ସରପଞ୍ଚ ମାନଙ୍କ କର୍ମଶାଳା ଓ ସମୀକ୍ଷା ବୈଠକ ଅନୁଷ୍ଠିତ : ପୁରୀ

ପୁରୀ- ଗ୍ରାମ ପଞ୍ଚାୟତ ମାନଙ୍କରେ ସର୍ବନିମ୍ନ ସୁବିଧା ଉପଲବ୍ଧ କରାଇବା ସହ ବିଭିନ୍ନ ଯୋଜନାର ସଫଳ ରୂପାୟନ କରିବା ନିମନ୍ତେ ସରପଞ୍ଚ ମାନଙ୍କ ଏକ କର୍ମଶାଳା ଓ ସମୀକ୍ଷା ବୈଠକ ସ୍ଥାନୀୟ ନିଳାଦ୍ରୀ ଭକ୍ତ ନିବାସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ଏଥିରେ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଅଧ୍ୟକ୍ଷତା କରିଥିଲେ ଓ ସମସ୍ତ ବିଡିଓ, ୨୬୮ ଟି ପଞ୍ଚାୟତର ସରପଞ୍ଚ, କନିଷ୍ଠ ଯନ୍ତ୍ରୀ, ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ । ସମସ୍ତ ପଞ୍ଚାୟତରେ ପାଠାଗାର ନିର୍ମାଣ ନିମନ୍ତେ ସ୍ଥାନୀୟ ବୁଦ୍ଧିଜିବୀ ମାନଙ୍କ ସହ ଆଲୋଚନା କରି ସ୍ଥାନ ଚିହ୍ନଟ ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଏଥିସହ ଆମୋଦ ପ୍ରମୋଦ ନିମନ୍ତେ ଉଦ୍ୟାନ ପାଇଁ ଯାଗା ଚିହ୍ନଟ ପ୍ରକ୍ରିୟା ଆସନ୍ତା ସପ୍ତାହକ ମଧ୍ୟରେ ଶେଷ କରିବାକୁ ଜିଲ୍ଲାପାଳ ସରପଞ୍ଚ ମାନଙ୍କୁ କହିଛନ୍ତି । ସଂପୃକ୍ତ ତହସିଲଦାର, ବିଡିଓ, ଜେଇ, ରାଜସ୍ବ ନିରୀକ୍ଷକ ମାନଙ୍କୁ ଏନେଇ ପରାମର୍ଶ ଦିଆଯାଇଛି । ଏଥିସହ ଖେଳ ପଡିଆର ବିକାଶ ମଧ୍ୟ କରାଯିବ । ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଏସବୁ ନିମନ୍ତେ ଶ୍ରମ ଦିବାସ ସୃଷ୍ଟି କରାଯିବ । କେନ୍ଦ୍ର ଓ ରାଜ୍ୟ ଅର୍ଥ କମିଶନଙ୍କ ପାଣ୍ଠିର ସୁବିନିଯୋଗ କରାଯିବ । ଏତଦବ୍ୟତୀତ ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ ବାକି ଥିବା କାମକୁ ତୁରନ୍ତ ଶେଷ କରିବାକୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ନିତିରଞ୍ଜନ ସେନ କହିଛନ୍ତି । ଏଥିପାଇଁ ସଂପୃକ୍ତ ଅଞ୍ଚଳର ଗ୍ରାମବାସୀ ମାନଙ୍କ ସହ ଆଲୋଚନା କରି ପ୍ରତିବନ୍ଧକ ଦୂର କରିବା ଉପରେ ସେ ଗୁରୁତ୍ବାରୋପ କରିଛନ୍ତି । ଗ୍ରାମୀଣ ଗୃହ ନିର୍ମାଣ, ମିଶନ ଶକ୍ତି ଗୃହ ତିଆରି ସଂପର୍କରେ ବିଶଦ ଭାବେ ଆଲୋଚନା କରାଯାଇଛି । ଏଥିସହ ସରପଞ୍ଚ ମାନଙ୍କ ମତାମତ ନିଆଯାଇଛି । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ରବି ନାରାୟଣ ତ୍ରିପାଠୀ, ଶ୍ରୀ ବିମଳ ଚନ୍ଦ୍ର ତିରିୟା, ଜିଲ୍ଲା ପଞ୍ଚାୟତ ଅଧିକାରୀ ଶ୍ରୀ ପ୍ରମୋଦ କୁମାର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here