ପ୍ରାକୃତିକ ବିପର୍ଯ୍ଯୟ ମୁକାବିଲା ଭିତ୍ତିଭୂମି ସମୀକ୍ଷା ବୈଠକ : ପୁରୀ

ପୁରୀ- ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ଯୟ ବେଳେ ବିଦ୍ୟୁତ ସରବରାହ ଏବଂ ଅନ୍ୟାନ୍ୟ ବ୍ୟବସ୍ଥା ଯେଭଳି ନିରବଚ୍ଛିନ୍ନ ରହେ ଏ ସଂପର୍କିତ ଏକ ସମୀକ୍ଷା ବୈଠକ ସର୍କିଟ୍ ହାଉସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ଏଥିରେ ସିଡିଆରଆଇ (coalition for Disaster Resilient Infrastructure) ଡିଜି ଶ୍ରୀ ସନ୍ଦିପ ପୋଣ୍ତରିକ ଯୋଗଦେଇ ଜିଲ୍ଲାରେ ଭିତ୍ତିଭୂମିର ସମୀକ୍ଷା କରିଛନ୍ତି । ଉପକୂଳ ଅଞ୍ଚଳ ବାତ୍ୟାପ୍ରବଣ ହୋଇଥିବାରୁ ଅତ୍ୟାବଶ୍ୟକୀୟ ସେବା ପ୍ରଦାନ ଯୋଗାଇବା ପାଇଁ ସର୍ବନିମ୍ନ ଭିତ୍ତିଭୂମି ବ୍ୟବସ୍ଥା ଉପଲବ୍ଧ ସୁନିଶ୍ଚିତ କରିବା ଉପରେ ସେ ଗୁରୁତ୍ବାରୋପ କରିଛନ୍ତି । ସଡକ ପରିବହନ, ଆଶ୍ରୟସ୍ଥଳୀ, ପାନୀୟ ଜଳ ଯୋଗାଣ ନିମନ୍ତେ ଉପଲବ୍ଧ ଭିତ୍ତିଭୂମି ଯେପରି ବଧାପ୍ରାପ୍ତ ନହୁଏ ଏଦିଗରେ କାର୍ଯ୍ୟ କରିବାକୁ ବିଭାଗୀୟ ଅଧୁକାରୀ ମାନଙ୍କୁ ଶ୍ରୀ ପୋଣ୍ତରିକ ପରାମର୍ଶ ଦେଇଛନ୍ତି । ଏଥିସହ ଗୋପବ୍ଲକର ବାଙ୍ଗର ଓ ସାରଦା ପଞ୍ଚାୟତର ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ ବୁଲି ଦେଖିବା ସହ ଭିତ୍ତିଭୂମିର ସମୀକ୍ଷା କରିଛନ୍ତି । ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା, ଗ୍ରିଡକୋ ନିର୍ଦ୍ଦେଶକ ଶ୍ରୀ ଗଗନ ସ୍ବାଇଁ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ପୌରସଂସ୍ଥା ନିର୍ବାହୀ ଅଧିକାରୀ ଶ୍ରୀ ବିଜୟ କୁମାର ଦାଶ, ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଶ୍ରୀ ଗିରିଶ ଚନ୍ଦ୍ର ରାୟ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶ୍ରୀ ଜିତେନ୍ଦ୍ର କୁମାର ପାତ୍ର, ଶ୍ରୀ ସୁକାନ୍ତ କୁମାର ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here