ଟ୍ରେନ ରେ ଧକାରେ ତିନୋଟି ହରିଣ ମୃତ୍ୟୁ, ହରିଣ ସୁରକ୍ଷା ଦିଗରେ ବନ ବିଭାଗ ନିରବ ଦ୍ରଷ୍ଟା : ଜଗତସିଂହପୁର

ଜଗତସିଂହପୁର ଜିଲାର ରଘୁନାଥପୁର ବ୍ଲକ ରେ ଥିବା ଧଳତଙ୍ଗଗଡ଼ ଜଙ୍ଗଲ ରୁ ଖାଦ୍ୟ ଅନ୍ୱେଷଣ ରେ ଆସି ଟ୍ରେନ ଧକ୍କା ରେ ତିନୋଟି ହରିଣର ମୃତ୍ୟୁ ହୋଇଥବା ସୂଚନା ମିଳିଛି।ସୂଚନା ଅନୁସାରେ ଧଳାତଙ୍ଗଗଡ଼ ଜଙ୍ଗଲର ସୁରକ୍ଷା ଅଭାବରୁ ବନ୍ୟଜନ୍ତୁ ହରିଣ ଗୁଡିକ ବିଭିନ୍ନ ସମୟରେ ବାହାରକୁ ଆସି ଚୋର ଶିକାରୀ ମାନଙ୍କ ଶିକାର ହେଉଥିବା ବେଳେ ଗତକାଲି ପୁଣି ରାମଚନ୍ଦ୍ର ପୁର ସାଳଜଙ୍ଗ ନିକଟରେ ଟ୍ରେନ ଧକା ରେ ତିନୋଟି ହରିଣ ମୃତ୍ୟୁ ହୋଇଥିବା ଦେଖିବାକୁ ମିଲିଛି।ଜଗତସିଂହପୁର ବନବିଭାଗର ଅପାରଗତା ଯୋଗୁଁ ବାରମ୍ବାର ଏଭଳି ଘଟୁଥିବା ଜନସଧାରଣ ରେ ଅଭିଯୋଗ ହୋଇଛି।କାରଣ ବିଗତ ଦିନରେ ହରିଣ ଗୁଡିକ ପାଇଁ ଜଙ୍ଗଲ ଭିତରେ ସେମିତି ଖାଦ୍ୟ,ପାଣି ଭଳି ବ୍ୟବସ୍ଥା ନଥିବା ସ୍ଥଳେ ହରିଣ ଗୁଡିକ ଗାଁ ମୁହାଁ ହେବାକୁ ବସିଛନ୍ତି।ହରିଣ ମାନଙ୍କ ସୁରକ୍ଷାପାଇଁ ତାର ବାଡ଼ ନିର୍ମାଣ ପାଈଁ ବାରମ୍ବାର ଜନସଧାରଣ ରେ ଦାବି ହୋଇଆସୁଥିଲେ ମଧ୍ୟ ନା ବନବିଭାଗ,ନା ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି ବୋଲି ମଧ୍ୟ ଅଭିଯୋଗ ହୋଇଛି।ଯଦି ଏଭଳି ହରିଣଙ୍କ ମୃତ୍ୟୁ ଘଟେ ଧଳତଙ୍ଗଗଡ଼ ଜଙ୍ଗଲରୁ ହରିଣ ଲୋପ ପାଇବେ ବୋଲି ବୁଦ୍ଧିଜୀବୀ ମାନେ କହିଛନ୍ତି।ତେଣୁ ହରିଣ ମାନଙ୍କ ସୁରକ୍ଷା ପାଈଁ ତାର ବାଡ଼ ନିର୍ମାଣ କରିବାକୁ ସାଧାରଣରେ ଦାବି ହୋଇଛି।

ଜଗତସିଂହପୁର ରୁ ଜିଲା ପ୍ରତିନିଧି ପ୍ରଫୁଲ କୁମାର ସାହୁ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here