ବେଆଇନ ଅଟ୍ଟାଳିକା ନିର୍ମାଣରେ ପ୍ରଶାସନର ସମ୍ପୂର୍ଣ୍ଣ ସହଯୋଗ , ସରକାରଙ୍କ କାର୍ଯ୍ୟ ପ୍ରଣାଳୀକୁ ଛି ଛି : ସୁନ୍ଦରଗଡ଼

ଗିନି କମ୍ପ୍ଲେକ୍ସ ନିର୍ମାଣରେ, ୮ ଡିସମିଲ୍ ଅନୁମତି ମିଳିଥିବା କ୍ଷେତ୍ରରେ, ୩୨ ଡିସମିଲ୍ ସରକାରୀ ନୋଜଲ୍ ଭୂମିରେ ନିର୍ମାଣ ହୋଇ ବିଲ୍ଡିଂକୁ ବିକ୍ରିକୁ ନେଇ ଚର୍ଚ୍ଚା ଯୋର ଧରିଛି । ସୁନ୍ଦରଗଡ ଜିଲ୍ଲାର ରାଜଙ୍ଗପୁର ପୈ।ରପାଳିକା ଅଧୀନରେ ଥିବା ନୋଜଲ ସରକାରୀ ଜମି ଲିଜ୍ ଉପରେ ବେଆଇନ ନିର୍ମାଣ ପାଇଁ ହାଇକୋର୍ଟରେ ପୂର୍ବତନ ମ୍ୟୁନିସିପାଲିଟି ଅଧ୍ୟକ୍ଷ ପୂର୍ଣ୍ଣ ଚନ୍ଦ୍ର ରାଉତ ଆବେଦନ କରିଛନ୍ତି । ଜିଲ୍ଲାପାଳଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଉତ୍ତର ଦେବାକୁ ପଡିବ ।

ଆପଣଙ୍କୁ କହିରଖୁଛୁ ଯେ ରାଜଙ୍ଗପୁର ପୈ।ରପାଳିକା ଅଞ୍ଚଳରେ ମହିଳା ମହାବିଦ୍ୟାଳୟ ପୂର୍ବରୁ ଜଣେ ବିଲଡରଙ୍କ ଦ୍ୱାରା ଗିନି କମ୍ପ୍ଲେକ୍ସ ନିର୍ମାଣ କରାଯାଇଛି । ଯାହାର ଅଭିଯୋଗ ହାଇକୋର୍ଟ କଟକ ଠାରେ ପୂର୍ବତନ ମ୍ୟୁନିସିପାଲିଟି ଅଧ୍ୟକ୍ଷ ପୂର୍ଣ୍ଣ ଚନ୍ଦ୍ର ରାଉତଙ୍କ ଦ୍ବାରା କରାଯାଇଛି। ଅଭିଯୋଗକୁ ଭିତ୍ତିକରି ହାଇକୋର୍ଟ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି ।ଏହାକୁ ଯାଞ୍ଚ କରିବା ଏବଂ କାଗଜପତ୍ର ଉପସ୍ଥାପନ କରିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।ଯାହା ରାଜଗଙ୍ଗପୁର ସହରର ଏହି ବିଲ୍ଡିଂରେ ସରକାରଙ୍କ କାର୍ଯ୍ୟକଳାପ ଉପରେ ବିଭିନ୍ନ ଆଲୋଚନା ହେଉଛି। ବର୍ତ୍ତମାନ ଏହା ଦେଖିବାକୁ ବାକି ରହିଲା ଯେ ବେଆଇନ ଭାବେ ତିଆରି ହୋଇଥିବା ଗନି କମ୍ପ୍ଲେକ୍ସକୁ ସରକାର ଭାଙ୍ଗୁଛନ୍ତି କି ନାହିଁ ? କିମ୍ବା ସରକାରଙ୍କ ନିର୍ଦ୍ଦେଶ କ’ଣ? ସମ୍ପ୍ରତି ଏହି କମ୍ପ୍ଲେକ୍ସ ବିଷୟରେ ସାଧାରଣ ଜନତାଙ୍କ ମଧ୍ୟରେ ଅନେକ ପ୍ରକାରର ଅକଥନୀୟ ଚର୍ଚ୍ଚା ଶୁଣିବାକୁ ମିଳୁଛି । ଦେଖିବାକୁ ମିଳିବ ରାଜଗଙ୍ଗପୁରର ଏହି ବିଲ୍ଡିଂରେ ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ ମାନ୍ୟତା ପାଇଥିବା ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ବର୍ତ୍ତମାନ ଏହି ବିଲଡିଂ ବିଷୟରେ ତାଙ୍କର ପ୍ରଶାସନିକ ଅଧିକାରୀ କ’ଣ କରୁଛନ୍ତି । ପୈ।ରାଞ୍ଚଳ ବାସୀ ଅପେକ୍ଷା କରିଛନ୍ତି କେବେ ନେବ ସରକାରୀ କଳ ପଦକ୍ଷେପ ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here