ସ୍ବଚ୍ଛତା ଅଭିଯାନର ଜିଲ୍ଲାପାଳଙ୍କ ତଦାରଖ : ପୁରୀ

ପୁରୀ- ସହରରେ ସ୍ବଚ୍ଛତା ଅଭିଯାନ ବଜାୟ ରଖିବାକୁ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହନ କରାଯାଇଛି । ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ସ୍ବଚ୍ଛତା ଅଭିଯାନର ତଦାରଖ କରିଛନ୍ତି । ପ୍ରାତଃରେ ଜିଲ୍ଲାପାଳ ବିଭିନ୍ନ ସାହି ବୁଲିବା ସହ ସ୍ବଚ୍ଛତା ଓ ଆବର୍ଜନା ସଂଗ୍ରହ ସଂପର୍କରେ ବିଭିନ୍ନ ଲେନ କମିଟି ଓ ବାସିନ୍ଦା ମାନଙ୍କ ମତାମତ ଗ୍ରହଣ କରିଛନ୍ତି । ନିଜ ଲେନକୁ ଆବର୍ଜନା ମୁକ୍ତ କରିବା ପାଇଁ ଲେନ କମିଟି ପକ୍ଷରୁ ରବିବାର ଦିନ ନିଜ ଗଳିରେ ଆରମ୍ଭ ସଫେଇ ଅଭିଯାନରେ ଜିଲ୍ଲାପାଳ ଯୋଗ ଦେଇଥିଲେ । ପୌରପାଳିକାର ୧,୫,୬,୧୯,୨୦ ଏବଂ ୨୧ ନଂ ୱାର୍ଡ ଶ୍ରୀ ବର୍ମା ବୁଲି ଦେଖିଛନ୍ତ । ଏହି ଅବସରରେ ପୌରସଂସ୍ଥା ନିର୍ବାହୀ ଅଧିକାରୀ ଶ୍ରୀ ବିଜୟ କୁମାର ଦାଶ, ଫିଡବ୍ୟାକ ଫାଉଣ୍ତେସନ ସଂସ୍ଥାର ଶ୍ରୀ ଜ୍ୟୋତିପ୍ରକାଶ,ବିଭିନ୍ନ ୱାର୍ଡର ଅଧିକାରୀ, ସ୍ବଚ୍ଛ ସାଥୀ ଓ ସୁପରଭାଇଜର୍ ପ୍ରମୁଖ ଉପସ୍ଥିତ ଥିଲେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here