ଜୟ ଶ୍ରୀ ରାମ ଫାଉଣ୍ଡେଶନ ର ରକ୍ତ ଦାନ ଶିବିର ଅନୁଷ୍ଠିତ : ନୟାଗଡ

ନୟାଗଡ ଜିଲ୍ଲା ଭାପୁର ବ୍ଲକ ନିମାଣୀ ଗ୍ରାମ ସମ୍ବାଦପତ୍ର ବିତରକ ସନ୍ତୋଷ କୁମାର ସ୍ବାଇଁଙ୍କ ଏକମାତ୍ର ଝିଅ ସୂଶ୍ରୀ ସଂଗିତା ସ୍ଵାଇଁଙ୍କ ଜନ୍ମ ଦିବସ ଅବସରରେ ଜୟ ଶ୍ରୀ ରାମ ଫାଉଣ୍ଡେଶନ ସଦସ୍ୟ ମାନଙ୍କ ସହ ଆଲୋଚନା ପରେ ସମ୍ବାଦ ଓ ଆମ ଓଡିଶା ତରଫରୁ ସାମ୍ବାଦିକ ସଂଗ୍ରାମ କେଶରୀ ପଟ୍ଟନାୟକ ଓ ରାଜ୍ୟ ସମାଜ ସେବିଙ୍କ ମିଳିତ ସହଯୋଗରେ ନିମାଣୀ ସ୍ବାସ୍ଥ୍ୟକେନ୍ଦ୍ର ଠାରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା l ଏ ଶିବିରରେ ମୋଟ ୩୦ ୟୁନିଟ ରକ୍ତ ସଂଗ୍ରହ କରାଯାଇ ଥିଲା l ଏହାକୁ ଭାପୁର ବ୍ଲକ ଉପାଧକ୍ଷ ଗୟାଧର ପରିଡା ଫିତା କାଟି ଶୁଭ ଉଦ୍ଘାଟନ କରିଥିଲେ l ଏଥିରେ ନିମାଣୀ ପଞ୍ଚୟାତର ସରପଞ୍ଚ ପ୍ରତିନିଧି ବିଜୟ କୁମାର ସ୍ବାଇଁ, ସମିତି ସଭ୍ୟାଙ୍କ ପ୍ରତିନିଧି ପ୍ରତାପ କୁମାର ସାହୁ,ଚକ୍ରଧର ପ୍ରସାଦ ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ପଞ୍ଚାନନ ମହାପାତ୍ର , ଫାଉଣ୍ଡେଶନ ର ପ୍ରାୟ ସଦସ୍ୟ ଓ ଗ୍ରାମର କିଛି ପିଲାମାନେ ରକ୍ତ ଦାନ କରିଥିଲେ l ରକ୍ତ ଦାନ ଶିବିର ରେ ମୂଖ୍ଯ ଚିକିତ୍ସା ଅଧିକାରୀ କଂ ସହିତ ଅନ୍ୟ ସ୍ବାସ୍ଥ୍ୟ କର୍ମୀ ମାନେ ମଧ୍ୟ ଉପସ୍ଥିତି ରହିବା ସହ ଫାଉଣ୍ଡେଶନ ର ସଦସ୍ଯ ତଥା ରାଜ୍ଯ ସମାଜସେବି ଯୁବ ସଂଗଠକ ଦେବୀପ୍ରସାଦ ମିଶ୍ର ଉପସ୍ଥିତି ରହି ସମସ୍ତ ସଦସ୍ଯ ମାନଙ୍କ ଉତ୍ସହିତ କରିବା ସହ ପିଲା ମାନଙ୍କର ଭଲମନ୍ଦ ବୁଝିଥିଲେ l ସମ୍ବାଦର ସାମ୍ବାଦିକ ସଂଗ୍ରାମ ପଟ୍ଟନାୟକ ଜଣେ ଉପଯୁକ୍ତ ସମାଜସେବୀ ଓ ଫାଉଣ୍ଡେଶନର ଭାପୁର ବ୍ଲକ ର ପରାମର୍ଶ ଦାତା ବୋଲି କହିଥିଲେ ଶ୍ରୀମିଶ୍ର l ଭାପୁର ବ୍ଲକ ସଭାପତି ଜ୍ଞାନ ରଞ୍ଜନ ଷଡ଼ଙ୍ଗୀ ଓ ସ୍ବାସ୍ଥ୍ୟ ଅଧିକାରୀ ଡ଼କ୍ଟର ଶରତ ଚନ୍ଦ୍ର ପାତ୍ର ଉପଢୌକନ ପ୍ରଦାନ କରି ସମ୍ବୋଧନ ଜଣାଇଥିଲେ l

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here