ଗରାପୁର ସୌଭାଗ୍ୟ ମଣ୍ଡପ ପରିସରରେ ଜିଲ୍ଲା ରାଜ୍ୟ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘର ତ୍ରୈବାର୍ଷିକ ସାଧାରଣ ଅଧିବେଶନ ଅନୁଷ୍ଠିତ : କେନ୍ଦ୍ରାପଡା

ଆଜି କେନ୍ଦ୍ରାପଡା ବ୍ଲକ୍ ଅନ୍ତର୍ଗତ ଗରାପୁର ସ୍ଥିତ ସୌଭାଗ୍ୟ ମଣ୍ଡପ ପରିସରରେ ଜିଲ୍ଲା ରାଜ୍ୟ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘର ତ୍ରୈବାର୍ଷିକ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇ ଯାଇଅଛି । ଏହି ଅଧିବେଶନରେ ପ୍ରଥମେ ସଭ୍ୟ ମାନଙ୍କର ନାମ ପଞ୍ଜୀକରଣ କରାଯିବା ପରେ ପରେ ଜଳପାନ, ସଂଘର ପତାକା ଉତ୍ତୋଳନ, ମଞ୍ଚାସୀନ ଅତିଥିମାନଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ଜ୍ବଳନ ଓ ବେଦମନ୍ତ୍ର ଉଚ୍ଚାରଣ କରାଯିବା ସହିତ ଜିଲ୍ଲା ସଂଘ ନିର୍ବାଚନ ପ୍ରକ୍ରିୟା ଆରମ୍ଭ, ରଜ୍ୟ ସଂଘ କର୍ମକର୍ତ୍ତା ଓ ମୂଖ୍ୟ ଅତିଥି ମାନଙ୍କୁ ଫୁଲତୋଡା ସହ ଉତ୍ତରୀୟ ପ୍ରଦାନ, ଅତିଥି ପରିଚୟ ପ୍ରଦାନ କରାଯାଇ ସଭାକାର୍ଯ୍ୟ ଆରମ୍ଭ ଓ ସଭା ପରିଚାଳନା, ନବ ନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥପାଠ,ସଭା ସାଂଗ ଓ ଧନ୍ୟବାଦ ଅର୍ପଣ କରାଯାଇଥିଲା । ଏହି ଅଧିବେଶନର ମୂଳଲକ୍ଷ ଓ ଆଭିମୁଖ୍ୟ ଥିଲା ଯେ – ରାଜ୍ୟ ସଂଘକୁ ସୁଦୃଢ, ବଳିଷ୍ଠ ତଥା ପ୍ରଗତି ପଥେ ଆଗେଇ ନେବାରେ ସମସ୍ତ ଜିଲ୍ଲା କର୍ମକର୍ତ୍ତା ମାନଙ୍କର ବହୁମୂଲ୍ୟ ଅବଦାନ ନିଶ୍ଚିନ୍ତ ରୂପେ ଅତୁଳନୀୟ ଅଟେ । ଆଜିବି ଏହି ସଂଘର ଅଧିକାଂଶ କର୍ମକର୍ତ୍ତା ବା ସଦସ୍ୟ ନଥିଲେ ମଧ୍ୟ ସେମାନଙ୍କ ନିତୀ ଆଦର୍ଶ ଓ ପଥ ପ୍ରଦର୍ଶିତ ମାର୍ଗରେ ସମସ୍ତେ ଅନୁପ୍ରାଣିତ ହୋଇ ସମୟ ଚକ୍ରରେ ସଂଘର କାର୍ଯ୍ୟାବଳୀ ଆଗକୁ ଆଗକୁ ଅଗ୍ରସର ପଥରେ ଅଗେଇ ନେବାର ପ୍ରୟାସ ନିଶ୍ଚିନ୍ତ ରୂପେ ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ୍ ଅଟେ । ଆଗାମୀ ଦିନରେ କିଭଳି ଭାବରେ ଜିଲ୍ଲା ସଂଘକୁ ଅଧିକରୁ ଅଧିକ ସୁଦୃଢ କରାଯାଇ ପାରିବ ଏବଂ ଏହି ସଂଘର ସୁନାମତା ରାଜ୍ୟ ସ୍ତରରେ ପହଞ୍ଚି ପାରିବ ସେ ସମ୍ବନ୍ଧରେ ବିଶେଷ ଭାବେ ମଞ୍ଚାସୀନ ଅତିଥିମାନେ ତାଙ୍କ ନିଜ ନିଜ ବହୁମୂଲ୍ୟ ବକ୍ତବ୍ୟ ବା ଅଭି ଭାଷଣରେ ପରିପ୍ରକାଶ କରିଥିଲେ । ସେହିପରି ପୂର୍ବତନ ରାଜ୍ୟ ସଭାପତି ସ୍ୱର୍ଗତ ଦୁର୍ଯ୍ୟୋଧନ ପଣ୍ଡାଙ୍କଠୁ ଆରମ୍ଭ କରି ସଂଘର ସାଧାରଣ ସମ୍ପାଦକ ଦୁଃଖିଶ୍ୟାମ ପଣ୍ଡାଙ୍କ ପର୍ଯ୍ୟନ୍ତ ସଂଘପାଇଁ ସୁଚାରୁ ରୁପେ ଦାୟିତ୍ବ ନିର୍ବାହ କରିବା ସଂଘର କର୍ତ୍ତବ୍ୟ ଓ ଦାୟିତ୍ବ ବୋଧତାକୁ ନିଜର ଅବସର ସମୟରୁ କିଛି ସମୟ ବାହାର କରି ସଫଳତାର ଶୀର୍ଷରେ ପହଞ୍ଚାଇ ପାରିବା ଭଳି ବହୁ ଗୁଡିଏ ଉଲ୍ଲେଖନୀୟ କାର୍ଯ୍ୟାବଳିର ନଜିର ମଧ୍ୟ ରହିଛି । ସେହିପରି ପୂର୍ବତନ ରାଜ୍ୟ ସଂଘର ସଭାପତି ଆସନ ଅଳଙ୍କୃତ କରିଥିବା ଏବଂ ସଂଘର ମୂଖ୍ୟ ଉପଦେଷ୍ଟା ଶ୍ରୀଯୁକ୍ତ ହିମାଂଶୁ ଶେଖର ଦାସ ଜିଲ୍ଲାର ନାମକୁ ମଧ୍ୟ ଜିଲ୍ଲା ସ୍ତରରୁ ନେଇ ରାଜ୍ୟ ସ୍ତରରେ ପହଞ୍ଚାଇ ବାରେ ମୂଖ୍ୟ ଭୂମିକା ଲିଭାଇଥିଲେ । ସେ ସଂଘପାଇଁ ସଦା ସର୍ବଦା ନିର୍ବିଛିର୍ଣ୍ନ ଓ ନିସ୍ୱାର୍ଥପର ଭାବେ ସେବା ଯୋଗାଇ ଆସୁଥିବା ଜଣାପଡେ । ଏହି ପରିଭାବେ ବର୍ତ୍ତମାନ ଆମ ଜିଲ୍ଲାରେ ପ୍ରାୟ ୯ ଗୋଟି ତହସିଲ ଏବଂ ଜିଲ୍ଲା ଭୂଅର୍ଜନ ଉପ ବିଭାଗରେ ୧୨ଜଣ ରାଜସ୍ବ ପରିଦର୍ଶକ ଓ ଜଣେ ରାଜସ୍ବ ପରିଦର୍ଶକଙ୍କ ସହିତ ୫୯ ଜଣ ରାଜସ୍ବ ନିରୀକ୍ଷକ ଏବଂ ୪୩ ଜଣ ସହକାରୀ ରାଜସ୍ବ ନୀରିକ୍ଷେକ, ପ୍ରାୟ ୯୨ଟି ରାଜସ୍ବ ମଣ୍ଡଳ କାର୍ଯ୍ୟାଳୟରେ ସାଧାରଣତଃ ଜନସାଧାରଣ ମାନଙ୍କ ହିତ ସାଧିତ ନିମନ୍ତେ କାର୍ଯ୍ଯକରି ଆସୁଛନ୍ତି ବୋଲି ସଂଘର ସଭାପତିଙ୍କ ଠାରୁ ପ୍ରାପ୍ତ ସୂଚନାରୁ ଯାହା ଅନୁମେୟ ହୁଏ । ଅନ୍ୟମାନଙ୍କ ମଧ୍ୟରେ ରଶ୍ମିରଞନଙ୍କ ସହିତ ହିଂମାନସୁ ଦାଶ ଓ ଏ.କେ ଚୌଧୁରୀ ପ୍ରମୁଖ ଶତାଧିକ ରାଜସ୍ବ ନିରୀକ୍ଷକଙ୍କ ଗ୍ରହଣରେ ଉପସ୍ଥିତ ରହି ସଭା ପରିଚାଳନା କାର୍ଯ୍ୟରେ ସମସ୍ତ ସାହାଯ୍ୟ ସହଯୋଗ କରିଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here