ଇନଷ୍ଟାଗ୍ରାମ୍‌ରେ ଭିଡିଓ ସେୟାର କଲେ ଋଷି କପୁର ଙ୍କ ପତ୍ନୀ ନୀତୁ

ମୁମ୍ବାଇ :  ଅଭିନେତା ଋଷି କପୁର ପରଲୋକକୁ ୬ ମାସ ବିତିଗଲାଣି । ନିକଟରେ ନୀତୁ, ଋଷିଙ୍କ ସହ ନିଜର ପ୍ରଥମ ଡ୍ୟାନ୍ସ ଭିଡିଓ ସେୟାର କରିଛନ୍ତି, ଯାହା ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି । ନୀତୁ ନିଜର ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ଋଷି କପୁର ଏବଂ ନୀତୁ କପୁର ଏକାସହ ଡ୍ୟାନ୍ସ କରୁଛନ୍ତି । ଏହି ଦୁଇ ଜଣ ୧୯୭୫ ମସିହାରେ ରିଲିଜ ହୋଇଥିବା ଫିଲ୍ମ ‘ଜିନ୍ଦା ଦିଲ’ର ‘ଶ୍ୟାମ ସୁହାନି’ ଗୀତରେ ନାଚୁଥିବା ନଜରକୁ ଆସିଛନ୍ତି । ଭିଡିଓ ସହିତ କ୍ୟାପ୍ସନର ନୀତୁ ଲେଖିଛନ୍ତି- ‘ଆମର ପ୍ରଥମ ଡ୍ୟାନ୍ସ ।’ ନିକଟରେ ଋଷି କପୁର ଏବଂ ନୀତୁ କପୁରଙ୍କର ୪୧ ତମ ବିବାହ ବାର୍ଷିକୀ ଥିଲା । ଏହି ଖାସ୍ ଅବସରରେ ନୀତୁ ମଧ୍ୟ ଏକ ଭିଡିଓ ସେୟାର କରିଥିଲେ । ଭିଡିଓରେ ସେ ସମସ୍ତ ଚଳଚିତ୍ରର ସିନ ଥିଲା ଯେଉଁଥିରେ ଋଷି ଏବଂ ନୀତୁ ଏକାସହ ନଜରକୁ ଆସିଥିଲେ । ଯାହାକୁ ଫ୍ୟାନ୍ସ ବେଶ୍ ପସନ୍ଦ କରିଥିଲେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here