ଜିଲ୍ଲାର ୬ଟି ସ୍ବାସ୍ଥ୍ୟକେନ୍ଦ୍ରକୁ ଆଇଏସଓ ମାନ୍ୟତା : ପୁରୀ

ପୁରୀ- ଜିଲ୍ଲାର ୬ଟି ସ୍ବାସ୍ଥ୍ୟକେନ୍ଦ୍ରକୁ ଆଇଏସଓ ମାନ୍ୟତା ମିଳିଛି । ଦୋଳବେଦି କୋଣ, ସ୍ବର୍ଗଦ୍ବାର, ଚନ୍ଦନ ହଜୁରୀ, କମଳାଦେବୀ ମାତୃମଙ୍ଗଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର, ନିମାପଡା ଓ ଚାରିଛକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଏହି ଆଇଏସଓ ମାନ୍ୟତା ମିଳିଛି । ଉନ୍ନତ ସ୍ବାସ୍ଥ୍ୟ ସେବା,ଉପଲବ୍ଧ ସରଞ୍ଜାମ ପତ୍ର, ସହରାଞ୍ଚଳରେ ଥିବା ଗରିବ ଓ ବସ୍ତି ବାସିନ୍ଦା ମାନଙ୍କୁ ସ୍ବାସ୍ଥ୍ୟ ସେବା, ନିଦାନ, ମାଗଣା ଔଷଧ, ଜନ୍ମ ନିୟନ୍ତ୍ରଣ, ମାତୃ ଓ ଶିଶୁ ମାନଙ୍କ ଚିକିତ୍ସା ସେବା, ଟୀକାକରଣ ସୁବିଧା, ସଂକ୍ରମିତ ଓ ଅଣ ସଂକ୍ରମିତ ରୋଗ ଚିକିତ୍ସା ଏବଂ ଯୋଗାଭ୍ୟାସ ସୁବିଧା ଉପଲବ୍ଧ ଥିବାରୁ ଏହି ମାନ୍ୟତା ପ୍ରଦାନ କରାଯାଇଛି । ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମାଙ୍କ ପରାମର୍ଶ କ୍ରମେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ସୁଜାତା ମିଶ୍ର ମାନ୍ୟତା ନିମନ୍ତେ ଆବେଦନ କରିଥିଲେ । ଏଥି ନିମନ୍ତେ ସଂପୃକ୍ତ ସମସ୍ତ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଜିଲ୍ଲାପାଳ ଧନ୍ୟବାଦ ଦେବା ସହ କର୍ତ୍ତବ୍ୟନିଷ୍ଠା ଭାବେ କାମ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here