ନବନିର୍ମାଣ କୃଷକ ସଙ୍ଗଠନ ର ବାଇକ ରାଲି : ଜଗତସିଂହପୁର

ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆଜି ଏକ ବାଇକ ରାଲି ସ୍ଥାନୀୟ ଗାନ୍ଧୀ ଛକ ଠାରୁ ଆରମ୍ଭ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ପହଂଚି ତିନୋଟି କୃଷିଆଇନ ପ୍ରତ୍ୟାହାର ଦାବିରେ ଜଗତସିଂହପୁର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା କରିଥିଲେ। ଏହି ପ୍ରତିବାଦ ସଭାରେ ନବନିର୍ମାଣ କୃଷକ ସଙ୍ଗଠନ ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅକ୍ଷୟ କୁମାର ଯୋଗଦେଇ ତାଙ୍କ ବକ୍ତବ୍ୟ ରେ କହିଥିଲେ ଜଗତସିଂହପୁର ଜିଲ୍ଲାର ଚାଷୀ ମାନେ ଆଜିକୁ ପନ୍ଦର ଦିନ ହେବ କେନ୍ଦ୍ର ସରକାରଙ୍କ ଅନ୍ଧା କାନୁନ ପ୍ରତ୍ୟାହାର ଦାବି ନେଇ ଦିଲ୍ଲୀ ଯାଇଥିଲେ।ଆଜି ଚାଷୀ ମାନେ ଘରକୁ ଫେରିଛନ୍ତି।ଏହି ଚାଷୀ ମାନଙ୍କୁ ଉତ୍ସାହ କରିବାର ଏକ ପ୍ରୟାସ। ଯଦି କେନ୍ଦ୍ରସରକାର ଏହି ଆଇନ କୁ ପ୍ରତ୍ୟାହାର ନ କରନ୍ତି ତେବେ ଆଗାମୀ ଦିନରେ ଏହି ଆନ୍ଦୋଳନ ପ୍ରତେକ ଗାଁ ଗାଁ ରୁ ଜୋରଦାର ହେବ ବୋଲି ନବନିର୍ମାଣ ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି।ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ସଂଯୋଜକ ସେସଦେଵ ନନ୍ଦ, ରାଜ୍ୟ ସହ ସଂଯୋଜକ ରଶ୍ମିରଞ୍ଜନ ସ୍ବାଇଁ,ଜିଲା ସଂଯୋଜକ ଦୁର୍ଗାଚରଣ ସ୍ୱାଇଁ, ଉପଦେଷ୍ଟା ବଂଶୀଧର ପଟ୍ଟନାୟକ, ନିତ୍ୟାନନ୍ଦ ପଣ୍ଡା,ଦେବାଶିଷ ଦାସ, ଵିଷ୍ଣୁ ସ୍ୱାଇଁ, ଦେବୀପ୍ରସାଦ ମହାରଣା ପ୍ରମୂଖ ଶତାଧିକ ଚାଷୀ କହିଛନ୍ତି।

ଜଗତସିଂହପୁର ରୁ ଜିଲା ପ୍ରତିନିଧି ପ୍ରଫୁଲ କୁମାର ସାହୁ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here