ସ୍ଥାନୀୟ ମହିଳାମାନଙ୍କ ପାଇଁ ଟାଟା ଷ୍ଟିଲ୍ ବିଏସ୍‌ଏଲ୍ ପକ୍ଷରୁ ଛତୁ ଚାଷ ପ୍ରଶିକ୍ଷଣ : ସୁନ୍ଦରଗଡ଼

କଳମାଙ୍ଗ: ୩୧/୧: ଟାଟା ଷ୍ଟିଲ୍ ବିଏସ୍‌ଏଲ୍ ପକ୍ଷରୁ କଳମାଙ୍ଗର ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ପାଇଁ ଛତୁ ଚାଷ ପ୍ରଶିକ୍ଷଣ ଦିଆଯାଇଛି । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସୁନ୍ଦରଗଡ଼ ଜିଲ୍ଲା କୋଇରା ବ୍ଲକ୍ କଳମାଙ୍ଗର ପାତ୍ରପଡାଠାରେ ଆୟୋଜିତ ହୋଇଥିଲା । ଗାଁର ମହିଳାମାନଙ୍କୁ ଆତ୍ମ ନିର୍ଭରଶୀଳ ତଥା ଅଧିକ ଆର୍ଥିକ ସ୍ୱଚ୍ଛଳ କରିବା ଦିଗରେ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଟାଟା ଷ୍ଟିଲ୍ ବିଏସ୍‌ଏଲ୍ ସିଏସ୍‌ଆର୍ ବିଭାଗ ପକ୍ଷରୁ କୋଇରା ବ୍ଲକ୍‌ର ଖଣି ଅଞ୍ଚଳରେ ଛତୁ ଚାଷ ପ୍ରଶିକ୍ଷଣ ସହିତ ପ୍ରଶିକ୍ଷଣ ପାଇଁ ଆବଶ୍ୟକୀୟ ସରଞ୍ଜାମ ମଧ୍ୟ କମ୍ପାନୀ ପକ୍ଷରୁ ଯୋଗାଇ ଦିଆଯାଇଥିଲା । ଉକ୍ତ ଅଞ୍ଚଳର ମା ସରସ୍ୱତୀ ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ମା ଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀରୁ ୧୨ ଜଣ ମହିଳା ସଦସ୍ୟା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଟାଟା ଷ୍ଟିଲ୍ ବିଏସ୍‌ଏଲ୍ ପକ୍ଷରୁ ଏନେଇ ଆବଶ୍ୟକ ଥିବା ସାମଗ୍ରୀ ତଥା ଛତୁମଞ୍ଜି, ପାଳ, ପଲିଥିନ୍ ଇତ୍ୟାଦି ମହିଳା ଚାଷୀମାନଙ୍କୁ ଯୋଗାଇ ଦିଆଯାଇଥିଲା । ଟାଟା ଷ୍ଟିଲ୍ ବିଏସ୍‌ଏଲ୍ ସିଏସ୍‌ଆର୍ କଳମାଙ୍ଗ ୟୁନିଟ୍ ମୁଖ୍ୟ ଶ୍ରୀଯୁକ୍ତ ସଞ୍ଜୟ ସର୍ଦ୍ଦାରଙ୍କ ସହିତ କମ୍ପାନୀର ବରିଷ୍ଠ ଅଧିକାରୀ ଶ୍ରୀମତି ରେଣୁକା ସିଂହ ଏବଂ ଫିଲ୍ଡ କୋର୍ଡ଼ିନେଟର୍ ଶ୍ରୀଯୁକ୍ତ ଦୀପକ ମହନ୍ତ ପ୍ରମୁଖ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ପ୍ରଶିକ୍ଷଣ ସମୟରେ ଛତୁ ଚାଷ କିପରି କରାଯାଏ ତାହା ଜାଣିବାକୁ ମହିଳାମାନଙ୍କ ମଧ୍ୟରେ ବେଶ୍ ଆଗ୍ରହ ପ୍ରକାଶ ପାଇଥିଲା । ଯାହା ସେମାନେ ଉପଯୁକ୍ତ ପ୍ରଶିକ୍ଷଣ ପରେ ରୋଜଗାରର ଏକ ପନ୍ଥା ଭାବରେ ଏହି କାର୍ଯ୍ୟକୁ ଗ୍ରହଣ କରିପାରିବେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟତଃ ଛତୁ ଚାଷ ପାଇଁ ଆବଶ୍ୟକୀୟ ଥିବା ଆବଶ୍ୟକୀୟ ପ୍ରକ୍ରିୟା ଓ ବଜାର ସହିତ କିପରି ଯୋଗାଯୋଗ କରିବେ ଏନେଇ ଅଧିକ ପ୍ରାଧାନ୍ୟ ଦିଆଯାଇଥିଲା । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଗକୁ ପର୍ଯାୟକ୍ରମେ ଚାଲୁ ରହିବ, ଯେଉଁଠାରେ ମୁଖ୍ୟତଃ ବୈଷୟିକ ଜ୍ଞାନ ଏବଂ ଛତୁର ମାର୍କେଟିଂ ଉପରେ ଅଧିକ ଧ୍ୟାନ ଦିଆଯିବ । ଟାଟା ଷ୍ଟିଲ ବିଏସ୍‌ଏଲ୍ ସମ୍ବନ୍ଧରେ-ପୂର୍ବରୁ ଭୂଷଣ ଷ୍ଟିଲ୍ ଲିମିଟେଡ୍ ଭାବରେ ପରିଚିତ ଟାଟା ଷ୍ଟିଲ୍ ବିଏସ୍‌ଏଲ୍ ଲିମିଟେଡ୍ ୩୧ ମାର୍ଚ୍ଚ ୨୦୨୦ ସୁଦ୍ଧା ବାର୍ଷିକ ୫.୨ ମିଲିୟନ ଟନ୍ ଫ୍ଲାଟ ଷ୍ଟିଲ୍ ଉତ୍ପାଦନ କ୍ଷମତା ବିଶିଷ୍ଟ ସାରା ଭାରତବର୍ଷରେ ପଞ୍ଚମ ବୃହତ ଷ୍ଟିଲ୍ ଉଦ୍ୟୋଗ ଅଟେ । ଭାରତର ସବୁଠାରୁ ବୃହତ କୋଲ୍ଡ୍ ରୋଲ୍ଡ୍ ଷ୍ଟିଲ୍ କାରଖାନା ଏହାର ରହିଛି ଏବଂ ଅଟୋମେଟିଭ୍ ଗ୍ରେଡ୍ ଓ ଉଚ୍ଚ କାର୍ବନ ସମ୍ପନ୍ନ ସ୍ୱତନ୍ତ୍ର ଷ୍ଟିଲ୍ ଯୋଗାଣରେ ସାରା ଭାରତବର୍ଷରେ ଏହା ପ୍ରଥମ ଅଟେ । ୨୦୨୦ ଆର୍ଥିକ ବର୍ଷରେ ଏହା ୨,୪୧୪.୧୩ ମିଲିୟନ ଆମେରିକୀୟ ଡଲାର (ଭାରତୀୟ ମୁଦ୍ରାରେ ୧୮,୧୯୯.୧୪ କୋଟି) ଟଙ୍କା ରାଜସ୍ୱ ହାସଲର ରେକର୍ଡ ଲାଭ କରିଛି । ସମୁଦାୟ ୫୭୦୦ କର୍ମଚାରୀଙ୍କ ସହିତ ଏହି ସଂସ୍ଥା ସାରା ଭାରତବର୍ଷରେ କାର୍ଯ୍ୟରତ ।


ସୁନ୍ଦରଗଡ଼ କୋଇଡା ରୁ ସନ୍ତୋଷ କୁମାର ପାତ୍ର ଙ୍କ ରିପୋର୍ଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here