ବଣାଇଁ ରେ ଅଗ୍ନିକାଣ୍ଡ ବହୁ କ୍ଷୟ କ୍ଷତି : ସୁନ୍ଦରଗଡ

ବଣାଇଁ ରେ ବର୍ତ୍ତମାନ ଅଗ୍ନିକାଣ୍ଡର ମାତ୍ରା ବଢିବାରେ ଲାଗିଛି। ନାକେଦମ୍ ହେଲେଣି ଅଗ୍ନିଶମ ବାହିନୀ। ଅଗ୍ନିକାଣ୍ଡ କହିଲା ମାନେ ମନକୁ ଆସେ ଘର ପୋଡ଼ି କିମ୍ବା ଅନ୍ୟକିଛି ସ୍ଥାନ। ମାତ୍ର ବଣାଇଁ ରେ ବର୍ତ୍ତମାନ ଗୋଚର ଭୂମି, ଅନାବାଦୀ ଭୂମି, ଜଙ୍ଗଲ ନିକଟବର୍ତ୍ତୀ ଭୂମି ଓ ଚାଷ ଜମି ଆଦିରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଉଛନ୍ତି। ଯାହାଫଳରେ ଉକ୍ତ ସ୍ଥାନଗୁଡିକ ପୋଡ଼ି ପାଉଁଶ ହୋଇଯାଉଛି। ଆଖପାଖରେ ଥିବା ଘର ଗୁଡିକ ମଧ୍ୟ ନିଆଁ ଲାଗିବାର ସମ୍ଭାବନା ସୃଷ୍ଟି ହେଉଛି। ନିଆଁ ଲାଗିବା ଦ୍ଵାରା ବାୟୁ ପ୍ରଦୂଷଣ ବୃଦ୍ଧି ପାଉଛି। ସହଜରେତ ବଣାଇଁ ଅଞ୍ଚଳ କଳକାରଖାନାର ଧୂଆଁରେ ଅତିଷ୍ଟ । ଏପଟେ ପୁଣି ନିଆଁ ର ଧୂଆଁ। କେବଳ ସେତିକି ନୁହେଁ ଅଞ୍ଚଳର ଜୈବ ବିବିଧତା ମଧ୍ୟ ନଷ୍ଟ ହେଉଛି। କେତେ କେତେ ଜୀବଜନ୍ତୁ, ପକ୍ଷୀ ମାନଙ୍କର ଖାଦ୍ୟ, ବାସସ୍ଥାନ ମଧ୍ୟ ନଷ୍ଟ ହୋଇ ଯାଉଛି। କେବଳ ଆଜି ଗୋଟେ ଦିନରେ ବଡ଼ ବଡ଼ ୩ ଟି ସ୍ଥାନରେ ଅଗ୍ନିକାଣ୍ଡ ହୋଇଛି। ବର୍ହାମୂଷା, ବ୍ରାହ୍ମଣନାଳି ଓ ବଣାଇଁ ଦେଓଗାଁ, ଏହି ତିନୋଟି ସ୍ଥାନରେ ନିଆଁ ଲାଗି ବହୁତ ଅଞ୍ଚଳ ପୋଡ଼ି ଯାଇଛି। ବଣାଇଁ ଅଗ୍ନିଶମ ବାହିନୀ ଓ ବନ ବିଭାଗର ମିଳିତ ଉଦ୍ୟମ ରେ ନିଆଁକୁ ଆୟତ୍ତ କରାଯାଇଛି। କିନ୍ତୁ ସବୁବେଳେ ସବୁସ୍ଥାନରେ ଏକା ସମୟରେ ସେମାନେ ପହଁଞ୍ଚିବା ବି ସମ୍ଭବ ହୋଇ ନ ପାରେ। ତେଣୁ ଆମେ ଜନସାଧାରଣ ଏଥି ପ୍ରତି ଧ୍ୟାନ ଦେବା ଉଚିତ ଓ ନିଜ ପରିବେଶ କୁ ନିଜେ ସୁରକ୍ଷା ଦେବା ଆମର କର୍ତ୍ତବ୍ୟ ହେବା ଉଚିତ। ଏମିତି ନିଆଁ ନ ଲଗାଇବାକୁ ଅଗ୍ନିଶମ ବିଭାଗ, ବନ ବିଭାଗ ତରଫରୁ ସମସ୍ତଙ୍କୁ ଅନୁରୋଧ କରୁଛୁ।

ସୁନ୍ଦରଗଡ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here