ଟୋକିଓ ଅଲମ୍ପିକ ଯୋଗ୍ୟତା ଅର୍ଜନ କରିଥିବା ଜାଭେଲିନ ଥ୍ରୋ ଗ୍ରୁପର ପୁରୀ ଗସ୍ତ : ପୁରୀ

ପୁରୀ- ଟୋକିଓ ଅଲମ୍ପିକ ନିମନ୍ତେ ଯୋଗ୍ୟତା ଅର୍ଜନ କରିଥିବା ଜାଭେଲିନ ଥ୍ରୋ ଗ୍ରୁପ ଆଜି ପୁରୀ ଗସ୍ତ କରିଛନ୍ତି । ଏହି ଗ୍ରୁପରେ ଶ୍ରୀ ନିରଜ ଚୋପ୍ରା, ଶ୍ରୀ ଶିବପାଲ ସିଂ, ଶ୍ରୀ ରାଜିନ୍ଦର ସିଂ, ଶ୍ରୀ ରୋହିତ ଯାଦବ, ଶ୍ରୀ ଇଶାନ, ସୁଶ୍ରୀ ଅନୁ ରାଣୀ ପ୍ରମୁଖ ସାମିଲ ଥିଲେ । ସେମାନଙ୍କୁ ପ୍ରଥମେ ସ୍ଥାନୀୟ ସର୍କିଟ୍ ହାଉସରେ ସ୍ବାଗତ ଜଣାଇବା ପରେ ସେମାନେ ଶ୍ରୀ ମନ୍ଦିର ଦର୍ଶନ କରିଥିଲେ । ପୁରୀ ଆସି ଠାକୁରଙ୍କ ଦର୍ଶନ କରିବା ସହ ଖୁସି ବ୍ୟକ୍ତ କରିଥିଲେ । ଏହାପରେ ସେମାନେ ବେଳାଭୂମିରେ କିଛି ସମୟ ବିତାଇଥିଲେ । ଉକ୍ତ ଗ୍ରୁପ ଟୋକିଓ ଅଲମ୍ପିକ ନିମନ୍ତେ ଭୁବନେଶ୍ବରସ୍ଥ କଳିଙ୍ଗ ଷ୍ଟାଡିୟମରେ ତାଲିମ ଶିବିରରେ ଯୋଗ ଦେଇଛନ୍ତି। ଜିଲ୍ଲା କ୍ରିଡାଧିକାରୀ ଶ୍ରୀ ଚନ୍ଦନ କୁମାର ସାହୁ, ଜିଲ୍ଲା ଆଥେଲେଟିକ ସଂଘ ସଂପାଦକ ଶ୍ରୀ ରବିଶଙ୍କର ପ୍ରତିହାରୀ, ପାରା ଆଥଲେଟ ସୁଶ୍ରୀ ଜୟନ୍ତୀ ବେହେରା ଓ ତାଙ୍କ ପ୍ରଶିକ୍ଷକ ଶ୍ରୀ ବିଷ୍ଣୁପ୍ରସାଦ ମିଶ୍ର, ଶ୍ରୀ ପାର୍ଥସାରଥୀ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here