ଦିନ ଦୁଇ ପହରେ ଟ୍ରକ ଚାଳକ ଓ ସହଯୋଗୀ ଠାରୁ ଲୁଟ , ପ୍ରଶାସନର ନିଘା ନାହିଁ : ସୁନ୍ଦରଗଡ଼

ସ୍ଥାନୀୟ ପ୍ରଶାସନକୁ ଚ୍ୟାଲେଞ୍ଜ ଦେଇ ଅଜଣା ମୁଖା ପିନ୍ଧା ଦୁର୍ବୁର୍ତ୍ତ ମାନେ ମାରଣାସ୍ତ୍ର ଦେଖାଇ ଦିନ ଦ୍ବିପହରେ କରୁଛନ୍ତି ଲୁଟ । ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ ଜାମପାଲି ବାଇପାସରେ । ବଡବିଲ ଅଞ୍ଚଳରୁ ଟ୍ରକ ଯୋଗେ ଲୁହା ପଥର ନେଇ ରାୟେଗଡା ଯାଉଥିବା ସମୟରେ ରାଜଗାଙ୍ଗପୁର ସ୍ଥିତ ଜାମପାଲି ବାଇପାସ ଅଞ୍ଚଳ ସଂଲଗ୍ନ ୧୦ ନଂ ଜାତୀୟ ରାଜପଥ କଡରେ ଥିବା ଓସିଏଲ କନଭେୟର ବେଲ୍ଟ ତଳେ ବସି ଖାଉଥିବା ସମୟରେ ଗୋଟିଏ ବାଇକ ଯୋଗେ ୩ ଜଣ ମୁଖାପିନ୍ଧା ଦୁର୍ବୁର୍ତ୍ତ ଆସି କ’ଣ ଖାଉଛ କହି ଟଙ୍କା ମାଗିଥିଲେ । ଟଙ୍କା ଦେବାକୁ ମନା କରିବାରୁ ଧାରୁଆ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ ଚାଳକ ଟୁନା ଆନସାରୀଙ୍କୁ । ଏହାପରେ ଦୁଇଜଣ ଚାଳକଙ୍କ ଠାରୁ ଟଙ୍କା ଓ ମୋବାଇଲ ଲୁଟି ନେଇ ଫେରାର ହୋଇ ଯାଇଥିଲେ । ତେବେ ଅଳ୍ପକେ ବର୍ତ୍ତି ଯାଇଥିଲେ ଚାଳକ ମଣ୍ଟୁ ସିଂହ । ଏହି ଅଭାବନୀୟ ଘଟଣା ଘଟିଥିଲା ଓଡି ୨୩ ଜି ୯୯୭୧ ନଂ ଟ୍ରକ ପାଖରେ । ଗୁରୁତର ଚାଳକ ଟୁନାକୁ ସ୍ଥାନୀୟ ଲୋକଙ୍କ ସହାୟତାରେ ରାଜଗାଙ୍ଗପୁର ସରକାରୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ଚିକିତ୍ସା ପାଇଁ । ପ୍ରଶାସନର ଢିଲା କାର୍ଯ୍ୟ ଯୋଗୁଁ ଦିନ ଦ୍ବିପହରେ ରାଜଗାଙ୍ଗପୁର ପୌରାଞ୍ଚଳରେ ଲୁଟ ହେଉଥିବା ଘଟଣାକୁ ନେଇ ସାଧାରଣରେ ଯୋର ଚର୍ଚ୍ଚା ଚାଲିଛି । ଦେଖିବାକୁ ବାକି ରହିଲା ପ୍ରଶାସନ ଏଇ ଲୁଟେରା ମାନଙ୍କ ପ୍ରତି କେତେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।
BIG BRAKING NEWS

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here