ଯୁବକର ସନ୍ଦେହ ଜନକ ମୃତ୍ୟୁ ,କାରଣ ଅସ୍ପଷ୍ଟ : ସୁନ୍ଦରଗଡ଼

ବଣାଇଁ ଥାନା ଅନ୍ତର୍ଗତ କେନ୍ଦ୍ରିକଳା ଗ୍ରାମର ଜଣେ ଯୁବକ ବିଷପାନ କରି ମୃତ୍ଯୁ ବରଣ କରିଥିବା ଜଣାପଡିଛି। କେନ୍ଦ୍ରିକଳା ଗ୍ରାମର ଯୁବକ ହରେକୃଷ୍ଣ ସାାହୁ (୩୯) ଗତକାଲି ରାତିରେ ଘର ଶୋଇଥିଲେ। ପରିବାରର ଲୋକ ହରେକୃଷ୍ଣ ଉଠି ନ ଥିବାର ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ । ପରିବାର ଲୋକେ ଉଠାଇବା ବେଳେ ପାଟିରୁ ଲାଳ ବାହାରୁ ଥିବା ଦେଖିଥିଲେ। ଫଳରେ ତାଙ୍କୁ ଗୁରୁତର ଅବସ୍ଥାରେ ବଣାଇଁ ଉପଖଣ୍ଡ ଚିକିତ୍ସାଳୟକୁ ଆଣି ଭର୍ତି କରି ଥିବାବେଳେ ସେଠାରେ ଡ଼ାକ୍ତର ତାଙ୍କୁ ପରୀକ୍ଷା କରି ମୃତ ଘୋଷଣା କରିଥିଲେ। ଖବର ପାଇ ବଣାଇଁ ଥାନାର ଏଏସଆଇ ବରୁଣ କୁମାର ନାୟକ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ଯବଚ୍ଛେଦ ନିମନ୍ତେ ପଠାଇବା ସହ ଘଟଣାର ତଦନ୍ତ ଚଲାଇଥିବା ଜଣାପଡ଼ିଛି। ତେବେ ହତ୍ୟାର କାରଣ ଅଷ୍ପଷ୍ଟ । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ସମସ୍ତ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ଥାନାଧିକାରୀ ମତବ୍ୟକ୍ତ କରିଛନ୍ତି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here