ଇନ୍ଦ୍ରପୁର ରେ ଥିବା ଗୋଷ୍ଠୀ କେନ୍ଦ୍ରକୁ ସିଲ କଲା ପ୍ରଶାସନ : ସୁନ୍ଦରଗଡ଼

ନିଜର ସ୍ଵାର୍ଥ ପାଇଁ ଗ୍ରାମବାସୀ ଓ ମହିଳା ସଂଗଠନକୁ ଦଳୀୟ ନେତ୍ରୀ କହି ଭୁଆଁ ବୁଲେଇ ଯୋରଜବର କେନ୍ଦ୍ରକୁ ମାଡି ବସି ଥିଲେ ଜନୈକ ମହିଳା l ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ରାଏବଗା ଥାନା ଅନ୍ତର୍ଗତ ପ୍ରତାପପୁର ପଞ୍ଚାୟତ ସଂଲଗ୍ନ ଇନ୍ଦ୍ରପୁର ଗ୍ରାମରେ I ଉକ୍ତ ଗ୍ରାମରେ ସାଂସଦ ପାଣ୍ଠିରୁ ମହିଳା ମାନଙ୍କର ସୁବିଧା ସକାସେ ତିଆରି ହୋଇଥିଲା ଗୋଷ୍ଠୀ କେନ୍ଦ୍ର । ତେବେ ସେହି ଗୃହ କୁ ଧମକ ଚମକ ଦେଇ ଦଳୀୟ ଆଳ ଦେଖାଇ ମାଡ଼ି ବସିଥିଲେ ବୀରମିତ୍ରପୁରର ପୂର୍ବତନ କାଉନ୍ସିଲର କୋଇଲି ଭଗତ I ଏହି ମହିଳା କାଉନ୍ସିଲର ଗ୍ରାମର ମହିଳା ଗୋଷ୍ଠୀଙ୍କୁ ଉକ୍ତ ଗୃହକୁ ପଶିବାକୁ ନ ଦେଇ ସମ୍ପୂର୍ଣ୍ଣ ଗୃହକୁ ନିଜ ଅକ୍ତିଆର ରେ ରଖିଥିଲେ l ଏହି ଘଟଣାକୁ ନେଇ ବିଗତ ଦିନରେ ଉକ୍ତ ମହିଳା ଓ ଗ୍ରାମ ବାସୀଙ୍କ ମଧ୍ୟରେ ବଚସା ହୋଇଥିଲା l ତଥାପି ସମାଧନ ହୋଇ ପାରି ନ ଥିଲା l ଗ୍ରାମ ବାସୀ ଓ ମହିଳା ଗୋଷ୍ଠୀ ବାରମ୍ବାର ଅଭିଯୋଗ ସତ୍ତ୍ୱେ ପ୍ରଶାସନ ଉକ୍ତ ଗୃହ ପ୍ରତି ଧ୍ୟାନ ଦେଉ ନ ଥିଲେ l ଗ୍ରାମୀଣ ମହିଳା ଗୋଷ୍ଠୀ ଆନ୍ଦୋଳନ କରିବା ସହ ରାଜ ରାସ୍ତାକୁ ଓହ୍ଲାଇବାର ଚେତାବନୀ ଦେବା ପରେ ନିନ୍ଦ ଭାଙ୍ଗି ଥିଲା ପ୍ରଶାସନର l ଆଜି ସୁନ୍ଦରଗଡ ଜିଳ୍ଲାପାଳଙ୍କ ନିର୍ଦ୍ଦେଶରେ ବୀରମିତ୍ରପୁର ତହସିଲଦାର, ବୀରମିତ୍ରପୁର ଏସ୍ ଡି ପିଓ, ଓ ରାଏବୋଗା ଥାନା ଅଧିକାରୀ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମ ବାସୀଙ୍କୁ ଡକାଇ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ସମସ୍ତ ଆଗତ ଭବିଷ୍ୟତ ବିଷୟରେ ଅବଗତ ହେବା ପରେ ଗୋଷ୍ଠୀ କେନ୍ଦ୍ର କୁ ମାଡି ବସି ଥିବା ମହିଳାଙ୍କୁ ଉକ୍ତ ଘରୁ ବିଦା କରି ତାଙ୍କର ସମସ୍ତ ସମ୍ପତ୍ତିକୁ ସରକାରୀ ସୂତ୍ରରେ ବାଜ୍ୟାପ୍ତ କରାଯାଇଥିଲା ଏବଂ ସମ୍ପୂର୍ଣ୍ଣ ଗୃହକୁ ସରକାରୀ ଭାବେ ତାଲା ଲଗାଯାଇଥିଲା I ସରକାରୀ କଳର ଦଖଲ ଯୋଗୁଁ ଗୋଷ୍ଠୀ କେନ୍ଦ୍ର ଉଦ୍ଧାର ହୋଇଥିବାରୁ ସମସ୍ତ ଗ୍ରାମବାସୀ ଅଧିକାରୀ ଗଣଙ୍କୁ ଆନ୍ତରିକ ଶୁଭେଛା ଜ୍ଞାପନ କରିଥିଲେ l

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here