ମୋଟର ସାଇକେଲ ଦୁର୍ଘଟଣା ୧, ଗୁରୁତ୍ତର, ୨ ଜଣ ଆହତ : ନବରଙ୍ଗପୁର

ଡାବୁଗାଁ, ୩୦/୧ : ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ମୁଣ୍ଡାଗୁଡା ଗ୍ରାମ ଛକ ନିକଟରେ ଶନିବାର ୨ ଟି ମୋଟର ସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଜଣ ଆହତ ହୋଇଥିବା ବେଳେ ୧ ଗୁରୁତ୍ତର ହୋଇଛନ୍ତି | ସୂଚନାଯୋଗ୍ୟ:- ଆଜି ଅପରାହ୍ନ ୨॰୩୦ ଘ॰ ସମୟରେ ଡାବୁଗାଁ – ଘୋଡାଖୁଣ୍ଟା ମୁଖ୍ୟ ରାସ୍ତାରେ ମୋଟର ସାଇକେଲ ନଂ ଓଡି ୨୪ ସି ୬୮୬୫ ଯୋଗେ ଘୋଡାଖୁଣ୍ଟା ଗ୍ରାମକୁ ଯାଉଥିବା ମୁଣ୍ଡାଗୁଡା ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ମୋଟର ସାଇକେଲ ନଂ ସିଜି ୧୭ କେସି ୦୮୫୯ ସହ ମୁହାଁ ମୁହିଁ ଧକ୍କା ହୋଇଥିଲା | ଫଳରେ ୨ ଟି ମୋଟର ସାଇକେଲ ଆରୋହି ରାସ୍ତା କଡକୁ ଛିଟିକି ପଡି ଆହତ ହୋଇଥିଲେ | ଏଥିରେ ଡାବୁଗାଁ ବ୍ଲକ ଅଧୀନ ଝାଲିଆଗୁଡା ଗ୍ରାମର ମାହାଙ୍ଗୁ ଭତ୍ରା (୨୫), କୋଷାଗୁମୁଡା ବ୍ଲକ ଅଧୀନ ସାନଆମ୍ବଡା ଗ୍ରାମର ବଳିରାମ ସୌରା (୫୮) ଓ ଅମର ଭତ୍ରା (୧୮) ଆହତ ହୋଇଥିଲେ | ଖବର ପାଇ ଡାବୁଗାଁ ଅଗ୍ନିସମ କର୍ମଚାରୀ ଘଟନା ସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ସେଠାରେ ମାହାଙ୍ଗୁ ଭତ୍ରା ଙ୍କ ଅବସ୍ଥା ଗୁରୁତ୍ତର ହେବାରୁ ତାଙ୍କୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି | ଘଟଣାସ୍ଥଳରେ ୩ ଘଣ୍ଟା ବିତିଯାଇଥିଲେ ମଧ୍ୟ ପୋଲିସ ପହଞ୍ଚିନାହିଁ |

ନବରଙ୍ଗପୁର ଜିଲା ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡା, Odisha1.TV

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here