାର କରିବାକୁ ମଧ୍ୟ ଅଣ୍ଟା ଭିଡି ସଜବାଜ ହେବା ସହିତ ରାଜନୈତିକ ମଇଦାନକୁ ବାହାରି ପଡିଥିବା ଜଣାପଡିଛି । ଏପଟେ ଉକ୍ତ ନିର୍ବାଚନୀ ରଣାଗନାକୁ ନେଇ ଦଳିୟ ଗୋଷ୍ଠୀ କନ୍ଦଳ ମଧ୍ୟ ଦେଖା ଦେଇଥିବା ବେଳେ ପ୍ରାର୍ଥୀ ଓ ପ୍ରାର୍ଥିନୀ ମାନେ ନିଜ ନିଜ ଭିତରେ ଉକ୍ତ ଗୋଷ୍ଠୀ କନ୍ଦଳକୁ ନେଇ ଗୋଡ ଟଣାଟଣି ହେବା ସହିତ ନିଜ ନିଜର ପ୍ରତିହାରା ମଧ୍ୟ ଜାହିର କରିବାପାଇଁ ବିଭିନ୍ନ ହେବି ୱେଟ୍ ନେତା ମନ୍ତ୍ରୀ ଓ ବିଧାୟକ ମାନଙ୍କ ଜରିଆରେ ଏବେଠାରୁ ପ୍ରଚାର ପ୍ରସାର କାର୍ଯ୍ୟକୁ ଯୋରଦାର କରାଯିବା ପାଇଁ ଅଂଙ୍କ କଷାକଷି ମଧ୍ୟ ଆରମ୍ଭ କରି ସାରିଲେଣି । ତେବେ ଦେଖାଯାଉ ଉପରୋକ୍ତ ୪ଜଣ ନାମାଙ୍କନ ପତ୍ର ଦାଖଲ କରିଥିବା ପ୍ରାର୍ଥୀ ଓ ପ୍ରାର୍ଥିନୀ ମାନଙ୍କ ମଧ୍ୟରୁ କିଏ ଏଥର ଏହି ଉପ ନିର୍ବାଚନରେ ବାଜିମାତ୍ ମାରିବ ଆଉ ହାତେଇ ନେବ ଗାଂଗପଡା ସମିତି ସଭ୍ୟ ପଦବୀ । ତହାତ ନିଶ୍ଚନ୍ତ ରୂପେ ଆଗାମୀ ଦିନରେ ସମୟ କହିବ । ତେବେ ଚାଲନ୍ତୁ ନା ସିଧାସଳଖ ଶୁଣିବା ଉକ୍ତ ପ୍ରାର୍ଥୀପତ୍ର ଦାଖଲକୁ ନେଇ କେନ୍ଦ୍ରାପଡା ବିଡିଓଙ୍କ ସମେତ ନାମାଙ୍କନ ପତ୍ର ଦାଖଲ କରିବାକୁ ଆସିଥିବା ପ୍ରାର୍ଥୀ ଓ ପ୍ରାର୍ଥିନୀ ମାନେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ଆଗରେ କଣ ଓ କିପ୍ରକାର ପ୍ରତିକ୍ରିୟା ରଖୁଛନ୍ତି ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here