ଖବର ସଂକ୍ଷେପ ରେ…… ତାରିଖ ୨୫/୦୪/୨୧, ରବିବାର (NEWS IN BULLETS)

୧-ମେ ୧୫ ଯାଏଁ ଶ୍ରୀମନ୍ଦିରରେ ଜଗା ଦର୍ଶନ ବନ୍ଦ, ଟ୍ୱିଟ କରି ସୂଚନା ଦେଲେ ଶ୍ରୀମନ୍ଦିର ପ୍ରଶାସନ।

୨-ଭଦ୍ରକ:ମେଡିସିନ ଷ୍ଟୋରରେ ଚାଲିଥିଲା ଗୁଟଖା ଓ ସିଗାରେଟ୍ ବିକ୍ରି, ମାଲିକ ସହ ୩ ଅଟକ, ୭ ଦିନ ପାଇଁ ଦୋକାନ ସିଲ୍।

୩-ଭୁବନେଶ୍ୱର: ଶନିବାର ଦିନ ୪୨.୧ଂ ଡହ ଡହ ଖରାରେ ସିଝିଲା ରାଜଧାନୀ ଭୁବନେଶ୍ଵର।ଆଉ ୨ରୁ ୩ ଦିନ ପର୍ଯ୍ୟନ୍ତ ବଢ଼ିବ ତାତି।

୪-ବୁର୍ଲା:​ଭିମସାର ​‌କୋଭିଡ ଡାକ୍ତରଖାନା: ୧୨ ଚିକିତ୍ସାଧୀନଙ୍କ ମୃତ୍ୟୁ, ୫ ଦିନରେ ୫୩।

୫-ବିବାଦରେ ଓଡିଆ ଫିଲ୍ମ ‘ମୋନାଲିସା’, ମାଲାୟଲମ ଫିଲ୍ମ ‘ହେଲେନ୍’ର ପୋଷ୍ଟର ସହ ମିଶୁଛି ମୋନାଲିସା ପୋଷ୍ଟର।

୬-ଭୁବନେଶ୍ୱର: ଅନ୍ତର୍ଜାତୀୟ ସୁନ୍ଦରୀ ପ୍ରତିଯୋଗିତାରେ ଓଡ଼ିଆ ବୋହୁ ମଧୁସ୍ମିତା ଜେନା।

୭-କୋଭାକ୍ସିନ ଟିକା ଦର: ରାଜ୍ୟକୁ ୬୦୦, ଘରୋଇ ଡାକ୍ତରଖାନାକୁ ୧୨୦୦ ଟଙ୍କା।

୮-କୋଭିଡ୍ ଚିକିତ୍ସା କେନ୍ଦ୍ର ପାଇଁ ଖାଲି ଅକ୍ସିଜେନ୍ ସିଲିଣ୍ଡରକୁ ଭର୍ତ୍ତି କରିବା ପାଇଁ ନିର୍ଦ୍ଦେଶ । ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖିଲେ ଏସିଏସ।

୯-ନୂଆ ଦିଲ୍ଲୀ: ଅମ୍ଳଜାନ ମିଳିଲାନି,ଦିଲ୍ଲୀରେ ୨୫, ଅମୃତସରେ ୬ମୃତ।

୧୦-ପଶ୍ଚିମବଙ୍ଗ ଫେରନ୍ତାଙ୍କ ପାଇଁ କ୍ବାରେଣ୍ଟିନ କଟକଣାରେ ସାମାନ୍ୟ ପରିବର୍ତ୍ତନ । ଟିକା ପ୍ରମାଣପତ୍ର ଥିଲେ ୭ ଦିନ ପାଇଁ ସଙ୍ଗରୋଧ । ପୂର୍ବରୁ ୧୪ ଦିନ ସଙ୍ଗରୋଧ ପାଇଁ ଥିଲା ନିର୍ଦ୍ଦେଶ ।

୧୧-ନୁଆ ଦିଲ୍ଲୀ: ପ୍ରଧାନ ବିଚାରପତି ଭାବେ ଦାୟିତ୍ବ ଗ୍ରହଣ କଲେ ଏନ୍ ଭି ରମନା।

୧୨-ଦେଶର ୧୫ ସହରରେ ୫ କୋଟି ଲୋକଙ୍କ ପାଖରେ ବିଶୁଦ୍ଧ ଓ ସୁଲଭ ପାନୀୟ ଜଳ ନାହିଁ : ରିପୋର୍ଟ

? ଅନଙ୍ଗ ତ୍ରୟୋଦଶୀ, ମହାବୀର ଜୟନ୍ତୀ ?

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here