ନାବାଳିକା ଅପହରଣ ଘଟଣାର ପର୍ଦ୍ଧାଫାଶ , ମହିଳା ଅଭିଯୁକ୍ତ ଗିରଫ , ନାବାଳିକାଙ୍କୁ ସିଡବ୍ଲୁସିକୁ ହସ୍ତାନ୍ତର : ରାଉରକେଲା

ମହିଳା ଦଲାଲ ସକ୍ରୀୟ ହୋଇଛନ୍ତି ପୁଣି ରାଉରକେଲା ସହରରେ । କିଛି ଅର୍ଥ ଆଶାରେ ନାବାଳିକା ମାନଙ୍କୁ ଅପହରଣ କରିବାରେ ଓ ଅନ୍ୟତ୍ର ବିକ୍ରି କରିବା ପାଇଁ ସକ୍ରିୟ ହୋଇ ଉଠିଛନ୍ତି କେତେକ ମହିଳା ଦଲାଲ । ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି ରାଉରକେଲା ସ୍ଥିତ ସେକ୍ଟର–୨୧ ସଂଲଗ୍ନ ନୟାବଜାର ଅଞ୍ଚଳରେ । ରାଉରକେଲା ସ୍ଥିତ ପ୍ଲାଣ୍ଟସାଇଟ ଥାନାରେ ଅଭିଯୋଗ କରିଛନ୍ତି ସଙ୍ଗୀତା ରାଓ ନୟାବଜାର ବାସୀନ୍ଦା । ତାଙ୍କ ୧୪ ବର୍ଷିୟା ନାବାଳିକା ଭଉଣି ଗତ ୨୮ ତାରିଖ କେଉଁ ଆଡେ ନିଖୋଜ ହୋଇଛି ଅଥବା ତାକୁ କେହି ଅପହରଣ କରିନେଇଛି । ଅଭିଯୋଗ ପାଇବା କ୍ଷଣି ସଙ୍ଗେସଙ୍ଗେ ପ୍ଲାଣ୍ଟସାଇଟ ପୋଲିଶ ତଦନ୍ତ ଆରମ୍ଭ କରି ଜାଣିବାକୁ ପାଇଲେ ଯେ ନୟାବଜାର ଅଞ୍ଚଳର ମହିଳା ଗୁରୁବାରୀ ପୁର୍ତ୍ତି (୨୭) ଜନୈକ ନାବାଳିକାକୁ ଅପହରଣ କରି ଉତ୍କଳ ଏକ୍ସପ୍ରେସ ରେଳରେ ନୂଆ ଦିଲ୍ଲି ନେଇଯାଉଛି । ଏହା ଯାଣିବା ପରେ ତତକ୍ଷଣାତ ଜାମସେଦପୁର ରେଳବାଇ କଣ୍ଟ୍ରୋଲରୂମକୁ ଯୋଗାଯୋଗ କରି ସଂପୂର୍ଣ୍ଣ ଘଟଣା ବିଷୟରେ ଅବଗତ କରାଇବାପରେ ରେଳବାଇର ସ୍ପେସାଲ ସ୍କ୍ବାର୍ଡ ତତକ୍ଷଣାତ ତନାଘନା ତଦନ୍ତ କରି ମଧ୍ୟପ୍ରଦେଶ ର ଅନୁପୁର ସ୍ଥିତ ରେଳବାଇ ଷ୍ଟେସନ ନିକଟରେ ରେଳରୁ ନାବାଳିକାକୁ ଉଦ୍ଧାର କରି ରଖିଥିଲେ ରେଳବାଇ ପୋଲିଶ । ଖବର ପାଇ ପ୍ଲାଣ୍ଟସାଇଟ ପୋଲିଶ ନାବାଳିକା ଅପହରଣ ମାମଲାକୁ ବିଶେଷ ଦୃଷ୍ଟି ଦେଇ ଏମପିର ଅନୁପୁର ରେଳଷ୍ଟେସନରେ ପହଞ୍ଚି ରେଳବାଇ ପୋଲିଶ ଦ୍ବାରା ଉଦ୍ଧାର ହୋଇଥିବା ନାବାଳିକାକୁ ଆଣି ଡାକ୍ତରୀ ମାଇନା ପରେ ସିଡବ୍ଲୁସିକୁ ହସ୍ତାନ୍ତର କରିଥିଲେ । ଏହି ଘଟଣାରେ ସଂପୃକ୍ତ ମହିଳା ଦଲାଲ ନୟାବଜାର ବାସୀନ୍ଦା ତଥା ନାବାଳିକା ଅପହରଣ ଘଟଣାର ଅଭିଯୁକ୍ତ ଗୁରୁବାରୀ ପୁର୍ତ୍ତୀକୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି । ଏହି ମାମଲା ପ୍ରତି ରାଉରକେଲା ସହରବାସୀ ଉପଯୁକ୍ତ ଧ୍ୟାନ ଦେଇ ନିଜର କନ୍ୟା ସନ୍ତାନ ମାନଙ୍କ ପ୍ରତି ବିଶେଷ ଧ୍ୟାନ ଦେବେ ଓ ତାଙ୍କର ସୁରକ୍ଷା ବ୍ୟବସ୍ଥାର ଉଚିତ ଚିନ୍ତା କରିବେ ବୋଲି ବୁଦ୍ଧିଜିବୀ ମହଲ ଆଶା କରୁଛି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।
BIG BRAKING NEWS

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here