ଜଗତସିଂହପୁର ଜିଲାରେ ପଲସ ପୋଲିଓ କାର୍ଯ୍ୟକ୍ରମ ୨୦୨୧ ଉଦଘାଟନ

ଜଗତସିଂହପୁର ଜିଲାର ମୁଖ୍ୟ ଚିକିତ୍ସାଳୟର ନୂତନ ଓପିଡ଼ି ବିଲ୍ଡିଂ ଠାରେ ପଲସ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମ ର ଶୁଭ ଉଦ୍ଘାଟନ ଜଗତସିଂହପୁର ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁଙ୍କ ଦ୍ୱାରା ହୋଇଯାଇଛି।ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୂ ଜନ୍ମରୁ ପାଞ୍ଚ ବର୍ଷର ଶିଶୁଙ୍କୁ ପୋଲିଓ ବୁନ୍ଦା ଖୁଆଇଥିଲେ।ଏହି ପଲସ ପୋଲିଓ କାର୍ଯ୍ୟକ୍ରମ ଜାନୁଆରୀ ୩୧ତାରିଖ ଠାରୁ ଫେବ୍ରୁଆରୀ ଆରୀ ୨ ତାରିଖ ୨୦୨୧ମସିହା ପର୍ଯ୍ୟନ୍ତ ଚାଲିବ।ଜିଲାରେ ଆଠଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଦୁଇଟି ମୁନିସିପାଲଟି ଅଂଚଳରେ ୫୫୫ଟି ବୁଥରେ ପ୍ରଦାନ କରାଯିବ।ଏଥିପାଇଁ ୨୨୦ଜଣ ଭ୍ୟାକ୍ସିନେଟର ଏବଂ ୧୧୪ଜଣ ସୁପର ଭାଇଜର ନିୟୋଜିତ ହୋଇଛନ୍ତି।ଜିଲାରେ ୨ଲକ୍ଷ ୩୪ହଜାର ୧୯୨ ଟି ଘର ବୁଲି ମୋଟ ଏକ ଲକ୍ଷ ଛଅ ହଜାର ୧୭୯ଜଣ ଜନ୍ମରୁ ପାଞ୍ଚ ବର୍ଷ ଶିଶୁଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରାଯିବ ବୋଲି ସୂଚନା ମିଲିଛି।ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମ ରେ ଜିଲା ମୂଖ୍ୟ ଚିକିତ୍ସା ଅଧିକାରୀ ଡ଼. ବିଜୟା ପଣ୍ଡା,ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର ଟିମ ଲିଡ଼ର ଡ଼. ନିହାର ରଞ୍ଜନ ରାୟ, ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡାକ୍ତର ବସନ୍ତ ବାରିକ,ଡାକ୍ତର ଶତ୍ରୁଘ୍ନ ଦାଶ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନୀ ରଂଜନ ପଟନାୟକ, ଡିପିଏମ ଚକ୍ରଧର ଜେନା,ଡେପୁଟି ମ୍ୟାନେଜର ସୁକାନ୍ତ କୁମାର ପ୍ରଧାନ,ରାଜେଶ କୁମାର ପତି, ପାର୍ଥ ସାରଥି କରଶର୍ମା, ହସ୍ପିଟାଲ ମ୍ୟାନେଜର ଶକ୍ତିମୟୀ ସାମଲ, କୋଲଡ଼ ଚେନ ଟେକ୍ନିସିଆନ ମନୋରଞ୍ଜନ ମହାପାତ୍ର ପ୍ରମୂଖ ଉପସ୍ଥିତ ଥିଲେ।

ଜଗତସିଂହପୁର ରୁ ଜିଲା ପ୍ରତିନିଧି ପ୍ରଫୁଲ କୁମାର ସାହୁ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here