ଆଧୁନିକ ଢାଞ୍ଚାରେ ୧୭ ଟି ବ୍ଲକରେ ହେବ ମିନି ହକି ଷ୍ଟାଡିୟମ୍ :ରାଉରକେଲା

ରାଉରକେଲାରେ ବିଶ୍ୱ ସ୍ତରୀୟ ହକି ଖେଳ ହେବା ନେଇ ପ୍ରସ୍ତୁତି ପର୍ବ ଜୋର ଧରିଛି । ତେବେ ରାଉରକେଲା ସାଙ୍ଗକୁ ସାରା ଜିଲ୍ଲାରେ ୧୭ ଗୋଟି ବ୍ଲକରେ ମିନି ହକି ଷ୍ଟାଡିୟମ ନିର୍ମାଣ ପାଇଁ କ୍ଷେତ୍ର ପ୍ରସ୍ତୁତିର ସମୀକ୍ଷା କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ କ୍ରୀଡା ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେ ନେଇ କ୍ରୀଡା ମନ୍ତ୍ରୀ ଗତ କେତେ ଦିନ ଧରି ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ବ୍ଲକରେ ତାଙ୍କ ସମୀକ୍ଷା ଆରମ୍ଭ କରିଥିଲା ବେଳେ ଆଜି ସୁନ୍ଦରଗଡ ଜିଲ୍ଲା ଟାଙ୍ଗରପାଲି ବ୍ଲକରେ ପହଞ୍ଚିଛନ୍ତି । ମନ୍ତ୍ରୀଙ୍କ ସରକାରୀ କାର୍ଯ୍ୟକ୍ରମ ଦଳୀୟ ବ୍ୟାନରେ ପରିଚାଳନା ହେଉଥିବା ଘଟଣାକୁ ସଦର ବିଧାୟିକା ବିରୋଧ କରିଛନ୍ତି । କହିଲେ ସରକାରୀ କାର୍ଯ୍ୟକ୍ରମ ଠିକ ଢଙ୍ଗରେ ହେଉନାହିଁ । ହକିର ଏନ୍ତୁଡିଶାଳ କୁହା ଯାଉଥିବା ସୁନ୍ଦରଗଡ ଜିଲ୍ଲା ଏବେ ହକି ଖେଳର ଭିତ୍ତିଭୂମି ନେଇ ଚଳଚଞ୍ଚଳ ହେବାକୁ ଆରମ୍ଭ କରିଛି । ଫେବୃଆରୀ ୧୬ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏ ନେଇ ରାଉରକେଲା ଆସୁଥିବା କଥା ଦଳ କହିଛି । ରାଉରକେଲାରେ ହକି ବିଶ୍ୱକପ ଖେଳା ନେଇ ରାଜ୍ୟ ସରକାର ପ୍ରସ୍ତୁତି ପର୍ବ ଆରମ୍ଭ କରିଥିବା ବେଳେ ଏବେ ସୁନ୍ଦରଗଡ ଜିଲ୍ଲାର ସମସ୍ତ ବ୍ଲକରେ ମିନି ହକି ଷ୍ଟାଡିୟମ ନିର୍ମାଣ ନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା ତଲବ କରିଛନ୍ତି । ସରକାରୀ ସ୍ତରରେ ଏହାକୁ ପଞ୍ଜିକୃତ କରିବା ନେଇ ସେ କ୍ରୀଡା ମନ୍ତ୍ରୀଙ୍କୁ ଦାୟିତ୍ତ୍ୱ ଦେଇଛନ୍ତି । ଏହି ଭିତ୍ତିଭୂମି ସମୀକ୍ଷା ସରକାରୀ କାର୍ଯ୍ୟକ୍ରମ ଭାବେ ଗଣିତ ହେଉଥିବା ବେଳେ ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଜନ ପ୍ରତିନିଧିଙ୍କୁ ଚିଠି ମଧ୍ୟ କରାଯାଇଛି । ହେଲେ ପ୍ରକୃତ ନିୟମ ଏଠାରେ ଉଲଙ୍ଘନ କରା ଯାଇଥିବା କଥା ସୁନ୍ଦରଗଡ ବିଧାୟିକା କହିଛନ୍ତି । କ୍ରୀଡାର ଉନ୍ନତି ନେଇ ମୁଖ୍ୟମନ୍ତ୍ରୀ ନେଉଥିବା ସମସ୍ତ ନିଷ୍ପତ୍ତିଙ୍କୁ ସେ ସ୍ୱାଗତ କରୁଛନ୍ତି ମାତ୍ର ସରକାରୀ କାର୍ଯ୍ୟକ୍ରମ ନାମରେ ନିର୍ଦ୍ଦିଷ୍ଟ ବ୍ୟାନରେ ଲୋକଙ୍କ ଟଙ୍କା ଖର୍ଚ୍ଚ ହେଉଥିବା ଘଟଣାକୁ ସେ ବିରୋଧ କରୁଥିବା କଥା କହିଛନ୍ତି I ସୁନ୍ଦରଗଡ ଜିଲ୍ଲାର ସମସ୍ତ ୧୭ ଗୋଟି ବ୍ଲକରେ ୟୁରୋପୀୟ ଶୈଳୀରେ ମିନି ହକି ଷ୍ଟାଡିୟମ ନିର୍ମାଣ ସହ ଆଷ୍ଟ୍ରୋଟର୍ଫ ଲାଗିବା ପ୍ରସ୍ତାବ ସାରା ଜିଲ୍ଲା ବାସୀଙ୍କୁ ଆନନ୍ଦିତ କରିଛି । ଆଦିବାସୀ ଜିଲ୍ଲା ହେଲେ ବି ଲୋକେ ପରମ୍ପରା ବା ସଂସ୍କୃତିକୁ ଭୁଲି ନାହାଁନ୍ତି । ସ୍ଥାନୀୟ ଲୋକେ ଅତିଥିଙ୍କୁ ଉଚ୍ଛସ୍ୱିତ ସମ୍ମାନ ଦେଇ ତାଙ୍କ ମୁହଁରୁ ମିନି ହକି ଷ୍ଟାଡିୟମ ନିର୍ମାଣର ଉଦ୍ଦେଶ୍ୟ ଜାଣିବା ପାଇଁ ମଞ୍ଚକୁ ପାଛୋଟି ନେଇଥିଲେ । ତେବେ ରାଉରକେଲାରେ ବିଶ୍ୱ ସ୍ତରୀୟ ହକି ଷ୍ଟାଡିୟମ ନିର୍ମାଣ ହେଉଥିବା ବେଳେ ସାରା ଜିଲ୍ଲାକୁ ହକିର ସୂତାରେ ବାନ୍ଧିବା ଓ ହକି ଖେଳକୁ ଅଧିକ ପ୍ରୋତ୍ସହିତ କରିବା ଏବଂ ହକି ପ୍ରତି ରୁଚି ରଖିଥିବା ଖେଳାଳୀଙ୍କୁ ଆନ୍ତର୍ଜାତୀୟ ସ୍ତରୀୟ କୋଚଙ୍କ ଦ୍ୱାରା ତାଲିମ ଦେବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ହାତକୁ ନିଆ ଯାଇଥିବା କଥା କ୍ରୀଡା ମନ୍ତ୍ରୀ କହିଛନ୍ତି । ଆଉ ଏହି ସମସ୍ତ କାର୍ଯ୍ୟକ୍ରମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶର ହେଉଥିବା କଥା ସେ କହିଛନ୍ତି । ବିଧାୟିକାଙ୍କ ପ୍ରତିକ୍ରିୟା ଉପରେ ସେ ଅଧିକ କିଛି କହି ନଥିଲେ ମଧ୍ୟ ଏହି କାର୍ଯ୍ୟକ୍ରମ ଏକ ସରକାରୀ କାର୍ଯ୍ୟକ୍ରମ ବୋଲି ସ୍ପଷ୍ଟ କରିଛନ୍ତି । ତେବେ ମିଟିଙ୍ଗ ପାଇଁ ଯେଉଁ ମଞ୍ଚ ତିଆରି ହୋଇଛି ତାହା ପୂର୍ବତନ ବିଧାୟକ ଯୋଗେଶ ସିଂଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା କଥା ସେ କହିଛନ୍ତି । ସରକାରୀ କାର୍ଯ୍ୟକ୍ରମ କହି ସୁନ୍ଦରଗଡ ବିଧାୟିକାଙ୍କୁ ଚିଠି ଦ୍ୱାରା ନିମନ୍ତ୍ରଣ କରିବା ଓ ମଞ୍ଚରେ ନିର୍ଦ୍ଦିଷ୍ଟ ବ୍ୟାନର ଲଗାଇ ତାଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିବା ଘଟଣାକୁ ବିଧାୟିକା ବିରୋଧ କରିଛନ୍ତି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here